ଅତ୍ୟାଧୁନିକ ଏମିସାଟ୍‌ର ଉତ୍‌କ୍ଷେପଣ ଆଜି

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଆଜି ଅତ୍ୟାଧୁନିକ ଏମିସାଟ୍‌ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯିବ। ଏହି ସାଟେଲାଇଟ୍‌ ଇଲେକଟ୍ରୋନିକ୍ ସୂଚନା ଆଧାରରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷଣ ନଜର ରଖିବ।

ଆଜି ଶ୍ରୀହରି କୋଟାସ୍ଥିତ ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ଏହାର ଉତ୍‌କ୍ଷେପଣ କରାଯିବ। ଏଥିପାଇଁ ଗତକାଲି ସକାଳ ୬ଟା ୨୭ରୁ ଅବଗଣନା ଆରମ୍ଭ ହୋଇଛି। ୪୩୬ କେଜି ଓଜନ ବିଶିଷ୍ଟ ଏମିସାଟ୍ ସାଟେଲାଇଟ୍ ସହ ୨୮ଟି ବିଦେଶୀ ସାଟେଲାଇଟ୍ ମଧ୍ୟ ଉତ୍‌କ୍ଷେପଣ କରାଯିବ।

ଏଥିସହ ଇସ୍ରୋ ପକ୍ଷରୁ ଆସନ୍ତାକାଲି ଦୀର୍ଘତମ ମିଶନ ହାତକୁ ନିଆଯିବ। PSLV C-45 ଦ୍ୱାରା ଉତ୍‌କ୍ଷେପଣର ୧୮୦ ମିନିଟ୍‌ ପରେ ଏହା କକ୍ଷପଥରେ ଅବସ୍ଥାପିତ ହେବ।

ଅନ୍ୟପଟେ ଏସାଟ୍‌ ଉତକ୍ଷେପଣ ପରେ ଏହାର ଅନେକ ଭଗ୍ନାବଶେଷ ଏବେ ମହାକାଶରେ ଥିବାରୁ ଆସନ୍ତାକାଲିର ପିଏସଏଲଭି ଉତ୍‌କ୍ଷେପଣ ବେଳେ ଏହା ସହ ସଂଘର୍ଷ ହେବା ଆଶଙ୍କା କରାଯାଉଛି।

ଗତ ୨୭ରେ ଏସାଟ୍ ମିସାଇଲ ମହାକାଶକୁ ଯାଇଥିବା ବେଳେ ଏହାର ପ୍ରାୟ ୩୦୦ ଖଣ୍ଡ ବିଖଣ୍ଡିତ ଅଂଶ ଏବେ ମହାକାଶରେ ରହିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ଦିଲ୍ଲୀ ମେଟ୍ରୋରେ ଚାକିରି କରିବାକୁ ଚାହୁଁଛନ୍ତି ? ତୁରନ୍ତ କରନ୍ତୁ ଆବେଦନ…

କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଚୁମ୍ବନ ଦେଲା କୁନି ଝିଅ

ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

୫୦୦ ମିଟର ତଳକୁ ଖସିଲା ବସ୍; ୧୨ ମୃତ, ଅନେକ ଆହତ

ଶସ୍ତା ହେଲା ସାମସଙ୍ଗ୍‌ର ଏହି ଫୋନ୍‌

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

You might also like