Zoom ଆପ୍ ବ୍ୟବହାରକାରୀ ସାବଧାନ: ମୋବାଇଲ୍‌ରୁ ଚୋରି ହୋଇଯାଉଛି ଡାଟା

ନୂଆଦିଲ୍ଲୀ: zoom app ଆପ୍ ବ୍ୟବହାର କରିବା ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ। ଆଜି ଏନେଇ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। zoom ଭିଡିଓ କନ୍‌ଫରେସିଂ app ବ୍ୟବହାର କରୁଥିବା ଲୋକେ ଏଣିକି ସାବଧାନ ରହିବେ। କାରଣ ଏଥିରେ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ଲିକ୍ ହେଉଥିବା ନେଇ ଆଶଙ୍କା ପ୍ରକାଶ କରିଛି ମନ୍ତ୍ରଣାଳୟ।

ଏହି ଆପ୍‌ ଦ୍ୱାରା ଗୋଟିଏ ସମୟରେ ଏକାଧିକ ଲୋକେ ଭିଡିଓ କନ୍‌ଫରେସିଂ ମାଧ୍ୟମରେ କଥାବାର୍ତ୍ତା କରିପାରିବେ। ଏହି ସମୟରେ କୌଣସି ବି ଅପରିଚିତ ବ୍ୟକ୍ତି ଡାଟା ଚୋରି କିମ୍ବା ହ୍ୟାକ୍ କରିବା ନେଇ ସନ୍ଦେହ ପ୍ରକାଶ ହୋଇଛି।

ଭାରତୀୟ ନୋଡାଲ୍ ସାଇବର ସିକ୍ୟୁରିଟି ଏଜେନ୍ସିର ତଥ୍ୟ ଓ ଅନୁସନ୍ଧାନ ପରେ ଏହି ଗାଇଡ ଲାଇନ୍ ଜାରି ହୋଇଛି। ୟୁଜର୍ସ ନିଜ ମୋବାଇଲ୍ କିମ୍ପା କମ୍ପ୍ୟୁଟର ଏହାକୁ ବ୍ୟବହାର କରୁଥିବା ବେଳେ ସଂପୃକ୍ତ ମୋବାଇଲ ଓ କମ୍ପୁଟର୍‌ରୁ ଡାଟା ଲିକ୍ ନେଇ ଆଶଙ୍କା ପ୍ରକାଶ ପାଇଛି।

ଚୀନରେ ପ୍ରସ୍ତୁତ ଓ ପରିଚାଳିତ ହେଉଥିବା zoom appକୁ ଭାରତରେ ଲକ୍‌ଡାଉନ୍ ପରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଅଷ୍ଟ୍ରେଲିଆ, ତାଇୱାନ୍, ସିଙ୍ଗାପୁର ଏବଂ ଜର୍ମାନୀ ଭଳି ରାଷ୍ଟ୍ର ଏହି ଆପ୍‌କୁ ବ୍ୟାନ୍ କରିଛନ୍ତି।

You might also like