ମାଙ୍କଡ ଓ ମଣିଷର କୋଶିକା ମିଶ୍ରଣରେ ନୂଆ ଜୀବ

ନ୍ୟୁୟୋର୍କ: ପ୍ରଥମମ ଥର ପାଇଁ ବୈଜ୍ଞାନିକମାନେ ମଣିଷ ଓ ମାଙ୍କଡ଼ଙ୍କ କୋଶିକାକୁ ମିଶେଇ ଏକ ଭ୍ରୁଣ ପ୍ରସ୍ତୁତ କରିଛନ୍ତି। ଚୀନ ଓ ଆମେରିକାର ବୈଜ୍ଞାନିକମାନେ ମିଶି ଏହି ଅଦ୍ଭୁତ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଏହି ପ୍ରୟୋଗ ପଛରେ କାରଣ ରହିଛି ଯେ ଭବିଷ୍ୟତରେ ମଣିଷ ଓ ମାଙ୍କଡ଼ ପାଇଁ ନୂଆ ଅଙ୍ଗର ବିକଶିତ କରିବା, ଯାହା ଫଳରେ ଅଙ୍ଗ ପ୍ରତ୍ୟାରୋପଣ ସମୟରେ କେହି ବି ଯେପରି ଅସୁବିଧାର ସମ୍ମୁଖିନ ହେବେନି। ଏପରିକି ୯୫ ବର୍ଷ ପୂର୍ବରୁ ଋଷର ଏକ  ବୈଜ୍ଞାନିକ ମଣିଷ ଓ ସିମ୍ପାଞ୍ଜୀର ମିଶ୍ରଣରେ ଏକ ହାଇବ୍ରିଡି ଜୀବ ପ୍ରସ୍ତୁତି ନେଇ ପ୍ରୟାଶ କରିଥିଲେ। ସେତେବେଳେ ଏହାକୁ ନେଇ ବହୁ ବିବାଦ ଓ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହି ଜୀବର ନାମ ହ୍ୟୁମେଞ୍ଜୀ ରଖାଯାଇଥିଲା।

କାର୍ଲିଫର୍ଣ୍ଣିଆସ୍ଥିତ ସାଲ୍କ ଇନଷ୍ଟିଟ୍ୟୁଟ୍ ଫର୍ ବାୟୋଲୋଜିକାଲ ସାଇନ୍ସେସର ଜୀନ ଏକ୍ସପ୍ରେସନ ଲାବୋରେଟୋରୀର ପ୍ରଫେସର୍ ଜୁଆନ କାର୍ଲୋସ ଇଜ୍ପିସୁଆ ବେଲମାଣ୍ଟଙ୍କ କହିବା କଥା, ଏହି ପ୍ରୟୋଗ ଅଙ୍ଗ ପ୍ରତ୍ୟାରୋପଣକୁ ନେଇ ଉପୁଜୁଥିବା ସମସ୍ୟାକୁ ମୁକ୍ତ ଦେବ। ବର୍ତ୍ତମାନ ସମୟରେ ଅନ୍ୟାନ୍ୟ ସାମଗ୍ରୀ ସପ୍ଲାଏ ବଦଳରେ ଅଙ୍ଗ ପ୍ରତ୍ୟାରୋପଣର ଅଧିରୀ ଜରୁରୀ ରହିଛି। ପ୍ରଫେସର ଜୁଆନ କାର୍ଲୋସ ଏହି ମଣିଷ ଓ ମାଙ୍କଡର ମିଳିତ କୋଶିକାରେ ନିର୍ମିତ ଭ୍ରୁଣର ପ୍ରୟୋଗରେ ସାମିଲ ଅଛନ୍ତି।

କେସ ୱେଷ୍ଟର୍ଣ୍ଣ ରିଜର୍ଭ ୟୁନିଭର୍ସିଟି ଓ ହାର୍ବର୍ଡ ୟୁନିଭର୍ସିଟିର ଜୀବବିଜ୍ଞାନୀ ଇନ୍ସୁ ହ୍ୟୁନ କୁହନ୍ତି, ତାଙ୍କୁ ଏହି ପ୍ରୟୋଗ ନେଇ କୌଣସି ଅସୁବିଧା ଦୃଷ୍ଟିଗୋଚର ହେଉନି। ଦୀର୍ଘ ଦିନ ପରେ ମନୁଷ୍ୟର ଉପକାର ପାଇଁ ଏହି ପ୍ରୟୋଗ କରାଯାଇଛି। ଜୁଆନ କାର୍ଲୋସ ଚୀନ ଓ ଅନ୍ୟ କେତେକ ଦେଶର ବୈଜ୍ଞାନିକମାନଙ୍କୁ ନେଇ ଟିମ ଗଢିଥିଲେ। ଏହାପରେ ମଣିଷର ଇନଡ୍ୟୁରେଟେଡ୍ ପ୍ଲ୍ୟୁରିପୋଟେଣ୍ଟ ଷ୍ଟେମ ସେଲକୁ ନେଇ ମାଙ୍କଡ ଭ୍ରୁଣରେ ଛଡାଯାଇଥିଲା। କାରଣ ଏହି ମାଙ୍କଡମାନଙ୍କ ଜୀନ୍ସ ମଣିଷର ଜୀନ୍ସ ସହିତ ବହୁତ ଖାପ ଖାଉଥିଲା।

ଜୁଆନ କାର୍ଲୋସ କୁହନ୍ତି ଯେ ଜୀନ ଛଡ଼ା ହେବାର ମାତ୍ର ଗୋଟିଏ ଦିନ ପରେ ଭ୍ରୁଣରେ ମଣିଷର ୧୩୨ କୋଶିକା ବିକଶିତ ହୋଇଥିଲା। ଏହାପରେ ସେମାନେ ଏହାକୁ ନେଇ ୧୯ ଦିନ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଅଧ୍ୟୟନରୁ ସେମାନେ ଜାଣିବାକୁ ପାଇଥିଲେ ଯେ କିପରି ମଣିଷର କୋଶିକା ଅନ୍ୟ ଜୀବର କୋଶିକା ସହ ସମ୍ପର୍କ ରଖୁଛି। ତେବେ ଭବିଷ୍ୟତରେ ଅନ୍ୟ ଜୀବର ଶରୀରରେ ମଣିଷ ଅଙ୍ଗକୁ ବିକଶିତ କରାଯାଇ ପାରିବାର ଫାଇଦା ମିଳିବ ବୋଲି ସେ କହିଛନ୍ତି।

ଏହି ପ୍ରକାର ମିଶ୍ରିତ ଭ୍ରୁଣକୁ ଚିମେରାସ କୁହାଯାଏ ବୋଲି ଜୁଆନ କହିଛନ୍ତି। ଏଭଳି ଜୀବର ଆଲୋଚନା ଗ୍ରୀସର ପ୍ରାଚୀନ କାହାଣୀମାନଙ୍କରେ ହୋଇଛି। ଏଥିରେ ଗୋଟିଏ ଜୀବ ସିଂହ, ଛେଳି ଓ ସାପ ସହିତ ଅଧା ମଣିଷର ହୋଇଥିବା ଜଣାଯାଏ। କିନ୍ତୁ ଏହି ପ୍ରୟୋଗର ଲକ୍ଷ କୌଣସି ସୈତାନ ନୁହେଁ ବରଂ ନୂଆ ଜୀବ ସୃଷ୍ଟି କରିବା ବୋଲି ସେ କହିଛନ୍ତି।

ତେବେ ହ୍ୟୁମେଞ୍ଜୀ ନିର୍ମାଣ କରିଥିବା ଋଷ୍ ବୈଜ୍ଞାନିକଙ୍କ ନାମ ଇଲିଆ ଇଭାନୋଭିଚ ଇୱାନୋଭ ଥିଲା। ଇଲିଆ କୃତ୍ରିମ ଗର୍ଭଧାରଣ କ୍ଷେତ୍ରରେ ବହୁ କାମ କରିଥିଲେ। ଆଜି ବି ତାଙ୍କ ଦ୍ୱାରା କରାଯାଇଥିବା ପ୍ରୟୋଗର ଅଧ୍ୟୟନ ହେଉଛି। ଇଲିଆ ହ୍ୟୁମେଞ୍ଜୀ ନିର୍ମାଣ କରିବା ପୂର୍ବରୁ ଜେବ୍ରା ଓ ଗଧର ମିଳନରେ ଜେଡ୍ରାଙ୍କ ବନେଇ ଥିଲେ। ଏହାଛଡା ସେ ହରିଣ ଓ ଗାଇର ମିଶ୍ରଣରେ ଏକ ଜୀବ ବନେଇବାରେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

ଇଲିଆ ଯେତେବେଳେ ହ୍ୟୁମେଞ୍ଜୀ ତିଆରି ପାଇଁ କହିଥିଲେ ସେତେବେଳେ ତାଙ୍କୁ ଅନେକ ସମାଲୋଚନା ମଧ୍ୟ କରାଯାଇଥିଲା। କେହି ମଧ୍ୟ କହିଥିଲେ, ଯଦି ହେବ ତେବେ ଏଲିୟନ ଭଳି ହିଁ କିଛି ହେବ। କିନ୍ତୁ ୧୯୧୭ରେ ଋଷ୍ ଆନ୍ଦୋଳନ ସମୟରେ ଇଲିଆଙ୍କୁ ଏହାର ତଦନ୍ତ କରିବାର ସୁଯୋଗ ମିଳିଲା। ଏନେଇ ସୋଭିଏତ ଫାଇନାନ୍ସିଆଲ କମିଶନ ତରଫରୁ ୧୦ ହଜାର ଡଲାରର ଫଣ୍ଡିଂ ମଧ୍ୟ ହୋଇଥିଲା।

You might also like