ଗାଡ଼ି ଧୂଆଁ ଆଉ ଅଣନିଃଶ୍ୱାସୀ କରିବନି, ପ୍ରଦୂଷଣରୁ ମୁକ୍ତି ଦେବ ଯନ୍ତ୍ର

ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିପାରିବ, ଏମିତି ବିଶ୍ୱାସ ମନରେ ଆସୁନି।

ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। ସେମାନଙ୍କର ଗବେଷଣା ଏ ଦିଗରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି।

ସେମାନେ ଦାବି କରିଛନ୍ତି ଯେ, ଯେଉଁ ଗାଡ଼ି, ଟ୍ରକ ଓ ବସ୍ ପାଇଁ ପ୍ରଦୂଷଣ ବଢ଼ୁଛି ଏବେ ସେସବୁ କମ୍‌ ହୋଇପାରିବ। ହରିଆନାର ଫରିଦାବାଦର ଘରୋଇ ବିଶ୍ୱବିଦ୍ୟାଳୟ ମାନଭ ରଚନା ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ଗବେଷଣା କରି ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି ଯାହା ଦ୍ୱାରା ବାୟୁ ପ୍ରଦୂଷଣ କମ୍ ହୋଇପାରିବ ବୋଲି ସେମାନେ କହିଛନ୍ତି।

ରିସର୍ଚ୍ଚ ଟିମ୍‌ର ସଦସ୍ୟ ଡାକ୍ତର ବିଏସ ଗିଲ୍. ଅମିତ କୁମାର ଏବଂ ପ୍ରାଚୀ ଶର୍ମା ଏହି ଯନ୍ତ୍ରା ପ୍ରସ୍ତୁତ କରିଛନ୍ତି। ଏହି ଯନ୍ତ୍ରର ନାମ ‘ପର୍ଯ୍ୟଯନ୍ତ୍ର’ ରହିଛି। ଏହି ମେସିନ ସମସ୍ତ ଯାନ ବାହନରେ ଲାଗି ପାରିବ। ଏଥିପାଇଁ ପେଟ୍ରୋଲ, ଡିଜେଲ କିମ୍ୱା କରେଣ୍ଟର ଆବଶ୍ୟକତା ନାହିଁ।

ଏହି ମେସିନ୍‌ରେ ଲାଗିଛି ଏକ ଫିଲ୍‌ଟର।  ଯାନବାହାନରେ ଏହି ‘ପର୍ଯ୍ୟଯନ୍ତ୍ର’ ଲାଗିଲେ ରାସ୍ତାରେ ଯିବା ବେଳେ ସେହି ଅଞ୍ଚଳର ପବନକୁ ଉକ୍ତ ମେସିନ ତାର ଫିଲ୍‌ଟର ସାହାଯ୍ୟରେ ପ୍ରଦୂଷଣମୁକ୍ତ କରି ପରିଷ୍କାର କରିବ।

ପରୀକ୍ଷଣ ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଭେମ୍ୱର ୨୦୧୮ରେ ଏହି ପର୍ଯ୍ୟଯନ୍ତ୍ର ଯନ୍ତ୍ରାଂଶକୁ ବ୍ୟବହାର ପାଇଁ ଅନୁମତି ଦେଇଛି। ଏବେ ଦିଲ୍ଲୀ-ଏନସିଆରର ୩୦ଟି ବସରେ ଏହି ଯନ୍ତ୍ରାଂଶ ଲଗାଯାଇଛି। ଏହା ଦ୍ୱାରା ପ୍ରତିଦିନ ଗୋଟିଏ ବସ୍ କିଲୋମିଟର ପିଛା ୨ ଲକ୍ଷ ୫୦ ହଜାର ଲିଟର ବାୟୁକୁ ପରିଷ୍କାର କରୁଥିବା ସୂଚନା ରହିଛି। ୧୦ ଦିନ ମଧ୍ୟରେ ଏହି ଯନ୍ତ୍ରାଂଶ ୧.୫ କିଲୋଗ୍ରାମ ଧୂଳିକଣା ବାୟୁମଣ୍ଡଳରୁ ବାହାର କରୁଥିବା କହିଛନ୍ତି ଗବେଷଣାରେ ସାମିଲ ଥିବା ଇଞ୍ଜିନିୟର ଛାତ୍ର ଅମିତ କୁମାର।

ତେବେ ଏହି ଯନ୍ତ୍ରାଂଶକୁ ବ୍ୟବହାର ପାଇଁ ସରକାରୀ ସ୍ତରରେ ଅନୁମତି ମିଳିନାହିଁ। ଆସନ୍ତା ସେପ୍ଟେମ୍ୱର ମାସରେ ଏକ ବିଚାରକ ମଣ୍ଡଳୀ ଏହି ଯନ୍ତ୍ରାଂଶ ବାବଦରେ ପରୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହାପରେ ଉଭୟ ମାନବ ରଚନା ବିଶ୍ୱବିଦ୍ୟାଳୟ ଏବଂ ଗବେଷଣାକାରୀ ଟିମକୁ ‘ୟୁନାଇଟେଡ୍ ନେଶନ ୟଙ୍ଗ ଚାମ୍ପିଅନଶିପ୍’ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

You might also like