ଭବିଷ୍ୟତରେ ଶ୍ଵାସନେବେ ସାଟେଲାଇଟ୍ : ଜାଣନ୍ତୁ ସୁବିଧା-ଅସୁବିଧା

ଭବିଷ୍ୟତରେ, ମହାକାଶରେ ଏପରି ଉପଗ୍ରହ ରହିବ, ଯାହା ଏରୋସ୍କୋପ୍ ଟେକ୍ନୋଲୋଜି ବ୍ୟବହାର କରି ଅତି କମ୍ କକ୍ଷପଥରେ ରହିପାରିବ, ଯାହା ବହୁତ ଲାଭଦାୟକ ହେବ।

ଯେତେବେଳେ ଉପଗ୍ରହ ଏହାର କକ୍ଷପଥରେ ପହଞ୍ଚେ, ସେତେବେଳେ ବି ଏହାକୁ ପୃଥିବୀର ବାୟୁମଣ୍ଡଳ ସହିତ ମୁକାବିଲା କରିବାକୁ ପଡେ। ପୃଥିବୀ ପୃଷ୍ଠରୁ ୩୨୦ କିଲୋମିଟର ଉଚ୍ଚତାରେ ଅଳ୍ପ ପରିମାଣର ବାୟୁ ରହିଛି ସତ, କିନ୍ତୁ ବାୟୁର ଅଣୁଗୁଡ଼ିକ ରହିଥିବାରୁ ସେମାନେ ଉପଗ୍ରହକୁ ମନ୍ଥର କରିଥାନ୍ତି, ଯାହା ସେମାନଙ୍କର ଆବେଗକୁ ହ୍ରାସ କରିଥାଏ ଏବଂ ତଳକୁ ଟାଣିଥାଏ। ଏହି କାରଣରୁ, ସେମାନଙ୍କର ନଷ୍ଟ ହେବାର ବିପଦ ଅଛି। ବୈଜ୍ଞାନିକମାନେ ବର୍ତ୍ତମାନ ଏହି ବାୟୁ ଅଣୁଗୁଡ଼ିକୁ ଇନ୍ଧନ ଭାବରେ ବ୍ୟବହାର କରିବାର କୌଶଳ ଉପରେ କାର୍ଯ୍ୟ କରୁଛନ୍ତି ଯାହା ଦ୍ଵାରା ଉପଗ୍ରହଗୁଡ଼ିକ ସେମାନଙ୍କ କକ୍ଷପଥରେ ରହିପାରିବେ।

ଏହି ଟେକ୍ନୋଲୋଜିର ନାମ ହେଉଛି ଏୟାର ସ୍କୁପିଂ ଇଲେକ୍ଟ୍ରିକ୍ ପ୍ରପଲସନ୍ (ASEP), ଯାହା ଗତ କିଛି ଦଶନ୍ଧି ଧରି ମହାକାଶ କ୍ଷେତ୍ରରେ ଆଲୋଚନା ହୋଇଆସୁଛି। ଏରୋସ୍ପେସ୍ କର୍ପୋରେସନରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଏହି ଟେକ୍ନୋଲୋଜି ଉପଗ୍ରହ ଅପରେଟରମାନଙ୍କ ପାଇଁ ଗେମ୍ ଚେଞ୍ଜର ବୋଲି ପ୍ରମାଣିତ ହୋଇପାରେ। ଏହି ଟେକ୍ନୋଲୋଜି ସହିତ ଉପଗ୍ରହକୁ ସକ୍ଷମ କରି ଯାନଟି ପୂର୍ବ ଉପଗ୍ରହ ଅପେକ୍ଷା ଅଧିକ ଉଚ୍ଚତାରେ କାମ କରିବା ଆରମ୍ଭ କରିବ। ଏହା ପୃଥିବୀର ପର୍ଯ୍ୟବେକ୍ଷଣ, ଯୋଗାଯୋଗ ସେବାରେ ଉନ୍ନତି ଆଣିବ ଏବଂ ସ୍ପେସ୍ ବର୍ଜ୍ୟବସ୍ତୁ ସହିତ ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିବ।

ଏୟାର ସ୍କୁପିଂ ଟେକ୍ନୋଲୋଜି ପ୍ରଥମେ ୧୯୬୦ ଦଶକରେ ପ୍ରସ୍ତାବ କରାଯାଇଥିଲା। ଏହା ବୈଦ୍ୟୁତିକ ପ୍ରପଲସନର ଏକ ଶାଖା ଥିଲା। ପାରମ୍ପରିକ ରକେଟରେ, ଯେଉଁଠି ଇଞ୍ଜିନ ରାସାୟନିକ ଶକ୍ତି ବ୍ୟବହାର କରେ, ସେହି କ୍ଷେତ୍ରରେ ବୈଦ୍ୟୁତିକ ପ୍ରପଲସନରେ  ବୈଦ୍ୟୁତ ବ୍ୟବହାର କରାଯାଇ ପ୍ରୋପେଲେଣ୍ଟକୁ କ୍ଷୀପ୍ର କରିବା ସହ ବାହାରକୁ ବାହାର କରାଯାଏ। ଏହି ପ୍ରୋପେଲାଣ୍ଟ ସାଧାରଣତ ଏକ ନିଷ୍କ୍ରିୟ, ଅଣ-କ୍ଷତିକାରକ ଜିନୋନ୍ ପରି ଗ୍ୟାସ୍ ଯାହା ବାହାରକୁ ବାହାରିଥାଏ। ରାସାୟନିକ ରକେଟ୍ ଅପେକ୍ଷା ବୈଦ୍ୟୁତିକ ଶକ୍ତି ଅଧିକ ପ୍ରଭାବଶାଳୀ ଅଟେ, ଯାହାକି ଅଧିକ ନିଷ୍କାସନ ବେଗ ଦେଇଥାଏ। କିନ୍ତୁ ଅଧିକ ଉର୍ଜା ଶକ୍ତି ଦେଇପାର ନାହିଁ। ବୈଦ୍ୟୁତିକ ପ୍ରପଲସନ୍ ବାୟୁ ଅଣୁଗୁଡ଼ିକର କମ୍ପନକୁ ମୁକାବିଲା କରିବାରେ ଉପଯୋଗୀ ହୋଇଥାଏ ଯାହାଦ୍ୱାରା ଯାନର ଉଚ୍ଚତା ବଜାୟ ରହିଥାଏ।

ଏୟାର ସ୍କପ୍ ଟିକିଏ ଭିନ୍ନ ଭାବରେ କାମ କରେ। ଏଏସ୍ଇପି ଇଞ୍ଜିନ୍ ଗୁଡିକ ସୀମିତ ଜାଇନ୍ ଗ୍ୟାସ୍ ପରିବର୍ତ୍ତେ କେବଳ ବାୟୁ ଅଣୁଗୁଡିକ ପ୍ରୋପେଲାଣ୍ଟ ଭାବରେ ବ୍ୟବହାର କରନ୍ତି ଏବଂ ଆଖପାଖ ଅଣୁଗୁଡ଼ିକ ଜମା କରି ସେମାନଙ୍କ ଟ୍ୟାଙ୍କଗୁଡ଼ିକୁ ପୂର୍ଣ୍ଣ କରନ୍ତି। ଏହି ଯାନଗୁଡିକ ସମୟ ସମୟରେ ବୈଦ୍ୟୁତିକ ଲୋକୋମୋଟିଭ୍ ବ୍ୟବହାର କରି ଯାନକୁ ଖସିବାରୁ ରକ୍ଷା କରିଥାଏ। ଏୟାର ସ୍କୁପିଂ ଉପଗ୍ରହର ପ୍ରୋପେଲାଣ୍ଟ କଦାପି ଶେଷ ହୁଏ ନାହିଁ ଏବଂ ଖିବ ଲୋ ଆର୍ଥ ଅର୍ବିଟ (VLEO) ରେ ଅର୍ଥାତ୍ କେବଳ ୨୦୦ କିଲୋମିଟର ଉଚ୍ଚତାରେ ଅନନ୍ତକାଳ ପାଇଁ କାର୍ଯ୍ୟ କରିପାରେ। ଏଠାରେ ସାଧାରଣ ମହାକାଶଯାନ କିଛି ଦିନ ମଧ୍ୟରେ ପୃଥିବୀ ଉପରେ ଗଳିପଡେ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହା ସବୁଜ ପ୍ରଯୁକ୍ତିବିଦ୍ୟା, ଏଥିରେ ସୌର ଶକ୍ତି ବ୍ୟବହୃତ ହୁଏ, କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ନାହିଁ ଏବଂ କେବଳ ବାୟୁ ଆସେ ଏବଂ ଯାଏ। ଏଠାରେ କୌଣସି ରସାୟନ ବିଜ୍ଞାନ ଲାଗେ ନାହିଁ।

ଏହି ଟେକ୍ନୋଲୋଜି ଦ୍ୱାରା ଏପର୍ଯ୍ୟନ୍ତ କୌଣସି ମହାକାଶଯାନ ଉଡ଼ି ନାହିଁ। କିନ୍ତୁ ୨୦୧୭ରେ, ଜାପାନର ସ୍ପେସ୍ ଏଜେନ୍ସି ଜାକ୍ସା (JAXA) ନେ ସୁବାମେ ନାମକ ଏକ ସୁପର ଲୋ ଏଲ୍ଟିଟ୍ୟୁଡ୍ ଟେଷ୍ଟ୍ ସାଟେଲାଇଟ୍ (SLATS) ଯାନ ଉଡାଇଥିଲା। ଏଥରରେ ଏକ ଇଲେକ୍ଟ୍ରିକ୍ ଇଞ୍ଜିନ ସହିତ ଜିନୋନ୍ ପ୍ରୋପୋଲେଣ୍ଟ ବ୍ୟବହୃତ ହୋଇଥିଲା। ଏହା ଏକ କକ୍ଷପଥ ସ୍ଥାପନ କରିଥିଲା ​​ଯେଉଁଥିରେ ଯାନଟି ୧୬୭ କିଲୋମିଟର ଉଚ୍ଚରେ ପହଞ୍ଚିଥିଲା। ଏହା ଗିନିଜ ୱାର୍ଲ୍ଡ ରେକର୍ଡ କରିଥିଲା।

ପୃଥିବୀ ନିକଟରେ ରହିବାର ଉପଗ୍ରହର ଅନେକ ସୁବିଧା ଅଛି। ସାଟେଲାଇଟ୍ ପ୍ରତିଛବିଗୁଡିକ ବହୁତ ଭିନ୍ନ ହେବ। ଯୋଗାଯୋଗ ଉପଗ୍ରହର ସଙ୍କେତ ଶୀଘ୍ର ପହଞ୍ଚିବାରେ ସକ୍ଷମ ହେବା, ଯାହା ବଜାର ଅଂଶ, ନିଜସ୍ୱ ଦିଗ ନିର୍ଣ୍ଣୟ କରିବା, ଅନଲାଇନ୍ ଗେମିଙ୍ଗ ଭଳି କାର୍ଯ୍ୟକଳାପରେ ଲାଭଦାୟକ ହେବ। VLEOର ଉପଗ୍ରହ ମାଧ୍ୟମରେ ମୋବାଇଲ୍ ଫୋନ୍ ପ୍ରତ୍ୟକ୍ଷ ଏବଂ ଦ୍ରୁତ ସୁବିଧା ଯୋଗାଇବାରେ ସକ୍ଷମ ହେବ। ଏହିଭଳି ଉପାୟରେ ସେଗୁଡ଼ିକ ସେବା ପ୍ରଦାନକାରୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେବେ।

ASEP ଟେକ୍ନୋଲୋଜିରେ ଇଞ୍ଜିନର ସଠିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟାପ୍ତ ସଂଖ୍ୟକ ଅଣୁ ଏଥିରେ ଆସିବା ଉଚିତ, କିନ୍ତୁ ଅଧିକ ଅଣୁଗୁଡ଼ିକର ପ୍ରସାରଣ ଉପଗ୍ରହକୁ ତଳକୁ ଠେଲି ଦେଇପାରେ। କିନ୍ତୁ ଏହାକୁ ଅଧିକ ଶକ୍ତି ସହିତ ନିୟନ୍ତ୍ରଣ କରାଯାଇପାରିବ ଯେଉଁଥିପାଇଁ ଅଧିକ ପ୍ରଭାବଶାଳୀ ସୌର ପ୍ୟାନେଲ ସମାଧାନ ହୋଇପାରିବ। ଏହି ଶ୍ରେଣୀ ଯନ୍ତ୍ରପାତିର କ୍ରମଶ କ୍ଷୟ ହୋଇପାରେ। ଏହି ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ। କିନ୍ତୁ ଏହି ଉପଗ୍ରହଗୁଡ଼ିକ କେବଳ ରାତିରେ ଖୋଲା ଆଖିରେ ଦେଖାଯିବେ ଯେଉଁ କାରଣରୁ ମହାକାଶରେ ଆଲୋକ ପ୍ରଦୂଷଣର ଏକ ସମସ୍ୟା ହୋଇପାରେ, ଏନେଇ ଅଧିକ ଉପଗ୍ରହ ମହାକାଶ ବସ୍ତୁ ଦେଖିବାରେ ବାଧା ସୃଷ୍ଟି ହୁଏ।

You might also like