୩୭୫ ଗ୍ରାମ୍‌ର ଶିଶୁକନ୍ୟା, କେହି ଭାବି ନ ଥିଲେ ବଞ୍ଚିବ ବୋଲି, କିନ୍ତୁ ……

ଦକ୍ଷିଣ ପୂର୍ବ ଏସିଆର ସବୁଠୁ ଛୋଟ ଛୁଆ:  ଜନ୍ମବେଳେ ଓଜନ ଥିଲା ୩୭୫ ଗ୍ରାମ୍‌, ଏବେ ୨ କିଲୋ

ଇନ୍ଦୋରାବାଦ:ଏକ ଛୁଆ ଜନ୍ମ ହେବାର ପୂରା ପ୍ରକ୍ରିୟା ଅନେକ ଜଟିଳ ଓ ବିପଦପୂର୍ଣ୍ଣ ରହିଥାଏ। ଛୁଆଟି ମା’ ଗର୍ଭରେ ରହିବା ଦିନଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ବିପଦ ଲାଗି ରହିଥାଏ। ବେଳେବେଳେ ଏମିତି ବିପଦ ଆସିଥାଏ ଯେ, ଡାକ୍ତରମାନେ ମଧ୍ୟ ରିସ୍କ ନେବାକୁ ମନା କରିଦେଇଥାନ୍ତି। ଅନେକ ଛୁଆ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଜନ୍ମ ହୋଇଯାଆନ୍ତି, ସେହିଭଳି ପିଲାଙ୍କୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ। କିନ୍ତୁ ଇନ୍ଦୋରାବାଦର ଡାକ୍ତରମାନେ ଏପରି ଏକ ଛୁଆକୁ ବଞ୍ଚାଇଛନ୍ତି ଯାହାର ଜନ୍ମବେଳର ଓଜନ ଥିଲା ମାତ୍ର ୩୭୫ ଗ୍ରାମ୍‌ ଓ ଲମ୍ବା ଥିଲା ୨୦ ସେଣ୍ଟିମିଟର।

ଇନ୍ଦୋରାବାଦରେ ଥିବା ରେନ୍‌ବୋ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କିଛିଦିନ ପୂର୍ବରୁ ଜଣାଇଛନ୍ତି ଯେ, ତାଙ୍କ ଡାକ୍ତରଖାନାରେ ଜଣେ ମହିଳା ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ଛୋଟ ଛୁଆକୁ ଜନ୍ମ ଦେଇଥିଲେ। ସେହି ଛୋଟ ଝିଅର ନାମ ‘ଚେରୀ’ ରଖାଯାଇଛି। ସେ ଯେତେବେଳେ ଜନ୍ମ ହୋଇଥିଲା, ତା’ର ଓଜନ ୩୭୫ ଗ୍ରାମ୍‌ ଓ ଲମ୍ବା ୨୦ ସେଣ୍ଟିମିଟର ଥିଲା। ଛୁଆଟିର ଡେଲିଭରି ୨୫ ସପ୍ତାହରେ କରାହେଇଥିଲା। ଛୁଆଟି ଏତେ ଛୋଟ ଥିଲା ଯେ ତାକୁ ହାତ ପାପୁଲିରେ ସହଜରେ ଧରି ହେଉଥିଲା।

ସାଧାରଣତଃ ୩୬ରୁ ୪୦ ସପ୍ତାହରେ ଛୁଆ ଜନ୍ମ ହୋଇଥା’ନ୍ତି। ତା’ ପୂର୍ବରୁ ଜନ୍ମ ହୋଇଥବା ଛୁଆକୁ ‘ପ୍ରି- ମ୍ୟାଚ୍ୟୁର’ ବେବି ବୋଲି କୁହାଯାଏ। ସମୟ ଆଗରୁ ଜନ୍ମ ହେଉଥିବା ଛୁଆମାନଙ୍କର ଶରୀର ସଠିକ ବିକଶିତ ହୋଇନଥାଏ। ଯାହାଦ୍ୱାରା ସେମାନଙ୍କର ବଞ୍ଚିବା ଆଶା ବହୁତ କମ୍‌ ଥାଏ। ଏହି ଛୁଆଟିର ଓଜନ ଏବେ ୨କିଲୋଗ୍ରାମ୍‌ ଅଛି।

ଡାକ୍ତରଖାନାରେ ଝିଅଟିର ମା’ ବାପା ଏକ ପ୍ରେସ୍‌ ମିଟ୍‌ ଡାକି ଏହିଭଳି ଛୁଆ ଜନ୍ମହେବାର ଜଣାଇଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଝିଅଟି ‘ପ୍ରି- ମ୍ୟାଚ୍ୟୁର’ ଜନ୍ମ ହୋଇଥିଲା। ଏହି ଭଳି ଛୁଆଙ୍କ ଇନ୍‌ଫେକସନର ବିପଦ ଅଧିକ ଦେଖାଯିବା ସହ ଧିରେ ଧିରେ ହାତ ଗୋଡ଼ କାମ କରିବା ବନ୍ଦ କରିଦିଏ। ଯାହା ଦ୍ୱାରା ଛୁଆର ମୃତ୍ୟୁ ହୁଏ। ଏହି ଝିଅଟିର ମଧ୍ୟ ବଞ୍ଚିବାର ଆଶା ମାତ୍ର ୦.୫ ପ୍ରତିଶତ ଥିଲା। କିନ୍ତୁ ରେନ୍‌ବୋ ହସ୍ପିଟାଲ୍‌ର ଡାକ୍ତରମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଏହିଭଳି ଛୁଆକୁ ଜନ୍ମ ଦେଇ ମଧ୍ୟ ତା ବାପା ମାଆ ବହୁତ ଖୁସି ଅଛନ୍ତି। ଏମିତି ଛୁଆ ଜନ୍ମ ହୋଇ ବଂଚିରହିବା ମଧ୍ୟ କିଛି ଆର୍ଶ୍ଚଯ୍ୟ ଠାରୁ ମଧ୍ୟ କମ୍‌ ନୁହେଁ।

ଆହୁରି ପଢ଼ନ୍ତୁ

କର୍ଣ୍ଣାଟକା ରାଜନୀତି: ରାଜ୍ୟପାଳଙ୍କ ଚିଠି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁମାରସ୍ୱାମୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ୍‌ ଦେଇ ଗିରଫ ହେଲେ ପୂର୍ବତନ ବିଜେପି ବିଧାୟକ

ଯୋଗୀ ସରକାରଙ୍କ ପାଇଁ ଅଡ଼ୁଆ ହେବକି ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ

ଆସାମବାସୀଙ୍କୁ ବନ୍ୟା ଡର ସହିତ ଭୂକମ୍ପ ଝଟ୍‌କା

ଚିକେନ ଓ ଅଣ୍ଡାକୁ ନିରାମିଷ ଖାଦ୍ୟ ଭାବେ ଘୋଷଣା କରିବାକୁ ଦାବି

ସୋନ୍‌ଭଦ୍ରା ଗୁଳିକାଣ୍ଡ; ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ୍

ସୁପ୍ରିମକୋର୍ଟରେ ଇସ୍ଲାମ୍‌ ପତାକା ବିବାଦ ପ୍ରସଙ୍ଗ

ବାବ୍ରୀ ମସଜିଦ୍ ଢାଞ୍ଚା ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭାରତ ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା ହେବା ପ୍ରସଙ୍ଗରେ ଏମିତି କହିଲେ ପ୍ରଣବ ମୁଖାର୍ଜୀ

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି ରାଜନୀତି

ଇନ୍‌ଷ୍ଟାଗ୍ରାମ୍‌ରେ ବଡ଼ ଧରଣର ତ୍ରୁଟି ଧରିଲେ ଭାରତୀୟ ଯୁବକ

ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

You might also like