ଗୁଜରାଟ୍ ସିଂହ ଓ ସିଂହୀର ଏପରି ପ୍ରେମ କାହାଣୀ କେବେ ଶୁଣି ନଥିବେ

ରାଜକୋଟ: ଭାଲେନ୍‌ଟାଇନ୍ସ ଡେ’ରେ ସିଂହୀକୁ ପ୍ରପୋଜ୍‌ କରିବା ପାଇଁ ସିଂହ ଚାଲିଲା ୬୦ କିମି ବାଟ। ନିଜ ପ୍ରେମିକା ସହିତ ବିଶେଷ ମୁହୂର୍ତ୍ତ ବିତାଇବା ପାଇଁ ସିଂହ ତାର ୩ ଜଣ ପୁରୁଷ ବନ୍ଧୁଙ୍କ ସହିତ ରାଜୁଲାରୁ ପ୍ରାୟ ୬୦ କିମି ଦୂର ସାବରକୁଣ୍ଡକୁ ଯାଉଛି ସିଂହ। ସାବରକୁଣ୍ଡରେ ରହୁଛି ତା ସିଂହୀ ପ୍ରେମିକା। କଥାଟା ବିଶ୍ୱାସ ହେଉ ନଥିଲେ ବି ସତ।

Image result for lion love

ଅନେକ ଦିନ  ହେଇଗଲାଣି ତା ସିଂହୀ ରାଣୀ ସହିତ ଦେଖା ହେଇନି ଜଙ୍ଗଲ ରାଜାର। ତାକୁ ଟିକେ ଦେଖିବାକୁ ସିଂହର ମନ ଗୁଡ଼ାଇ ତୁଡ଼ାଇ ହେବାରୁ ସାଙ୍ଗମାନଙ୍କୁ ଧାରି ବାହାରିଛି ପ୍ରେମିକା ପାଖକୁ।

ତେବେ ଏହା ପ୍ରଥମଥର ନୁହେଁ, ସିଂହଟି ଏମିତି ଅନେକ ଥର କିଛି ଦିନ ବ୍ୟବଧାନରେ ୬୦ କିମି ଦୂରରେ ଥିବା ସିଂହୀ ପାଖକୁ ଯାଏ। ତା ସହିତ କିଛି ବିଶେଷ ମହୂର୍ତ୍ତ ବିତାଇ ସାରିବା ପରେ ପୁଣି ଫେରିଆସେ।
ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା ? ହେଲେ ସିଂହର ଗତିବିଧିକୁ ତର୍ଜମା କରୁଥିବା ବିଶେଷଜ୍ଞ, ରାଜୁଲା ଓ ସବରକୁଣ୍ଡଳର ଗାଁ ଲୋକମାନେ ଏହା ସତ ବୋଲି କହିଛନ୍ତି।

ବର୍ଷେ ହେବ ସିଂହଟି ଏମିତି ନିଜ ବନ୍ଧୁମାନଙ୍କ ସହ ସେଠାକୁ ଯାଉଛି ଏବଂ ସିଂହୀ ସହ ସମୟ ବିତାଇ ପୁଣି ଫେରି ଆସୁଛି।

ରିପୋର୍ଟ ଅନୁସାରେ ସିଂହମାନଙ୍କର ବୟସ ୪ରୁ ୫ ବର୍ଷ ହେବ। ଏମାନେ ଗୁଜରାଟ ଭାବନଗର ଜିଲ୍ଲାରେ ଥିବା ଜଙ୍ଗଲରେ ମଧ୍ୟ ନିଜର ରାଜାପଣ ଦେଖାଇଛନ୍ତି। ଏଥିପାଇଁ ଅନ୍ୟ ବନ୍ୟଜନ୍ତୁ କିମ୍ବା ସିଂହମାନେ ଏମାନଙ୍କ ରାସ୍ତାରେ କେବେ ହେଲେ ପ୍ରତିବନ୍ଧକ ସାଜନ୍ତି ନାହିଁ। ରାଜୁଲା ଠାରେ ଥିବା ଦୁନଗର ଗାଁରୁ ଏମାନଙ୍କ ଯାତ୍ରା ଆରମ୍ଭ ହୋଇଥାଏ।

ସବରକୁଣ୍ଡଳ ନିକଟ ଆମବାରଡ଼ି ନିକଟରେ ଏମାନେ ପହଞ୍ଚିବା ପରେ କିଛି ସମୟ ବିଶ୍ରାମ ନିଅନ୍ତି। ଏହାପରେ ୪ ଜଣଙ୍କ ମଧ୍ୟରୁ ପ୍ରେମିକ ପ୍ରବର ସିଂହଟି ଆଗକୁ ବଢ଼େ। ଅନ୍ୟ ବନ୍ଧୁମାନେ ସେହିଠାରେ ଅଟକିଯାନ୍ତି। ସିଂହୀ ସହ ପ୍ରେମିକ ସିଂହ ସମୟ ବିତାଇବା ବେଳେ ଅନ୍ୟ ୩ ଜଣ ସିଂହ ବନ୍ଧୁକୁ ଡିଷ୍ଟର୍ବ କରିବାକୁ ଚାହାନ୍ତି ନାହିଁ। ତେଣୁ ସେମାନେ ସେଠାକୁ କିଛି ଦୂରତାକୁ ଚାଲି ଆସନ୍ତି। ସିଂହଟି ସିଂହୀ ସହ ତା’ର ବିଶେଷ ମୁହୂର୍ତ୍ତ ଅତିବାହିତ କରିବା ପରେ  ବନ୍ଧୁମାନଙ୍କ ପାଖକୁ ପୁଣି ଫେରି ଆସେ। ଏହାପରେ ପୁଣିଥରେ ସେମାନେ ସାଙ୍ଗ ହୋଇ ନିଜ ଜଙ୍ଗଲକୁ ଫେରନ୍ତି। କଥାଟା ଫିଲ୍ମ ଲାଗୁଛି ନା ?

Image result for lion love

 

 

You might also like