ଆଷ୍ଟ୍ରାଜେନିକା ଟିକାରେ ବଢୁଛି ବ୍ଲଡ୍ କ୍ଲଟିଂ

ବ୍ରିଟେନ୍ ମେଡିକାଲ୍ ରେଗୁଲେଟର୍ ମୁତାବକ ଆଷ୍ଟ୍ରାଜେନିକାର କୋଭିଡ୍ ଟିକାରେ ୧୬୮ ମୁଖ୍ୟ ବ୍ଲଡ୍ କ୍ଲଟ୍ସ ସମସ୍ୟା ଦେଖାଯାଉଛି। ବର୍ତ୍ତମାନ ୧୦ ଲକ୍ଷ ଡୋଜରେ ୭.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଛି। ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହ ବ୍ଲଡ୍ କ୍ଲଟ୍ ମାମଲା କ୍ଷିପ୍ର ଗତିରେ ବଢି ଚାଲିଛି।  ପୂର୍ବ ସପ୍ତାହରେ ଏନେଇ ୧୦୦ କେସ୍ ଆସିଥିଲା, ଯେଉଁଠିକି ୧୦ ଲକ୍ଷ ଡୋଜ୍ ଉପରେ ୪.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଥିଲା।

ତେବେ କିଛି ସପ୍ତାହ ପୂର୍ବରୁ ଆଷ୍ଟ୍ରାଜେନିକାର କରୋନା ଟିକା ଉପରେ ରକ୍ତ ଜମାଟ ବାନ୍ଧିବାର ବୁର୍ଲଭ ମାଲଲା କିଛି ଦେଶରେ ସାମ୍ନାକୁ ଆସିଥିଲା।  ଏହାପରେ ବ୍ରିଟେନର ମେଡିସନ୍ ରେଗୁଲେଟର୍ ଏହି ବ୍ଲଡ୍ କ୍ଲଟ କିଛି ନିର୍ଦ୍ଦିଷ୍ଟ ବୟସର ଲୋକମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା କହିଥିଲା। ବ୍ରିଷ୍ଟେଲ୍ ଯୁନିଭର୍ସିଟିର ପେଡିଆଟ୍ରିକ୍ସର ପ୍ରଫେସର୍ ଏଡମ୍ ଫିନ୍ ବ୍ଲଡ୍ କ୍ଲଟ ମାମଲା ବଢୁଥିବା କହିଛନ୍ତି।

ଏଡମ ଫିନଙ୍କ ମତରେ, ଲଗାତର ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସୁଛି। ଏହା ପୁଣି କ୍ଷୀପ୍ର ଗତିରେ। ପୂର୍ବର ହୁଏତ ଏଭଳି କେସ୍ ଆସିଥିବ କିନ୍ତୁ ଏହା ବର୍ତ୍ତମାନ ଜଣାପଡୁଛି। ମୋର ଭରସା ଯେ ଖୁବ୍ ଶୀଘ୍ର ୧୦ଲକ୍ଷ ଡୋଜ୍ ଉପରେ କେତେ ମାମଲା ଆସୁଛି ତାହା ସ୍ପଷ୍ଟ ରୂପରେ ପ୍ରମାଣ ହୋଇଯିବ।

ବ୍ରିଟେନରେ ଆଷ୍ଟ୍ରାଜେନିକାର କରୋନା ଟିକା ୨.୧୨ କୋଟି ଡୋଜ୍ ପୂର୍ବରୁ ଦିଆସରିଛି। କିନ୍ତୁ ବ୍ଲଡ୍ କ୍ଲଟିଂ କାରଣରୁ କାହାରିକୁ ବି କୌଣସି ଅସୁବିଧା ଆସିନି। ଏନେଇ ଏହା ପରେ ଆଷ୍ଟ୍ରାଜେନିକାର କରୋନା ଟିକା ଦ୍ଵିତୀୟ ଡୋଜରେ ପ୍ରତିବନ୍ଧନ ଲଗାଯାଇଛି। ପୂର୍ବ ସପ୍ତାହରେ ବ୍ଲଡ୍ କ୍ଲଟିଂ କାରଣରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହାକି ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨ ଲୋକଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ଆଷ୍ଟ୍ରାଜେନିକାର ପ୍ରଥମ ଡୋଜ୍ ନେଇଥିଲେ। ବର୍ତ୍ତମାନ ମୃତ୍ୟୁ ହାର ୧୯ ପ୍ରତିଶତରୁ ବଢି ୨୨ ପ୍ରତିଶତ ହୋ‍ଇଯାଇଛି।

ବ୍ରିଟେନ୍ ସରକାର ଉପଦେଶ ଦେ‍ଇଛି ଯେ ଯେଉଁମାନଙ୍କର ବୟସ ୩୦ରୁ କମ୍ ସେମାନେ ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ଟିକା ବଦଳରେ ଅନ୍ୟ କିଛି ବିକଳ୍ପ ଦେଖନ୍ତୁ। ଏହି ଉପଦେଶ ସେତେବେଳେ ଦିଆଯାଇଥିଲା ଯେତେବେଳେ MHRA ମେଡିସନ୍ ରେଗୁଲେଟର୍ ଆଷ୍ଟ୍ରାଜେନିକା ଟିକା ଦିଆଯିବା ପରେ ବ୍ଲଡ୍ କ୍ଲଟିଂର ଦୁର୍ଲଭ ମାମଲା ସାମ୍ନାକୁ ଆସିଥିଲା। ଖାଲି ଏତିକି ନୁହେଁ, ଏହା ମଧ୍ୟ ଦେଖାଯାଇଥିଲା ଯେ କିଛି ଲୋକଙ୍କ ରକ୍ତ କଣିକା କମ ହେବାରେ ଲାଗିଥିଲା।

You might also like