ଆକାଶରେ ଥାଇ ଶତ୍ରୁ ଉପରେ ନଜର ରଖିବ କାର୍ଟୋସାଟ୍-୩
ଶ୍ରୀହରୀକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇଶ୍ରୋ ଆଜି ପୁଣି ଆଉ ଏକ ଇତିହାସ ରଚିଛି। ଇସ୍ରୋ ଆଜି ସକାଳ ୯.୨୮ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ କାର୍ଟୋସାଟ୍-୩ ସାଟେଲାଇଟ୍କୁ ସଫଳତାର ସହ ଲଞ୍ଚ କରିଛି। ଏଥିସହିତ ଆମେରିକା ୧୩ଟି ନାନୋ ସ୍ୟାଟେଲାଇଟ୍କୁ ମଧ୍ୟ ସଫଳାତର ସହିତ ଲଞ୍ଚ କରାଯାଇଛି। ଇଶ୍ରୋର ଏହି ସଫଳତା ପାଇଁ ଟ୍ୱିଟ୍ କରି ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରୀକ୍ଷଣ ସହିତ ଇଶ୍ରୋ ଦେଶକୁ ପୁଣିଥରେ ଗୌରବାନ୍ୱିତ କରିଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
ସତୀଶ ଧାଓ୍ୱନ ସ୍ପେଶ୍ ସେଣ୍ଟର୍ର ୨ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ PSLV-C47 ଦ୍ୱାରା ଛଡ଼ାଯାଇଥିବା କାର୍ଟୋସାଟ୍-୩ ଭୂପୃଷ୍ଠର ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ। ଏହାଦ୍ୱାରା ସୀମାରେ ଆତଙ୍କବାଦ ଗତିବିଧି ଉପରେ ଆହୁରି ତୀକ୍ଷ୍ଣ ନଜର ରଖାଯାଇପାରିବ। ଏବଂ ଭାରତୀୟ ପ୍ରତିରକ୍ଷା ବିଭାଗ ଆହୁରି ଶକ୍ତିଶାଳୀ ହେବ ବୋଲି କୁହାଯାଉଛି।
କାର୍ଟୋସାଟ୍- ୩ ହେଉଛି ଥାର୍ଡ ଜେନେରେସନ୍ର ସବୁଠାରୁ ଦ୍ରୁତ ସେନା ମିଶାଇଲ୍। ଏଥିରେ ଅନେକ ଆଡ୍ଭାନ୍ସଡ୍ ସିଷ୍ଟମ୍ ରହିଛି। ଏହି ମିଶାଇଲ୍ ମହାକାଶରେ ଆମ ଶତ୍ରୁ ପକ୍ଷ ଉପରେ ନଜର ରଖିବ।
ଚନ୍ଦ୍ରାୟନ-୨ ଅଭିଯାନ ପରେ ଶ୍ରୀହରିକୋଟାରୁ ଛଡ଼ାଯାଇଥିବା କାର୍ଟୋସାଟ୍-୩ ସାଟେଲାଇଟ ଉତକ୍ଷେପଣର ୧୭ ମିନିଟ ୪୬ ସେକେଣ୍ଡରେ କକ୍ଷପଥରେ ପହଞ୍ଚିଥିଲା