• translate
Satyendu Shekher Mishra

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍ । ସେହି ଦିନ ସକାଳ ସାଢ଼େ ୧୧ଟା ସମୟରେ ପ୍ରାଇସ ବିଡ୍ ଖୋଲିବ ବୋଲି ନିଷ୍ପତି ହୋଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟ ପ୍ରଥମେ ଫେଲ୍ ମାରିବା ପରେ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟିବା ଦାବି ସହ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ମଂଚକୁ ଆଣିବାର ପ୍ରୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହେଲେ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଏବେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ପାଇଁ ଆହ୍ୱାନ ଦେଇଥିଲେ । ହେଲେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ଦେଖାଇନଥିଲେ କୌଣସି ଟିକା କମ୍ପାନୀ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟସ୍ୱାସ୍ଥ୍ୟ ମନ୍ତ୍ରୀ ଚିଠି ଲେଖିଥିଲେ । ଚିଠିରେ ଉଲ୍ଲେଖ ଥିଲା ଯେ, ଟିକା କମ୍ପାନୀମାନେ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଚାହୁଁନାହାନ୍ତି । ଏପରିକି ପ୍ରି-ବିଡ଼ିଂ ମିଟିଂକୁ ବି ଆସି ନାହାନ୍ତି ସେରମ୍ ଓ ଭାରତ ବାୟୋଟେକ୍ । ତେବେ କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠିରେ ଉଲ୍ଲେଖ କରିଥିଲେ ।

ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଫେଲ୍‌ ହେବା ପରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଙ୍କଟ ଦୂର କରିବା ନେଇ ଚିଠିରେ ସମସ୍ତଙ୍କ ସହମତି ଲୋଡ଼ିଥିଲେ । ଟିକା ପାଇଁ ପରସ୍ପର ଭିତରେ ନ ଲଢ଼ି, ଏକାଠି ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ ।

Other Stories

  •  bjp leaders came back to Odisha
    Odisha BJP ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

    ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ। 

  • KOTIA
    Koraput କୋଟିଆର ସବୁ ଗାଁରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର !

    ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ...

  • Pipili byelection
    Odisha କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ?

    ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ...

  • Subash Singh
    Cuttack Durga Puja ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ସୁବାସ ସିଂହଙ୍କ ସମାଲୋଚନା

    କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା...