ମହାକାଶ ବିଜ୍ଞାନରେ ISROକୁ ଅାଉ ଏକ ସଫଳତା

ଓଜନିଅା ଉପଗ୍ରହ GSAT-11ର ସଫଳ ଉତକ୍ଷେପଣ

 ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROକୁ ମହାକାଶ ବିଜ୍ଞାନରେ ଅାଉ ଏକ ସଫଳତା। ବିଳମ୍ବିତ ରାତିରେ ଉତ୍‌କ୍ଷେପଣ ହୋଇଛି ଭାରତର ସବୁଠୁ ଓଜନିଅା ଉପଗ୍ରହ GSAT-11 । ଦକ୍ଷିଣ ଅାମେରିକାର ଫ୍ରେଞ୍ଚ ଗୟାନାରୁ ଏରିଏନ-୫ ଲଞ୍ଚ ଭେହିକିଲରୁ ଉତକ୍ଷେପଣ କରାଯାଇଛି।

ଏହାର ଓଜନ ରହିଛି ୫ ହଜାର ୮୫୪ କିଲୋଗ୍ରାମ। ଇସ୍ରୋର ଏହା ଏକ ଅତ୍ୟାଧୁନିକ ଯୋଗାଯୋଗ ସାଟେଲାଇଟ୍‌ ,ଯାହା ଦେଶରେ ବ୍ରଡବ୍ୟାଣ୍ଡ ସେବାରେ ଉନ୍ନତି ଅାଣିବା ସହ ଇଣ୍ଟରନେଟ ଡାଟା ସ୍ପିଡ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ।

ଏହି ସାଟେଲାଇଟ୍‌ର ଜୀବନକାଳ ୧୫ ବର୍ଷ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

You might also like