ଚନ୍ଦ୍ରଯାନ ୨ : ବାଏ ବାଏ ଲ୍ୟାଣ୍ଡର ବିକ୍ରମ!

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭର ସହିତ ଯୋଗାଯୋଗ କରିବାର ଆଜି ଅନ୍ତିମ ଦିନ। ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୧୪ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ଅବଧି ଥିଲା। ଆଜି ଶେଷ ଦିନ। ଏହାପରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ନୁହେଁ ବୋଲି ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା।

ସେପ୍ଚେମ୍ୱର ୭-୮ ମଧ୍ୟରାତ୍ରୀରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଆଉ ୨.୧ କିଲୋମିଟର ବାକି ଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଏହାପରେ ଚନ୍ଦ୍ର ଚାରିପଟେ ବୁଲୁଥିବା ଅର୍ବିଟର ପକ୍ଷରୁ ଇସ୍ରୋକୁ ଜାରି ହୋଇଥିବା ଫଟୋରେ ବିକ୍ରମ ଲ୍ୟାଣ୍ଡର ଏକ ପାଖିଆ ହୋଇ ଚନ୍ଦ୍ରର ଦକ୍ଷିଣ ମେରୁରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଜଣାପଡ଼ିଥିଲା। ଜ୍ୟୋତିର୍ବିଦଙ୍କ ଅନୁସାରେ ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ସହିତ ସମାନ। ଆଜି ଅପରାହ୍ନ ପରଠୁ ସେଠାରେ ସୂର୍ଯ୍ୟାସ୍ତ ହେବ ଓ ଅନ୍ଧାର ମାଡ଼ି ଆସିବ। ଏହା ୧୪ ଦିନ ରହିବ। ତେଣୁ ବିକ୍ରମ ଲ୍ୟାଣ୍ଡର ବାବଦରେ ଖବର ମିଳିବା କଷ୍ଟକର ହେବ।

ଲ୍ୟାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଥିବା ନେଇ ଜଣାପଡ଼ିବା ପରେ ବିକ୍ରମ ଖବର ଜାଣିବାକୁ ବୈଜ୍ଞାନିକମାନେ ଅର୍ବିଟରର ଥର୍ମାଲ୍ ଅପଟିକାଲ ଚିତ୍ର ଉପରେ ନିର୍ଭର କରିଥିଲେ। ଏମିତିକି ନାସାର ଜେଟ୍‌ ପ୍ରୋପୁଲସନ ଲ୍ୟାବ(ଜେପିଏଲ) ପକ୍ଷରୁ ବିକ୍ରମ ସହ ରେଡିଓ ଫ୍ରିକ୍ୱେନ୍ସି ଦ୍ୱାରା ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ନାସାର ଜେପିଏଲ୍‌ ଡିପ୍‌ ସ୍ପେଶ ନେଟୱର୍କ(ଡିଏସଏନ) ଦ୍ୱାରା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ବାର୍ତ୍ତା ପଠାଯାଇଥିଲା। ହେଲେ ସଫଳ ହୋଇନଥିଲା।

ହେଲେ ମିଶନ ଚନ୍ଦ୍ରଯାନ ୨ରେ ଅର୍ବିଟର ଆଗାମୀ ବର୍ଷେ ପାଇଁ କାମ କରିବ। ଏହି ଅର୍ବିଟର ଜରିଆରେ ଲ୍ୟାଣ୍ଡର ବିକ୍ରମ ବାବଦରେ ସୂଚନା ମିଳିବ। ମିଶନ ଚନ୍ଦ୍ରଯାନର ୯୫ ପ୍ରତିଶତ ସଫଳ ହୋଇଥିବା ବେଳେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ୫ ପ୍ରତିଶତ ସଫଳ ହୋଇପାରି ନାହିଁ।

ସେହିପରି ଜିଏସଏଲଭି ମାର୍କର ରକେଟ୍ ୩ ଯାନ ଜରିଆରେ ଚନ୍ଦ୍ରଯାନ ୨କୁ ଚନ୍ଦ୍ରମାର ଅର୍ବିଟ୍ ନିକଟରେ ପହଞ୍ଚାଇ ପାରିବା ସ୍ପେସ ପ୍ରୋଗ୍ରାମର ବଡ଼ ସଫଳତା। ଜିଏସଏଲଭି ମାର୍କ ୩ ସବୁଠାରୁ ବିଶାଳକାୟ ରକେଟ ଥିବାରୁ ଏହାକୁ ବାହୁବଳୀ ବୋଲି ମଧ୍ୟ କୁହାଯାଏ।

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like