ଅାଜି ଉତ୍‌କ୍ଷେପଣ ହେବ PSLV-C 43 ରକେଟ୍

ଶ୍ରୀହରିକୋଟା  : ଅାଜି ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ PSLV-C 43 ରକେଟ୍ ଉତ୍‌କ୍ଷେପଣ ହେବ। ଭାରତୀୟ ଉପଗ୍ରହ HYSIS ସମେତ ଅନ୍ୟ ୩୦ଟି ଉପଗ୍ରହକୁ ନେଇ ମହାକାଶକୁ ଉତ୍‌କ୍ଷେପଣ ହେବ ଏହି ରକେଟ୍। ସ୍ପେସ୍ ସେଣ୍ଟର ଶ୍ରୀହରିକୋଟା ସ୍ଥିତ ସତିଶ୍‌ ଧବନ ଅନ୍ତରୀକ୍ଷ କେନ୍ଦ୍ରର ପ୍ରଥମ ପରୀକ୍ଷଣ ସ୍ଥଳରୁ PSLV-C 43 ଉତ୍‌କ୍ଷେପଣ ହେବ।

ଇସ୍ରୋ ଦ୍ୱାରା ବିକଶିତ ହୋଇଥିବା ଭାରତୀୟ ଉପଗ୍ରହ HYSIS ପୃଥିବୀ ଉପରେ ନିରୀକ୍ଷଣ କରିବ। ଏହା PSLV-C 43ର ପ୍ରାଥମିକ ଉପଗ୍ରହ। ଏହି ଉପଗ୍ରହର ବୟସ ୫ ବର୍ଷ ଥିବା ଇସ୍ରୋ ପକ୍ଷରୁ ସୂଚନା ଦିଅାଯାଇଛି। PSLV-C 43 କୁ ୫୦୪ କିଲୋମିଟର କକ୍ଷପଥରେ ସ୍ଥାପନ କରାଯିବ।

ପ୍ରେରଣ ହେବାକୁ ଥିବା ୩୧ ଟି ଉପଗ୍ରହ ମଧ୍ୟରୁ ଅାମେରିକାର ୨୩ ଟି ଉପଗ୍ରହ ରହିଛି। ଏହାସହ ଅଷ୍ଟ୍ରେଲିଅା, କାନାଡା, ଲମୋମ୍ବିଅା, ଫିନ୍‌ଲାଣ୍ଡ, ମାଲେସିଅା, ନେଦରଲାଣ୍ଡ ଏବଂ ସ୍ପେନ୍‌ର ଗୋଟିଏ ଲେଖାଏଁ ଉପଗ୍ରହ ରହିଛି।

 

You might also like