ଅସଲି ମସଲା ଗୁଣ୍ଡ କେମିତି ଚିହ୍ନିବେ ?

ବଜାରରେ ଛାଇ ଯାଇଛି ନକଲି ଜିନିଷ। ନକଲି ଚାଉଳ, ନକଲି ଅଣ୍ଡା, ନକଲି ତେଲ …। ଏବେ ଦିଲ୍ଲୀରେ ନକଲି ଜିରା କାରଖାନା ବାହାରିବା ପରେ ଲୋକ ଚିନ୍ତାରେ ପଡି ଗଲେଣି। ଅଧିକ ଲାଭ ଆଶା, ରାତାରାତି ବଡଲୋକ ହେବା ସ୍ୱପ୍ନ ମଣଷକୁ ଏପରି କରିବାକୁ ବାଧ୍ୟ କରୁଛି। ତେଣୁ ଆମେ ତ ଏହାକୁ ଅଟକାଇ ପାରବା ନାହିଁ, ତେଣୁ ନକଲି ଜିନିଷ ପ୍ରତି ସଚେତନ ହେଲେ ବିପଦକୁ ଏଡ଼ାଇ ପାରିବ।

ଫୁଡ୍ ଏବଂ ସପ୍ଲାଇ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଖୋଲାରେ ରଖାଯାଇଥିବା ମସଲା କିଣିବା ଉଚିତ୍‌ ନୁହେଁ। ଖୋଲାରେ ରଖାଯାଇଥିବା ମସଲାରେ ମାଟି, ଧୂଳି ପଡିବାର ଆଶଙ୍କା ରହିଥାଏ। ଯଥା ସମ୍ଭବ ମସଲା ନିଜେ ଘରେ ପ୍ରସ୍ତୁତ କରନ୍ତୁ। ଲୋକାଲ କମ୍ପାନୀର କୌଣସି ମସଲା କିଣନ୍ତୁ ନାହିଁ।

ନକଲି ମସଲା ଚିହ୍ନିବେ କେମିତି ?

ହଳଦୀ ଗୁଣ୍ଡ: ରୋଷେଇ ଘରର ଏକ ଅତ୍ୟାବଶ୍ୟକ ମସଲା ହଳଦୀ ଗୁଣ୍ଡ । ଶୁଦ୍ଧ ହଳଦୀ ଗୁଣ୍ଡରେ ରହିଛ ଅନେକ ଔଷଧୀୟ ଗୁଣ। ତେଣୁ ହଳଦୀ ଗୁଣ୍ଡ ନିହାତି ଭଲ ହେବା ଦରକାର। ତେବେ ଏହା ନକଲି ବୋଲି କେମିତି ଜାଣିବେ ? ଯଦି ହଳଦୀ ଗୁଣ୍ଡର ରଙ୍ଗ ବେଶୀ ଗାଢ ଲାଗୁଛି ତେବେ ଜାଣିବେ ଅପମିଶ୍ରଣର ଆଶଙ୍କା ରହିଛି। କାରଣ ଶୁଦ୍ଧ ହଳଦୀର ରଙ୍ଗ ହାଲ୍‌କା ଅଟେ। ତା ଛଡା ହଳଦୀକୁ ପାଣିରେ ପକାଇଲେ ଯଦି ଏହାର ରଙ୍ଗ ଶିଘ୍ର ଉଡ଼ିଯାଏ ତେବେ ଜାଣିବେ ଏଥିରେ ମିଲାବଟ୍‌ ହୋଇଛି।

ଧନିଆଗୁଣ୍ଡ: ଧନିଆ ଗଣ୍ଡରେ ବହୁତ ଅପମିଶ୍ରଣ ହେଉଛି। କିନ୍ତୁ ଏହା ସହଜରେ ଧରାପଡ଼ୁନି। ପତ୍ରକୁ ଗୁଣ୍ଡ କରି ଏଥିରେ ମଶାଇ ଦେଲେ ସହଜରେ ଜଣାପଡେନି। ତେବେ ଏହାର ବାସ୍ନାରୁ ଆପଣ ଜାଣିପାରିବେ ଏହା ଶୁଦ୍ଧ କି ଅପମିଶ୍ରିତ। ଯଦି ଏଥିରୁ ଧନିଆର ବାସ୍ନା ଆସୁନାହିଁ କିମ୍ବା ହାଲ୍‌କା ଆସୁଛି ଜାଣନ୍ତୁ, ଏଥିରେ ନିଶ୍ଚୟ ଅପମିଶ୍ରଣ ହୋଇଛି।

ଡାଳଚିନି: ଡାଳଚିନିର ରଙ୍ଗ ହାଲ୍‌କା ବ୍ରାଉନ ରଙ୍ଗର ଏବଂ ପତଳା। ଏହାର ବାସ୍ନା ମଧ୍ୟ ଅଲଗା। ତେଣୁ କିଣିଲାବେଳେ ଏସବୁ ଦିଗକୁ ଦୃଷ୍ଟି ଦେଲେ ଅପମିଶ୍ରଣ ଆଶଙ୍କା ରହିବନି।

ଲୁଣ: ଲୁଣ ପରି ଅପରିହାର୍ଯ୍ୟ ଜିନିଷରେ ବି ମିଲାବଟ୍ ! ତେଣୁ କମନ୍‌ ସଲ୍‌ଟ ଏବଂ ଆୟୋଡାଇଜଡ୍‌ ସଲ୍‌ଟକୁ କିପରି ଚିହ୍ନିବେ ? ଜାଣିବା ପାଇଁ ଗୋଟିଏ ଆଳୁ ନିଅନ୍ତୁ। ମଝିରୁ କାଟି ଦିଅନ୍ତୁ। ଏହାର ଗୋଟିଏ ପଟେ କମନ୍‌ ଲୁଣ ଏବଂ ଅନ୍ୟପଟେ ଆୟୋଡାଇଜ୍ ଲୁଣ ପକାନ୍ତୁ। ତା ଉପରେ କେଇ ବୁନ୍ଦା ଲେମ୍ବୁ ରସ ଢାଳନ୍ତୁ। ୭ରୁ ୧୦ ମିନିଟ ରଖିଲା ପରେ ଦେଖନ୍ତୁ, ଯଦି ଏହାର ରଙ୍ଗ ନୀଳ ହୋଇଯାଉଛି ତେବେ ଏହା ଆୟୋଡାଇଜ୍‌ଡ ଲୁଣ। ଯଦି ହେଉନି ତେବେ ସାଧାରଣ ଲୁଣ।

କେସର: କେସର ରଙ୍ଗ ହାଲ୍‌କା। ସହଜରେ ଛିଣ୍ଡେନି। ଯଦି ନକଲି ହୋଇଥିବ ତେବେ ସହଜରେ ଛିଣ୍ଡିଯିବ । ନକଲି କେଶରର ରଙ୍ଗ ମଧ୍ୟ ହାଲ୍‌କା ଲାଲ ଓ ହଦଳିଆ ।

ଲବଙ୍ଗ:ଯଦି ଲବଙ୍ଗରୁ ତେଲ କାଢି ନିଆଯାଇଥାଏ ତେବେ ଏହା ପାଣିରେ ଭାସିବ। କିନ୍ତୁ ଅସଲି ଲବଙ୍ଗ ପାଣିରେ ଭାସିବ ନାହିଁ।

ଆହୁରି ପଢ଼ନ୍ତୁ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

You might also like