ଶ୍ରୀକ୍ଷେତ୍ରରେ ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଶ୍ରୀଜୀଉ ରଥ ଉପରୁ ଜନ୍ମବେଦୀକୁ ବିଜେ କରିଛନ୍ତି। ଆଜିଠୁ ଜନ୍ମବେଦୀରେ ଦର୍ଶନ ପାଇଁ ଲାଗିବ ଭକ୍ତଙ୍କ ଗହଳି ଚହଳି। ଶରଧାବାଲିରେ ରହିଥିବା ତିନି ରଥରୁ ଗତକାଲି ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ବେଦୀକୁ ନିଆଯାଇଥିଲା।

ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ବିଜେ କରାଯିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଥିଲା। ଆଡ଼ପ ପହଣ୍ଡି ଦେଖିବା ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ତେବେ ଆଜି ବନକଲାଗି ନୀତି ହେବାକୁ ଥିବାରୁ ରାତି ୮ଟା ପରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଆହୁରି ପଢ଼ନ୍ତୁ

You might also like