ଭାରତରେ ଲଞ୍ଚ୍‌ ହେଲା ସାଓମୀର ଏହି ଦମ୍‌ଦାର୍‌ ଫୋନ୍‌; ଗେମିଂ ଓ କ୍ୟାମେରା ଜବରଦସ୍ତ

ଟେକ୍‌ ନ୍ୟୁଜ୍; ସାଓମୀର ଦମ୍‌ଦାର ସ୍ମାର୍ଟ ଫୋନ୍‌ Redmi Note 8 Pro ଗତକାଲି ଭାରତରେ ଲଞ୍ଚ ହୋଇଛି। ଚୀନ୍‌ରେ ଏହି ଫୋନ୍‌ ଲଞ୍ଚ୍‌ ହୋଇ ସାରିଥିବା ବେଳେ ଭାରତୀୟ ଗ୍ରାହକ ଫୋନ୍‌କୁ ବଡ଼ ବ୍ୟଗ୍ରତାର ସହ ଅପେକ୍ଷା କରିଥିଲେ।

ତେବେ ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏହା ଏକ ଗେମିଂ ଫୋନ୍ ଓ ଏଥିରେ ୬୪ ମେଗାପିକ୍ସେଲ୍‌ କ୍ୱାଡ୍‌ କ୍ୟାମେରା ସିସ୍‌ଷ୍ଟମ୍‌ ରହିଛି।

Image result for mi note 8 pro

Redmi Note 8 Proରେ ୬.୫୩ ର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍,୧୦୮୦x୨୩୪୦ ପିକ୍ସେଲ୍‌। ଏଥିସହିତ MIUI 10 ସପୋର୍ଟ ଥିବା ଫୋନ୍‌ଟି ଆଣ୍ଡ୍ରଏଡ୍ ପାଇରେ କାମ କରିବ। ଏଥିରେ Helio G90T SoC ପ୍ରୋସେସର୍‌ରେ ଦିଆଯାଇଛି।

Related image

କ୍ୟାମେରା-  Redmi Note 8 Pro ସାଓମୀର ପ୍ରଥମ ୬୪ ମେଗାପିକ୍ସେଲ୍‌ କ୍ୟାମେରାଯୁକ୍ତ ଫୋନ୍। କ୍ୱାଡ୍‌କ୍ୟାମେରା ସେଟ୍‌ଅପ୍‌ ବିଶିଷ୍ଟ ଏହି ଫୋନ୍‌ରେ ଏଥର  ସୋନି ନୁହେଁ ସାମ୍‌ସଙ୍ଗ ସେନ୍ସର ଦିଆଯାଇଛି। ଏଥିରେ ଗୋଟିଏ ୬୪ ମେଗାପିକ୍ସେଲ୍‌, ତଳକୁ ଆଉ ଗୋଟିଏ କ୍ୟାମେରା ୮ ମେଗାପିକ୍ସେଲ୍ ଓ ଦୁଇଟି ୨ ମେଗାପିକ୍ସେଲ୍‌ କ୍ୟାମେରା ଦିଆଯାଇଛି। କ୍ୟାମେରା ସେଟ୍‌ଅପ୍‌ରେ ୩ଟି କ୍ୟାମେରା ତଳକୁ ଫିଙ୍ଗର୍‌ପ୍ରିଣ୍ଟ ସେନ୍ସର ଥିବା ବେଳେ ଅନ୍ୟ ଏକ କ୍ୟାମେରା ଫ୍ଲାସ୍‌ଲାଇଟ୍ ତଳକୁ ରହିଛି। ସେହିଭଳି ଏହି ସ୍ମାର୍ଟଫୋନ୍‌ରେ ୨୦ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ମଧ୍ୟ ରହିଛି। ପାୱାର୍‌ ପାଇଁ ଏଥିରେ 4500 mAh ବ୍ୟାଟେରୀ ଦିଆଯାଇଛି। ଯାହା 18W ଫାର୍ଷ୍ଟ ଚାର୍ଜିଂକୁ ସପୋର୍ଟ କରୁଛି।

Image result for mi note 8 pro

ଫୋନ୍‌ରେ ଭଲମନ୍ଦ- ଯଦି ଆପଣ ଗୁଗଲ କ୍ୟାମେରା ଆପ୍‌ରେ ଫୋଟ ଉଠାଇବାକୁ ପସନ୍ଦ କରନ୍ତି, ତେବେ ଫୋନ୍‌ରେ ଆପଣଙ୍କୁ  ଏହି ସପୋର୍ଟ ମିଳିବ ନାହିଁ। ତେଣୁ ଏଥିରେ ଆପଣ ଅନ୍ୟ ଆପ୍‌ କିମ୍ବା ଫୋନ୍‌ର ଷ୍ଟକ୍‌ କ୍ୟାମେରାରେ ଫଟୋ ଉଠାଇ ପାରିବେ। Redmi Note 7 Pro ସହିତ ତୁଳନା କଲେ ଏହି ଫୋନ୍‌ର ନେଚୁରାଲ୍‌ ଫଟୋ ଉଠିବ। ଏଥିରେ ସାମ୍‌ସଙ୍ଗ ସେନ୍ସର ଲାଗିଥିବାରୁ ଫଟୋ ଟିକେ ଉଜ୍ଜ୍ଵଳ ଉଠିବ। କିନ୍ତୁ Realme XT ତୁଳନାରେ Redmi Note 8 Pro  ଟିକେ ଧିମା ପଡ଼ିପାରେ। ଯଦି ଆପଣ ଗେମିଂ ଫୋନ୍‌ ଚାହୁଁଛନ୍ତି ତେବେ Redmi Note 8 Pro ଆପଣଙ୍କ ପାଇଁ ଠିକ୍‌ ରହିବ।

 

You might also like