ଜୁନ୍ ୨୧ ବର୍ଷର ସବୁଠାରୁ ଲମ୍ବା ଦିନ। ଆପଣ ଜାଣିଛନ୍ତି କି ଏହି ଦିନ ଦିଲ୍ଲୀ କିମ୍ବା ଉତ୍ତର ଭାରତରେ କିପରି ରହେ ଦିନ ରାତି?  ସାଧାରଣତଃ ଦିନ- ରାତି ସମାନ ୧୨-୧୨ ଘଣ୍ଟା ହୋଇଥାଏ। କିନ୍ତୁ ଡିସେମ୍ବର୨୧ ପରେ, ରାତି ଛୋଟ ହେବା ଏବଂ ଦିନ ବଡ ହେବା ଆରମ୍ଭ କରେ। କିନ୍ତୁ ୨୧ ଜୁନ୍‌ରେ ଦିନ  ସବୁଠାରୁ ବଡ ହୋଇଥାଏ।

ଆଜି ବା ୨୧ ଜୁନ୍ ଦିଲ୍ଲୀରେ ଦିନ ପ୍ରାୟ ୧୪ ଘଣ୍ଟା ହୋଇଛି। ଯଦି ସଠିକ୍ ଭାବରେ କୁହାଯାଏ, ତେବେ ୧୩ ଘଣ୍ଟା ୫୮ ମିନିଟ୍ ଓ ୦୧ ସେକେଣ୍ଡ୍ ହୋଇଛି। ଆଜି ଦିଲ୍ଲୀ ଏବଂ ଉତ୍ତର ଭାରତରେ ସୂର୍ଯ୍ୟୋଦୟ ୦୫:୨୩ ରେ ହୋଇ ସୂର୍ଯ୍ୟାସ୍ତ ୦୭:୨୧ରେ ହୋଇଛି।

ଜୁନ୍ ୨୧ର ଦିନ ବିଶେଷତଃ ସେହି ଦେଶର ଲୋକମାନଙ୍କ ପାଇଁ କିମ୍ବା ଇକ୍ୟୁଏଟରର ଉତ୍ତର ଭାଗରେ ରହୁଥିବା ଲୋକଙ୍କ ପାଇଁ ସବୁଠାରୁ ଲମ୍ବା ହୋଇଥାଏ। ଏଥିରେ ଋଷ, ଉତ୍ତର ଆମେରିକା, ୟୁରୋପ, ଏସିଆ, ଆଫ୍ରିକାର ଅଧା ଅନ୍ତର୍ଭୁକ୍ତ। ଏଭଳି ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ କିରଣ ସିଧାସଳଖ କର୍କଟ / ଟ୍ରପିକ୍ ଅଫ୍ କ୍ୟାନସର ଉପରେ ପଡେ। ଏହିଦିନ ସୂର୍ଯ୍ୟଙ୍କଠାରୁ ପୃଥିବୀର ଏହି ଅଂଶ ଦ୍ୱାରା ପ୍ରାପ୍ତ ଶକ୍ତି ୩୦ ପ୍ରତିଶତ ଅଧିକ ହୋଇଥାଏ।

ପୃଥିବୀ ନିଜ ଚାରିପଟେ ଘୂରିବାକୁ ୨୪ ଘଣ୍ଟାରେ ଲାଗିଥାଏ, ଯେଉଁଥିପାଇଁ ଦିନରାତି ହୋଇଥାଏ। ସେହିପରି, ପୃଥିବୀ ସୂର୍ଯ୍ୟ ଚାରିପଟେ ଗୋଟିଏ ସମ୍ପୂର୍ଣ୍ଣ ଚକ୍ର କରିବାକୁ ୩୬୫ ଦିନ ଲାଗେ।

ଯେତେବେଳେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରେ, ତେବେ ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧର ଅଂଶ ଅର୍ଥାତ୍ ଉତ୍ତର ଗୋଲାର୍ଦ୍ଧକୁ ସୂର୍ଯ୍ୟଙ୍କ ପ୍ରତ୍ୟକ୍ଷ କିରଣର ସାମ୍ନା କରିବାକୁ ପଡେ, ତେବେ ଏଠାରେ ଦିନ ଅଧିକ ହୋଇଥାଏ। ବାକି ସମୟ ମଧ୍ୟରେ ସୂର୍ଯ୍ୟ କିରଣ ସିଧାସଳଖ ଦକ୍ଷିଣ ଗୋଲାର୍ଦ୍ଧରେ ପଡେ। ଋତୁ ପରିବର୍ତ୍ତନ ମଧ୍ୟ ଏହିପରି ପୃଥିବୀର ଘୂର୍ଣ୍ଣନ ହେତୁ ହୋଇଥାଏ। ଜୁନ୍ ୨୦, ୨୧, ୨୨ରେ ଉତ୍ତର ଗୋଲାର୍ଦ୍ଧରେ ସର୍ବାଧିକ ସୂର୍ଯ୍ୟକିରଣ ପଡେ। ଅର୍ଥାତ୍ ଏହି ସମୟରେ ଆମେ ସୂର୍ଯ୍ୟଙ୍କ ନିକଟତର ହୋଇଥାଉ। ଏହାକୁ ପାଶ୍ଚାତ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ସଲ୍‌ଷ୍ଟାଇସ୍ ମଧ୍ୟ କୁହାଯା। ଯେତେବେଳେ କି ଦକ୍ଷିଣ ଗୋଲାର୍ଦ୍ଧରେ ଏହି ଦିନ ଡିସେମ୍ବର ୨୧, ୨୨, ୨୩ରେ ପଡେ।

Source : News 18

ଯେହେତୁ ସମୁଦ୍ର ଓ ଚନ୍ଦ୍ର ପୃଥିବୀର ଜୀବନର ଏକ ଅଂଶ, ଏହାର ଅକ୍ଷରେ ଘୂର୍ଣ୍ଣନ କରିବାର ସମୟ ମନ୍ଥର ହୋଇଥାଏ। ଏହାକୁ ଟାଇଡାଲ ଫ୍ରିକ୍ସନ ବା ଜୁଆର ଭଟ୍ଟା କୁହାଯାଏ। ଜୁଆର ହେତୁ ସମୁଦ୍ର ବିସ୍ତାର ହୋଇଯାଏ ଏବଂ ବହୁ ପରିମାଣରେ ପୃଥିବୀର କଠିନ ଅଂଶ ମଧ୍ୟ ବିସ୍ତାର ହୋଇଥାଏ।

ଏନେଇ ଏକ ରାଉଣ୍ଡ ପୂରଣ କରିବା ସମୟରେ ପୃଥିବୀର ଅନେକ ତତ୍ତ୍ୱରେ ଗଡବଡ ହୋଇଥାଏ। ଏହି ସମୟରେ ପୃଥିବୀର ଅନେକ ଶକ୍ତି ଘୂର୍ଣ୍ଣନ ପାଇଁ ଖର୍ଚ୍ଚ ନ ହୋଇ ଉତ୍ତାପରେ ପରିଣତ ହୁଏ। ଜୁଆର ହ୍ରାସ ହେତୁ ପୃଥିବୀ ଏବଂ ଏହାର ମହାସାଗରଗୁଡ଼ିକ କ୍ରମାଗତ ଭାବରେ ବିଗିଡିଯାଏ, ଯାହା ପୃଥିବୀର ଘୂର୍ଣ୍ଣନ ବେଗକୁ ହ୍ରାସ କରିଥାଏ।

କମ୍ ଶକ୍ତି ହେତୁ ପୃଥିବୀର ଘୂର୍ଣ୍ଣନ ଗତି କମିଯାଏ। ଦିନଗୁଡ଼ିକ ଅଧିକ ଲମ୍ବା ହୁଏ। ପ୍ରତ୍ୟେକ ଶତାବ୍ଦୀରେ ଦିନ ୩ ମିଲିସେକେଣ୍ଡ ବୃଦ୍ଧି ପାଇଥାଏ। କିନ୍ତୁ ୧ କୋଟି ବର୍ଷ ପରେ ଗୋଟିଏ ଦିନରେ ଏକ ଘଣ୍ଟା ବୃଦ୍ଧି ପାଇଥାଏ। ତାହା ୨୪ ପରିବର୍ତ୍ତେ, ୨୫ ଘଣ୍ଟା ମଧ୍ୟ ହୋଇପାରେ।

Other Stories