ଆଜି ତିନି ରଥକୁ କରାଯିବ ଦକ୍ଷିଣ ମୋଡ଼

ପୁରୀ: ଗତକାଲି ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜିଠାରୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯିବ।

ବିଧି ମୁତାବକ ସକାଳ ଧୂପ ସରିବା ପରେ ତିନି ଠାକୁରଙ୍କ ଆଜ୍ଞାମାଳ ରଥରେ ଲାଗି କରାଯିବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଆଜ୍ଞାମାଳ ଲାଗି କରାଯିବ।  ଏହାପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯିବ।

ଆହୁରି ପଢ଼ନ୍ତୁ

You might also like