‘ଭକ୍ତର ଗୁହାରୀ ଶୁଣିଲେ ଭାବଗ୍ରାହୀ’

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଜଗନ୍ନାଥ ପ୍ରେମୀ ଓ କୋଟି କୋଟି ଭକ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଗୃହ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ନେତା ଓ ମହାରାଜା ଖୁସି ବ୍ୟକ୍ତ କରିଛନ୍ତି।

ରଥଯାତ୍ରାକୁ ଅନୁମତି ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ‘ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ। ଭାବଗ୍ରାହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଗଣିତ ଭକ୍ତଙ୍କ ଗୁହାରୀ ଶୁଣିଲେ। ପୂର୍ବ ରାୟକୁ ପୁନର୍ବିଚାର କରିଥିବାରୁ ସୁପ୍ରିମକୋର୍ଟଙ୍କ ପାଖରେ ଋଣୀ। ଯାତ୍ରା ସଫଳ ପାଇଁ କେନ୍ଦ୍ର, ରାଜ୍ୟ ସରକାର ସହଯୋଗ ଦେବା ଆଶା।’

ରଥଯାତ୍ରାକୁ ଅନୁମତି ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଦିନ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନେଇ ଆଜି ସାରା ଦେଶ ଖୁସି। ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ସହ କାଲି କଥା ହୋଇଥିଲି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଥା ହୋଇ ସେମାନଙ୍କ ମତ ନେଇଥିଲି।
ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି SGଙ୍କ ସହ ବି କଥା ହୋଇଥିଲି। ମାମଲାର ଗୁରୁତ୍ୱ ଦେଖି ଅବକାଶ ବେଞ୍ଚରେ ଶୁଣାଣି ବି ହୋଇଥିଲା ସେ କହିଛନ୍ତି। ଏହାସହ ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଅମିତ ଶାହା।

ରଥଯାତ୍ରା ପାଇଁ ଅନୁମତି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ”ସର୍ତ୍ତମୂଳକ ଅନୁମତି ଭିତରେ ଦାୟିତ୍ୱ ପାଳନ ଆମ ସମସ୍ତଙ୍କର। ଅନୁମତି ମିଳିବା ପଛରେ ଅନେକଙ୍କର ବଡ଼ ଭୂମିକା ରହିଛି। ବିଶେଷକରି ଶଙ୍କରାଚାର୍ଯ୍ୟ, ଗଜପତି, ଛତିଶା ନିଯୋଗ, ସେବାୟତଙ୍କ ଭୂମିକା ରହିଛି। ପ୍ରବଳ ଇଚ୍ଛାଶକ୍ତି ପାଇଁ ସାଢେ ୪ କୋଟି ଓଡ଼ିଆଙ୍କର ବିଜୟ ହେଲା। ଓଡ଼ିଶା ସରକାର ସଠିକ ଭାବେ କାର୍ଯ୍ୟ କରିବା ନେଇ ଆଶାବାଦୀ। ସୁପରିଚାଳନା ପାଇଁ କେନ୍ଦ୍ର ସବୁ ସହଯୋଗ ଯୋଗାଇବ। ଦ୍ୱନ୍ଦ୍ୱ ଭିତରେ ଆଶ୍ୱସ୍ତି, ଏହା ମହାପ୍ରଭୁଙ୍କ ଲୀଳା।’

You might also like