ସନ୍ଧ୍ୟା ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼

ଅାସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା

ପୁରୀ : ଅାସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ୯ ଦିନର ଲୀଳାଖେଲା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ତିନି ଠାକୁର। ତା ପୂର୍ବରୁ ଅାଜି ଗୁଣ୍ଡିଚା ମନ୍ଦିରରେ ଅାଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ।

ନୀତି ତ୍ୱରାନ୍ୱିତ ପାଇଁ ସନ୍ଧ୍ୟାଦର୍ଶନ ସନ୍ଧ୍ୟା ୭ଟା ଭିତରେ ବନ୍ଦ ରଖାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସହ ସମ୍ପାଦକ। ଏହା ପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଅାରତୀ, ଶ୍ରୀମୁଖ ଖଣ୍ଡୁଅା, ବାହୁଟ କଣ୍ଟ ଓ କୁସୁମି ଲାଗି ଅାଦି ନୀତି ଅନୁଷ୍ଠିତ ହେବ। ତାସହ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଚାଲିବ।

ସେପଟେ ବର୍ଷା ସତ୍ୱେ ଜନ୍ମବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଗହଳି ଲାଗିଛି। ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

 

 

ଆହୁରି ପଢ଼ନ୍ତୁ

You might also like