• translate
Pramod Behera

ମଙ୍ଗଳ ଗ୍ରହରେ ଜୀବନର ଅନୁସନ୍ଧାନ ଏବଂ ଏହାର ଅନୁକୂଳ ବାତାବରଣ ତିଆରି କରିବା ନେଇ ଅନୁସନ୍ଧାନ ଚାଲିଛି। ଅନ୍ତରୀକ୍ଷ ଏଜେନ୍ସି ନାସା ଲଗାତରଭାବେ ଏହି କାମରେ ଲାଗି ରହିଛି। ମଣିଷ ଏଠାରେ ରହିବା ନେଇ ସ୍ୱପ୍ନ ଦେଖୁଥିବା ବେଳେ କିଛି ଅଦ୍ଭୁତ ଜିନିଷ ଦେଖିବାକୁ ପାଇଛି। ଲୋହିତ ଗ୍ରହ ନାମରେ ଜଣାଶୁଣା ମଙ୍ଗଳରେ ଏବେ ନୀଳ ରଙ୍ଗର ବାଲି ପାହାଡ ଥିବା ନଜରକୁ ଆସିଛି। ନାସା ଏହାର ଫଟୋ ଜାରି କରିବା ସହ ଲେଖିଛି ଯେ ବ୍ଲୁ ଡୁୟନ୍ସ ଅନ୍ ରେଡ୍ ପ୍ଲାନେଟ୍

ନାସାର କହିବା କଥା ଏହି ଫଟୋ ମଙ୍ଗଳର ଉତ୍ତର ଧ୍ରୁବରୁ ନିଆଯାଇଛି। ଏହି କୁଦ ସତେଯେପରି ପୃଥିବୀରେ ଥିବା କୁଦ ଭଳି ଲାଗୁଛି। ଏହା ପବନ ଦ୍ୱାରା ସଂଗୃହିତ ହୋଇ ନିର୍ମିତ ହୋଇଥିବା କୁହାଯାଏ। ଏହି କୁଦ ପାଖାପାଖି ୩୦ କିମି ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି। ତେବେ ଅଗ୍ନିବର୍ଷି ଏହି ଗ୍ରହରେ ଏଭଳି ଫଟୋ ଉଠାଇବା ସହଜ ନ ଥିଲା। ତେବେ ନାସା ମାର୍ସ ଓଡିସୀ ଅର୍ବିଟରର ଇମ୍ଫ୍ରାରେଡ କ୍ୟାମେରା ବ୍ୟବହାର କରିଥିବା କହିଛି। କକ୍ଷରେ ସ୍ଥାନୀତ ହୋଇଥିବା ଏହି କ୍ୟାମେରାକୁ ଥର୍ମଲ ଏମିଶନ ଇମେଜିଙ୍ଗ୍ ସିଷ୍ଟମ ମଧ୍ୟ କୁହାଯାଉଛି। ଏହି କ୍ୟାମେରା ଯେ ଖାଲି ଫଟୋ ଉଠାଇବା ନେଇ ନିର୍ମିତ ହୋଇଛି ତାହା ନୁହେଁ, ଏହା ମଧ୍ୟ ୨୪ ଘଣ୍ଟା ମଙ୍ଗଳର ତାପମାତ୍ରା ମାପୁଛି।

ତେବେ ମଙ୍ଗଳରେ ଦୃଶ୍ୟମାନ ହେଉଥିବା ଏହି ନୀଳ କୁଦ ଆଜିକାଲିର ନୁହେଁ, ଏହା ବହୁ ପ୍ରାଚୀନ। ମାର୍ସ ଓଡିସୀ ଅର୍ବିଟରର ୨୦ ବର୍ଷ ପୂର୍ତ୍ତି ଅବସରରେ ନାସା ଏହି ଫଟୋ ଜାରି କରିଛି। ୨ ଦଶନ୍ଧୀ ଧରି କାମକରିଥିବା ଏହି ଅର୍ବିଟର ମଙ୍ଗଳରେ ସବୁଠାରୁ ଦୀର୍ଘ ସମୟ ଧରି ରହିଥିବା ଗ୍ରହ ହୋଇପାରିଛି।

ଏହି ନୀଳ କୁଦକୁ ବୈଜ୍ଞାନିକମାନେ ବାଲି ସ୍ତୁପ ବୋଲି କହୁଛନ୍ତି। ତେବେ ଛୋଟ ଛୋଟ କୁଦଗୁଡ଼ିକର କୌଣସି ରଙ୍ଗ ନ ଥିବା ବେଳେ ଏହି ବଡ଼ କୁଦଗୁଡ଼ିକ ନୀଳ ରଙ୍ଗର ଦେଖାଯାଉଛି। ତେବେ ନୀଳ ଦିଶୁଥିବା ଏହି କୁଦ ପ୍ରକୃତରେ ନୀଳ ନୁହେଁ। ଏହି କୁଦ ବାସ୍ତବରେ ହାଲୁକା ବାଦାମି ରଙ୍ଗର ହୋଇଥିବା ବେଳେ ଅଧିକ ଦୂରରୁ ଏହାର ଫଟୋ ଉଠାଯାଇଥିବାରୁ ଏହା ନୀଳ ଦେଖାଯାଉଥିବା ପ୍ଲାନେଟୋରୀ ଇମେଜ୍ ରିସର୍ଚ୍ଚ ଲେବୋରେଟୋରୀର ଭୂତତ୍ତ୍ୱବିତ ମୈକ୍ ଏୱନ କହିଛନ୍ତି।

ଗ୍ରହର ଫଟୋ ବାଦାମି ଓ ଧୂସର ଦେଖାଯାଉଛି। ଏପରିକି ପ୍ରୋସେସିଂ ବେଳେ ସେଥିରେ କିଛି ଏଡିଟିଙ୍ଗ କରାଯାଏ, ଯାହା ଏହାକୁ ନୀଳ କରିଦେଇଥାଏ। ଯୁରୋପିଆନ ସ୍ପେସ୍ ଏଜେନ୍ସି (ESA) ଏହି କଥାରେ ମୋହର ଲଗେଇ କହିଛି ଯେ ଲୋହିତ ଗ୍ରହରେ ନୀଳ କୁଦ ପ୍ରକୃତରେ ଇମେଜ୍ ପ୍ରୋସେସିଂ ବେଳେ ଆସିଥିବା ମୋହ।

ବର୍ତ୍ତମାନ ମଙ୍ଗଳରେ ଚନ୍ଦ୍ର ଭଳି ବାସସ୍ଥାନ ଖୋଜିବା ନେଇ ଲଗାତର ପ୍ରୟାଶ ଚାଲିଛି। ଏହି କାମରେ ବର୍ତ୍ତମାନ ଜେନେଟିକ ଇଂଜିନିୟରଙ୍କ ସହଯୋଗ ନିଆଯିବାର ଅଛି। ବର୍ତ୍ତମାନ ଏହି ଗ୍ରହରେ କିଛି କ୍ଷଣ ପାଇଁ ବି ଜୀବନ ଜୀଇବା ମୁସ୍କିଲ। ଉଚ୍ଚ ତାପମାତ୍ରା ଓ ବିକିରଣ ଏହାର ମୁଖ୍ୟ କାରଣ। ତେବେ ଏଠି ରହିବାକୁ ହେଲେ ନିଶ୍ଚିତଭାବେ ନିଜକୁ ହିଁ ପରିବର୍ତ୍ତନ କରିବାକୁ ହେବ।

ଏନେଇ ବୈଜ୍ଞାନିକମାନେ ଟାର୍ଡିଗ୍ରେଡ୍ ନାମକ ଏକ ଜୀବର ଜୀନ୍ସ ମାନବୀୟ କୋଷିକାରେ ମିଶାଇବା ସଫଳତା ମିଳିଛି, ଯାହା ଅନ୍ତରୀକ୍ଷରେ ରହିବା ନେଇ ସହାୟ ହେବ। ଟାର୍ଡିଗ୍ରେଡ୍ ଏତେ ଶକ୍ତିଶାଳୀ ଯେ ଅନ୍ତରୀକ୍ଷରେ ଜୀବନହାନି ପହଞ୍ଚାଉଥିବା ବିକିରଣ ମଧ୍ୟ ଏହାର କୌଣସି କ୍ଷତି କରିପାରେନି। ଏହା ୩୦୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ବି ରହିପାରେ। ଏହା ମଧ୍ୟ ସ୍ୱୀକାର କରାଯାଏ ଯେ ଏହି ପ୍ରାଣୀ ମଣିଷ ପରେ ମଧ୍ୟ ବଞ୍ଚିରହିବ। ଏପରିକି ପାଣିରେ ବୁଡେଇଲେ, ବରଫ ଭିତରେ ରଖିଲେ କିମ୍ବା ଜୋରରେ ଦଳିଦେଲେ ମଧ୍ୟ ଏହି ପ୍ରାଣୀ ମରୁନି। ଏନେଇ ଏହାର ଜୀନ୍ ମାନବ ପାଇଁ ବହୁତ ଉପକାରୀ ହୋଇପାରେ। ଟାର୍ଡିଗ୍ରେଡର ଏହି ଗୁଣ ଯୋଗୁଁ ମନୁଷ୍ୟ ମଙ୍ଗଳରେ ରହିବାକୁ ସକ୍ଷମ ହୋଇପାରେ ବୋଲି ଆଶଙ୍କା ରହିଛି।

Other Stories