ଯୁବ ବୈଜ୍ଞାନିକଙ୍କୁ ତାଲିମ ଦେବ ଇସ୍ରୋ, ପ୍ରତି ରାଜ୍ୟରୁ ୩ ନେବେ ଶିକ୍ଷା

ରାଉର୍‌କେଲାରେ ହେବ ଇନକୁବେସନ ସେଣ୍ଟର୍

ବେଙ୍ଗାଲୁରୁ: ମହାକାଶ ବିଜ୍ଞାନ ପ୍ରତି ଯୁବପିଢ଼ିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଏବେ ଯୁବ ବୈଜ୍ଞାନିକମାନଙ୍କୁ ତାଲିମ ଦେବ ଇସ୍ରୋ। ଏଥିପାଇଁ ପ୍ରତ୍ୟେକ ରାଜ୍ୟର ୩ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ, ଓ ଏମାନଙ୍କୁ ଶିକ୍ଷା ଦିଆଯିବ।

ଏହାଦ୍ୱାରା ଇସ୍ରୋ ପକ୍ଷରୁ ପରୀକ୍ଷାଗାରରେ ହେଉଥିବା ଗବେଷଣା ସମ୍ପର୍କରେ ଛାତ୍ରଛାତ୍ରୀମାନେ ତଥ୍ୟ ହାସଲ କରିପାରିବେ। ଏଥିସହ ସାଟେଲାଇଟ ନିର୍ମାଣ ସମ୍ପର୍କରେ ସିଧାସଳଖ ଜ୍ଞାନ ଆହରଣ କରିପାରିବେ ବୋଲି ଇସ୍ରୋ ମୁଖ୍ୟ କେ. ଶିବାନ ସୂଚନା ଦେଇଛନ୍ତି। ଏଥିସହ ଚାରିଟି ସ୍ଥାନରେ ମହାକାଶ ବିଜ୍ଞାନ ଇନକୁବେସନ ସେଣ୍ଟର୍ ପ୍ରତିଷ୍ଠା କରାଯିବ। ଓଡ଼ିଶାର ରାଉରକେଲା ସହ ତ୍ରିଚି, ନାଗପୁର, ଇନ୍ଦୋରରେ ଏହି ସେଣ୍ଟର କରାଯିବ। ପୂର୍ବରୁ ତ୍ରିପୁରାରେ ଇସ୍ରୋ ପକ୍ଷରୁ ମହାକାଶ ବିଜ୍ଞାନ ଇନକୁବେସନ ସେଣ୍ଟର ପ୍ରତିଷ୍ଠା କରାଯାଇଛି।

You might also like