ମଙ୍ଗଳରେ ମିଳିବ ଅମ୍ଳଜାନ

ନୂଆଦିଲ୍ଲୀ: ମଙ୍ଗଳରେ ଗଢି ଉଠିବ କି ଜୀବଜଗତ ! ଏହାକୁ ନେଇ ଦିନକୁ ଦିନ ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି। କାରଣ ଏକଦା ମଙ୍ଗଳଗ୍ରହରେ ହ୍ରଦ ଓ ସମୁଦ୍ର ଥିବାର ପ୍ରମାଣ ପାଇଥିଲେ ବୈଜ୍ଞାନିକମାନେ। ଯଦିଓ ଏହି ଜଳ ଲୋହିତ ଗ୍ରହରେ ଏବେ ନିଖୋଜ ହୋଇ ଯାଇଛି, ତେବେ ଗବେଷକମାନେ ଏହାକୁ ଖୋଜିବାର  ଚେଷ୍ଟା ଅବ୍ୟାହତ ରଖିଛନ୍ତି।

ପାଣି ପରେ ଏବେ ମଙ୍ଗଳ ଗ୍ରହରେ ମିଳିଛି ଅମ୍ଳଜାନ। ତାହା ପୁଣି ଶ୍ୱାସଯୋଗ୍ୟ । ଏପରି ଅମ୍ଳଜାନ ତିଆରି କରି ପାରିଛି ନାସା ପଠାଇଥିବା ରୋଭର୍ ପର୍ସେଭେରାନ୍ସ । ଏଥିରେ ଲାଗିଥିବା କାର୍ ବ୍ୟାଟେରି ଆକୃତିର ଯନ୍ତ୍ର ମୋକ୍ସି ସହାୟତାରେ ପ୍ରଥମ ପ୍ରଚେଷ୍ଟାରେ ୫ ଗ୍ରାମ୍ ଅମ୍ଳଜାନ ତିଆରି ହୋଇଛି । ଅନ୍ୟଗ୍ରହରେ ଏଭଳି ପ୍ରଥମ ଗବେଷଣା ଦୃଷ୍ଟିରୁ, ଏହା କେବଳ ଐତିହାସିକ ନୁହେଁ, ବହୁ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଭବିଷ୍ୟତରେ ନାସା ମଙ୍ଗଳ ଗ୍ରହକୁ ମଣିଷ ପଠାଇବାକୁ ଯୋଜନା ରଖିଛି

ଲୋହିତ ଗ୍ରହ ମଙ୍ଗଳକୁ ନାସା ପଠାଇଥିବା ରୋଭର୍ ପର୍ସେଭେରାନ୍ସ ମଙ୍ଗଳର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସଂଗ୍ରହ କରି, ସେଥିରୁ ଅମ୍ଳଜାନ ପ୍ରସ୍ତୁତ କରିଛି । ଏଥିରେ ଲାଗିଥିବା କାର୍ ବ୍ୟାଟେରି ଆକୃତିର ଯନ୍ତ୍ର ମୋକ୍ସି ସହାୟତାରେ ପ୍ରଥମ ପ୍ରଚେଷ୍ଟାରେ ୫ ଗ୍ରାମ୍ ଅମ୍ଳଜାନ ତିଆରି ହୋଇଛି।

ଅନ୍ୟଗ୍ରହରେ ଏଭଳି ଗବେଷଣା ଖାଲି ପ୍ରଥମ  ନୁହେଁ, ଐତିହାସିକ ନୁହେଁ ଏବଂ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଭବିଷ୍ୟତରେ ନାସା ମଙ୍ଗଳ ଗ୍ରହକୁ ମଣିଷ ପଠାଇବାକୁ ଯୋଜନା ରଖିଛି। ତେଣୁ ସେଠାରେ ଅମ୍ଳଜାନ ତିଆରି ହୋଇପାରିଲେ, ଏହା ମହାକାଶଚାରୀଙ୍କ ଶ୍ୱାସକ୍ରିୟାକୁ ଆହୁରି ସହଜ କରିବା ସହ, ମଙ୍ଗଳ ଗ୍ରହରୁ ରକେଟ୍ ଉତ୍‌କ୍ଷେପଣରେ  ମଧ୍ୟ ସହାୟକ ହେବ ।

ଏପ୍ରିଲ ୨୦ରେ ପ୍ରଥମ ପ୍ରଚେଷ୍ଟାରେ ୫ ଗ୍ରାମ ଅମ୍ଳଜାନ ତିଆରି ହୋଇଥିଲା, ଯାହାକି ଜଣେ ମହାକାଶଚାରୀଙ୍କ ୧୦ ମିନିଟ ଶ୍ୱାସକ୍ରିୟା ପାଇଁ ଯଥେଷ୍ଟ । ତେବେ ଯାନ୍ତ୍ରିକ ବୃକ୍ଷ କୁହାଯାଉଥିବା ଏହି କ୍ଷୁଦ୍ର ଯନ୍ତ୍ର ମୋକ୍ସି ଘଣ୍ଟାପ୍ରତି ୧୦ ଗ୍ରାମ ଅମ୍ଳଜାନ ତିଆରି କରିପାରିବ। ମୋକ୍ସିର ୧ ଟନ୍ ଓଜନର ବୃହଦାକାର ରୂପ ୨୫ ଟନ୍ ଅମ୍ଳଜାନ ତିଆରି କରିପାରିବ ଯଦ୍ୱାରା ମଙ୍ଗଳପୃଷ୍ଠରୁ ରକେଟ୍ ଉତ୍‌କ୍ଷେପଣ ସମ୍ଭବ ହୋଇପାରିବ।

ମଙ୍ଗଳ ବାୟୁ ମଣ୍ଡଳରେ ୯୬ ପ୍ରତିଶତ ଅଙ୍ଗାରକାମ୍ଳ ଥିବାରୁ ମଙ୍ଗଳ ମାଟି ତଳୁ ବରଫ ଖୋଳି ସେଥିରୁ ଅମ୍ଳଜାନ ତିଆରି କରିବାଠୁ ଏହା ସହଜ ଉପାୟ ବୋଲି ବୈଜ୍ଞାନିକମାନେ କହିଛନ୍ତି।  ଜାଣିରଖନ୍ତୁ ଯେ, ପୃଥିବୀ ବାୟୁମଣ୍ଡଳରେ ଅମ୍ଳଜାନ ୨୧ ପ୍ରତିଶତ ଥିବା ବେଳେ, ମଙ୍ଗଳରେ ଏହାର ପରିମାଣ ମାତ୍ର ୦.୧୩ ପ୍ରତିଶତ ।

You might also like