ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ
ପୁରୀ: ରାତି ପାହିଲେ ପବିତ୍ର ରଥଯାତ୍ରା। ସେଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ତେବେ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି।
ଆହୁରି ପଢ଼ନ୍ତୁ
କେଉଁ ସମୟରେ କଣ ହେବ:-
- ଆସନ୍ତାକାଲି ଭୋର ୩ଟାରେ ମଙ୍ଗଳ ଆଳତି
- ଭୋର ୩.୧୫ରୁ ୫ଟା ପର୍ଯ୍ୟନ୍ତ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା
- ସକାଳ ୫ଟାରେ ହେବ ବେଶ ଶେଷ ନୀତି
- ସକାଳ ୫.୩୦ରୁ ୬.୪୫ ହେବ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ)
- ସକାଳ ୬ଟା ୪୫ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ
- ସକାଳ ୭ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ
- ସକାଳ ୧୦ଟାରେ ପହଣ୍ଡି ଶେଷ
- ସକାଳ ୧୦ଟାରୁ ୧୦.୩୦ ମଦନମୋହନ ବିଜେ
- ସକାଳ ୧୦.୩୦ରୁ ୧୧ଟା ଚିତାଲାଗି
- ସକାଳ ସାଢ଼େ ୧୧ଟାରୁ ୧୧.୩୦ ବେଶ ଶେଷ ନୀତି
- ସକାଳ ୧୧.୩୦ରୁ ୧୨ଟା ୧୫ ମିନିଟ୍ ମଧ୍ୟରେ ଛେରା ପହଁରା
- ପୂର୍ବାହ୍ନ ୧୧ଟା ୪୫ରୁ ସାଢ଼େ ୧୨ଟା ମଧ୍ୟରେ ଚାରମାଳ ଫିଟା, ଘୋଡା ଯୋଚା
- ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥଟଣା