ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଜୋଙ୍ଗ୍ ଶାନଶାନ

ମୁକେଶ ଅମ୍ବାନୀଙ୍କୁ ବଡ଼ ଝଟକା । ସବୁଠାରୁ ଧନୀ ବ୍ୟକ୍ତିର ତାଜ୍ ଛଡ଼ାଇନେଲେ ୱାଟର କିଙ୍ଗ୍ ରୂପେ ପରିଚିତ ଚୀନ ଉଦ୍ୟୋଗପତି

ବେଜିଂ : ଜୋଙ୍ଗ୍ ଶାନଶାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତିଏସିଆର ଶୀର୍ଷ ଧନୀ ବ୍ୟକ୍ତିଙ୍କ ଟ୍ୟାଗ ହରାଇଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ତାଙ୍କ ସ୍ଥାନ ନେଇଛନ୍ତି ଜୋଙ୍ଗ୍ ଶାନଶାନ । ମୁକଶ ଆମ୍ବାନୀଙ୍କୁ ପଛରେ ପକାଇ ଏଥର ବାଜି ମାରିନେଲେ ଚୀନର ୱାଟର କିଙ୍ଗ ଭାବେ ପରିଚିତ ଜୋଙ୍ଗ୍  । କରୋନା ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରିଥିବା ବ୍ୟବସାୟୀଙ୍କ କଥା ଉଠିଲେ, ଚୀନର ଅନେକ ଉଦ୍ୟୋଗପତିଙ୍କ ନାମ ଆସେ । ଆଉ ଏଥିମଧ୍ୟରୁ ପିଇବା ପାଣି ଓ କରୋନା ଟୀକା ତିଆରି କରୁଥିବା ଚୀନର ବିଜିନେସ୍ ଟାଇକୁନ୍ ଜୋଙ୍ଗ୍  ଶାନଶାନଙ୍କ ନାମ ସବାଗ୍ରେ ଆସିବ ।  ମହାମାରୀ ମାଡ଼ି ମାଡ଼ି ଚାଲିଥିବା ବେଳ ତାଙ୍କ ସମ୍ପତ୍ତିରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଥିଲା ।

ମୁକେଶ ଅମ୍ବାନୀଙ୍କୁ ବଡ଼ ଝଟକା । ସବୁଠାରୁ ଧନୀ ବ୍ୟକ୍ତିର ତାଜ୍ ଛଡ଼ାଇନେଲେ ଜୋଙ୍ଗ୍ ଶାନଶାନ । ଜୋଙ୍ଗ୍ ଶାନଶାନ  ବର୍ତ୍ତମାନ କେବଳ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି, ବରଂ ଆଲିବାବା ମୁଖ୍ୟ ଜ୍ୟାକ ମା’ଙ୍କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି । ବ୍ଲୁମ୍‌ବର୍ଗ ବିଲିଓନେୟର୍ସ ଇଣ୍ଡେକ୍ସ୍‍’ ଅଅନୁସାର ଚଳିତ ବର୍ଷ ଝୋଙ୍ଗଙ୍କ ସମ୍ପତ୍ତି ୭୦.୯ ବିଲିୟନ୍‌ ଡଲାର୍‌ ବୃଦ୍ଧି ପାଇ ୭୭.୮ ବିଲିୟନ୍‌ ଡଲାରରେ ପହଞ୍ଚିଛି । ଏହାସହ ସେ  ବିଶ୍ୱର ୧୧ତମ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି  ।

ତେବେ ସବୁଠାରୁ ରୋଚକ ବିଷୟ ହେଲା ମିଡ଼ିଆ ଠାରୁ ସବୁବେଳେ ଦୂରେଇ ରୁହନ୍ତି ଜୋଙ୍ଗ୍ । ମିଡ଼ିଆରେ ତାଙ୍କ ବିଷୟରେ ଖୁବ କମ ହିଁ ଚର୍ଚ୍ଚା ହୁଏ । ସାମ୍ବାଦିକତା, ଛତୁ ଚାଷ ଓ ସ୍ୱାସ୍ଥ୍ୟସେବା ଆଦିରୁ କ୍ୟାରିୟର ଆରମ୍ଭ କରିଥିବା, ଏହି ସାଧାରଣ ମଣିଷ ଜଣକ ଆଜି ଏସିଆର ସବଠାରୁ ବିତ୍ତଶାଳୀ ବ୍ୟକ୍ତି । ତାଙ୍କ ବିଷୟରେ ଚୀନ ବାହାରେ ଖୁବ କମ୍ ଲୋକ ଜାଣନ୍ତି ।

୬୬ ବର୍ଷିୟ ଜୋଙ୍ଗ୍‌ ରାଜନୀତିରେ ସମ୍ପୃକ୍ତ ନୁହଁନ୍ତି । ଦୁଇଟି ପ୍ରଧାନ କାରଣରୁ ସଫଳ ହୋଇଛନ୍ତି ବର୍ତ୍ତମାନର ଧନୀ ବ୍ୟକ୍ତି ଜୋଙ୍ଗ ଶାନଶାନ ବୋଲି ଶୁଣିବାକୁ ମିଳେ । ପ୍ରଥମଟି ହେଲା ଗତ ଏପ୍ରିଲ୍‌ ମାସରେ ଟିକା ନିର୍ମାତା ‘ବେଜିଙ୍ଗ୍‌ ଓ୍ଵାନ୍‌ତାଇ ବାୟୋଲୋଜିକାଲ୍‌ ଏଣ୍ଟର୍‌ପ୍ରାଇଜ୍‌ କୋ.’କୁ ହାତକୁ ନେଇଥିଲେ ଜୋଙ୍ଗ୍ । ଦ୍ୱିତୀୟଟି ହେଲା କିଛି ମାସ ପରେ ପାଣି ବୋତଲ ନିର୍ମାତା କମ୍ପାନି ‘ନୋଙ୍ଗ୍‌ଫୁ ସ୍ପ୍ରିଙ୍ଗ୍‌’କୁ ନିଜ ମାଲିକାନାକୁ  ନିଜକୁ ହାତକୁ ନେଇ ହଙ୍ଗ୍‌କଙ୍ଗ୍‌ରେ ଚହଳ ପକାଇଥିଲେ । ସେ ଏହି ଦୁଇଟି ବ୍ୟବସାୟ ଚାଲୁ କରିବା କ୍ଷଣି ‘ନୋଙ୍ଗ୍‌ଫୁ’ର ସେୟାର୍‌ ୧୫୫ ପ୍ରତିଶତ ଏବଂ ‘ଓ୍ଵାନ୍‌ତାଇ’ର ସେୟାର୍‌ ୨୦୦୦ ପ୍ରତିଶତରୁ ଅଧିକ ବୃଦ୍ଧିପାଇଥିଲା।

ଆହୁରି ମଧ୍ୟ ପଢନ୍ତୁ :

ଅମ୍ବାନୀକୁ ବିରେ।ଧ କରି ପଞ୍ଜାବର ଅନେକ ସ୍ଥାନରେ ରିଲାଏନ୍ସ ଜିଓର ଟାୱାରକୁ ନଷ୍ଟ କରିଦେଇଛନ୍ତି କୃଷକ

ସେହିପରି ନେଟୱର୍କ ମାମଲାରେ ମଧ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି । ଜୋଙ୍ଗ୍ ଚୀନର ଅନେକ ଉଦ୍ୟୋଗପତିଙ୍କୁ ମଧ୍ୟ ପଛରେ ପକାଇ ଆଗକୁ ବଢ଼ିସାରିଛନ୍ତି । ଆମ୍ବାନୀଙ୍କ ପୂର୍ବରୁ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ପରିଚିତ ଜ୍ୟାକ ମାଙ୍କୁ ମଧ୍ୟ ଜୋଙ୍ଗ ଶାନଶାନ ବହୁତ ପଛରେ ପକାଇ ଦେଇଛନ୍ତି । ଅଲିବାବା ଚୀନର  ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ । ଇ-କମର୍ସ ଅର୍ଥ ଇଂଟରନେଟ୍ ଜରିଆରେ ବ୍ୟବସାୟକୁ ବୁଝାଇଥାଏ । କଞ୍ଚା ମାଲର କିଣା ବିକା ଓ ବିଡ଼ିଂ ପରି କାମ ଇ-କମର୍ସ କମ୍ପାନୀରେ ଅନଲାଇନ ମାଧ୍ୟମରେ ହୋଇଥାଏ । କଠିନ ପରିଶ୍ରମ ବଳରେ ଅଲିବାବା କମ୍ପାନୀକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ଜ୍ୟାକ୍ ମା । ସୂଚନା ଅନୁସାରେ ବର୍ତ୍ତମାନ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୫୧.୨ ଆରବ ଡଲାର ବୋଲି ଜଣାପଡ଼ିଛି ।  ଅକ୍ଟୋବର ମାସ ତୁଳନାରେ ଜ୍ୟାକ ମାଙ୍କ ସମ୍ପତ୍ତି ହ୍ରାସ ପାଇଛି  । କାରଣ ଅକ୍ଟୋବର ମାସରେ ଜ୍ୟାକ ମାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ଥିଲା ୬୧.୭ ଆରବ ଡଲାର । ସେପେଟେ, ଚଳିତ ବର୍ଷ ଅମ୍ବାନୀଙ୍କ ସମ୍ପତ୍ତି  ୧୮.୩ ବିଲିୟନ୍‌ ଡଲାଇ ବୃଦ୍ଧି ପାଇ ୭୬.୯ ବିଲିୟନ୍‌ ଡଲାରରେ ପହଞ୍ଚିଛି ।

ଅନ୍ୟପଟେ ଦୁନିଆର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୮୭ ବିଲିୟନ୍ ଡଲାର । ଏବଂ ଏଥିରେ ଆମାଜନର ଅଂଶଧନ ରହିଛି ୧୧ ପ୍ରତିଶତ ।

You might also like