ସଂକୁଚିତ ହେଉଛି ଚନ୍ଦ୍ର ; ଉତ୍ପତ୍ତି କାଳରୁ ଏଯାଏଁ କମିଲାଣି ୫୦ ମିଟର

ୱାଶିଂଟନ : ଧୀରେ ଧୀରେ ସଂକୁଚିତ ହେଉଛି ଚନ୍ଦ୍ର। ଏଥିଯୋଗୁଁ ଏହାର ପୃଷ୍ଠ ଭାଗରେ ଭାଙ୍ଗ ପଡିବା ସହ ଫାଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୃଥିବୀରେ ଭୂମିକମ୍ପ ପରି ଚନ୍ଦ୍ରରେ ମଧ୍ୟ କମ୍ପନ ଅନୁଭୂତ ହେଉଛି।

ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫ରୁ ଅଧିକ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛି। ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଚଳ ଥଣ୍ଡା ହେଉଥିବାରୁ ଏହା ସଂକୁଚିତ ହେଉଛି ଓ ଏହାର ଆକାର ପ୍ରାୟ ୫୦ମିଟର କମିଯାଇଛି। ଏହି ସଂକୋଚନ ଯୋଗୁଁ ଜହ୍ନର ପୃଷ୍ଠଭାଗରେ ଭାଙ୍ଗ ସୃଷ୍ଟି ହୋଇଛି।

ଖାସ୍‌କରି ଚନ୍ଦ୍ରର ଉତ୍ତରମେରୁରେ ଏଭଳି ଅନେକ ଅଂଚଳ ଦୃଷ୍ଟି ଗୋଚର ହୋଇଛି। ଏହି ଅଂଚଳଗୁଡିକ ସାଧାରଣତଃ ମୃତ ପ୍ରାୟ ଅଂଚଳ ଭାବେ ଗଣାଯାଇଥାଏ। କିନ୍ତୁ କିଛି ବର୍ଷ ଧରି ସେହି ଅଂଚଳରେ ଫାଟ ସୃଷ୍ଟି ହେବା ସହ ପରିବର୍ତ୍ତନ ଦେଖାଦେଉଛି।

ଚନ୍ଦ୍ରପୃଷ୍ଠ ଭଙ୍ଗୁର ଓ ଏଥିରେ ପୃଥିବୀ ପରି ଚଟେକ୍ଟୋନିକ୍ ପ୍ଲେଟ୍ ନାହିଁ। ତେବେ ସଂକୋଚନ କାରଣରୁ ଏଥିରେ ଫାଟ ସୃଷ୍ଟି ହେବା ସହ ଗୋଟିଏ ଅଂଶ ଅନ୍ୟ ଅଂଶ ଉପରେ ମାଡି ଯାଉଛି।  ଫଳରେ ଏହି  ଅଂଚଳଗୁଡିକ ସକ୍ରିୟ ଥିବା ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଲୁନାର ରିକନାଇଜାନସ୍ ଅର୍ବିଟର ନେଇଥିବା ୧୨ହଜାରରୁ ଅଧିକ ଫଟୋର ବିଶ୍ଲେଷଣ କରି ନାସା ଏହି ତଥ୍ୟ ଦେଇଛି।

ନେଚର ଜିଓ ସାଇନସ ଜର୍ଣ୍ଣାଲରେ ଏନେଇ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି। ୧୯୬୦ ଦଶକରୁ ମହାକାଶ ବିଜ୍ଞାନୀମାନେ ଚନ୍ଦ୍ରର ପୃଷ୍ଠଭୂମି ଉପରେ ନଜର ରଖି ଆସୁଛନ୍ତି।

 

ଆହୁରି ପଢ଼ନ୍ତୁ

ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ଦିଲ୍ଲୀ ମେଟ୍ରୋରେ ଚାକିରି କରିବାକୁ ଚାହୁଁଛନ୍ତି ? ତୁରନ୍ତ କରନ୍ତୁ ଆବେଦନ…

କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଚୁମ୍ବନ ଦେଲା କୁନି ଝିଅ

ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

୫୦୦ ମିଟର ତଳକୁ ଖସିଲା ବସ୍; ୧୨ ମୃତ, ଅନେକ ଆହତ

ଶସ୍ତା ହେଲା ସାମସଙ୍ଗ୍‌ର ଏହି ଫୋନ୍‌

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

You might also like