ଖୁବ୍‌ଶୀଘ୍ର ଆସୁଛି ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ଦମ୍‌ଦାର ସ୍ମାର୍ଟ ଫୋନ୍‌

ଚଳିତ ବର୍ଷ  Xiaomi ମୋବାଇଲ୍ କମ୍ପାନୀ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫୋନ୍‌ ମାର୍କେଟ୍‌କୁ ଛାଡ଼ିଛି। ଆଉ ପ୍ରାୟ ସବୁ ଫୋନ୍‌ଗୁଡ଼ିକରେ ଜବରଦସ୍ତ କ୍ୟାମେରା କ୍ୱାଲିଟି ରିହିଛି। କମ୍ପାନୀ ପ୍ରଥମେ ୪୮ ମେଗାପିକ୍ସେଲ୍‌ ଓ ପରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଛାଡ଼ି ମୋବାଇଲ୍‌ ମାର୍କେଟ୍‌ରେ ହାଲ୍ଲାବୋଲ୍‌ କରୁଛି।  ଆଉ ଏବେ ଶୁଣିବାକୁ ମିଳୁଛି ଯେ ସାଓମୀ ଖୁବ୍‌ଶୀଘ୍ର ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଆଣିବାକୁ ଯାଉଛି, ଯାହାର ଲିକ୍‌ ସାମ୍ନାକୁ ଆସିଛି।

Image result for Mi CC9 Pro

MiCC9 ସିରିଜ୍‌ ଫୋନ୍; ରିପୋର୍ଟ ଅନୁସାରେ ଖୁବ୍‌ଶୀଘ୍ର ସାଓମୀ MiCC9 ସରିଜିର୍ MiCC9 Pro ଲଞ୍ଚ୍ କରିବାକୁ ଯାଉଛି, ଯେଉଁଥିରେ ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଦେଖିବାକୁ ମିଳିବ। ଏହା ୨୪ ଅକ୍ଟୋବର୍‌ରେ ଲଞ୍ଚ୍ ହେବ ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଏହି ସିରିଜ୍‌ର ଅନ୍ୟ କେତୋଟି ଫୋନ୍‌ ଚାଇନାରେ ଲଞ୍ଚ ହୋଇ ସାରିଛି।

Related image

ମୋବାଇଲ୍‌ର ଖାସ୍‌ କଥା;

ଡିସ୍‌ପ୍ଲେ:- ରିପୋର୍ଟ ଅନୁସାରେ, ଏହି ଫୋନ୍‌ରେ  ୬.୪ ଇଞ୍ଚର ୱାଟର୍‌ ଡ୍ରପ୍‌ ନଚ୍‌ଯୁକ୍ତ ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଆମୋଲେଡ୍‌ ଡିସ୍‌ପ୍ଲେ ମିଳିବ। ଏଥିସହିତ ଏଥିରେ ଇନ୍‌ଡିସ୍‌ପ୍ଲେ ଫିଙ୍ଗର୍‌ ଫ୍ରିଣ୍ଟ ସୁବିଧା ମଧ୍ୟ ରହିବ।
କ୍ୟାମେରା:- ଫଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ୍ ରିୟର୍‌ କ୍ୟାମେରା ସେନ୍ସର  ଦିଆଯିବ। ଯେଉଁଥିରେ ୧୦୮ ମେଗାପିକ୍ସେଲ୍‌ ପ୍ରାଇମେରୀ କ୍ୟାମେରା, ୧୩ ମେଗାପିକ୍ସେଲ୍‌ର ୱାଇଡ୍‌ ଆଙ୍ଗଲ୍‌ ସେନ୍ସର୍‌ ଓ ୮ ମେଗାପିକ୍ସେଲ୍‌ର ଟେଲିଫୋଟ୍ କ୍ୟାମେରା ସେନ୍ସର୍‌ ଦିଆଯାଇପାରେ। ସେହିଭଳି ସେଲ୍‌ଫି ପାଇଁ ଏଥିରେ ୩୨ ମେଗାପିକ୍ସେଲ୍‌ କ୍ୟାମେରା ଦିଆଯିବ।

Related image

ଅନ୍ୟନ୍ୟା ସୁବିଧା:- MiCC9 Pro ଫୋନ୍‌ଟି ଆଣ୍ଡ୍ରଏଡ୍‌ ୧୦ ଆଉଟ୍‌ଅଫ୍‌ଦ ବକ୍ସ ଅପରେଟିଂ ସିଷ୍ଟମ୍‌ରେ କାମ କରିବ। ଏଥିସହିତ କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୭୩୦G ଚିପ୍‌ସେଟ୍‌ ପ୍ରୋସେସର ସହିତ ଲଞ୍ଚ୍‌ ହେବ। ସେହିଭଳି ପାୱାର୍‌ ପାଇଁ ଫୋନ୍‌ରେ 4,000 mAh  ବ୍ୟାଟେରୀ ଦିଆଯାଇପାରେ। ଯେଉଁଥିରେ 20W ର ଫାର୍ଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି।

ତେବେ ସାଓମୀର ଅନ୍ୟ ଫୋନ୍‌ ଅପେକ୍ଷା ଏହି ଫୋନ୍‌ରେ ଜବରଦସ୍ତ କ୍ୟାମେରା ରହିବ। ଉଭୟ ଫଟୋ ଓ ଭିଡିଓ ଗ୍ରାଫି ପାଇଁ ଏହି ସ୍ମାର୍ଟଫୋନ୍‌ ଭଲ ରହିବ ବୋଲି ଏକ୍ସପଟଙ୍କ ମତ। ତେବେ ଏଥିର ଗୁଗୁଲ କ୍ୟାମେରା ଆପ୍‌ ସପୋର୍ଟ କରିବ କି ନାହିଁ ତାହା ଫୋନ୍‌ ଆସିଲେ ଜଣାପଡ଼ିବ।

You might also like