କେମିତି ଜାଣିବେ ଆପଣ କର୍କଟ ରୋଗରେ ଆକ୍ରାନ୍ତ?

ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ କର୍କଟ ଦିବସ। ଏହା ଏକ ଭୟଙ୍କର ରୋଗ ନିଶ୍ଚୟ। ତେବେ ଏହାର ଭୟାବହତା ଖାଲି ରୋଗ ପାଇଁ ନୁହେଁ।ଏହାର ଲକ୍ଷଣ ସ୍ପଷ୍ଟ ଜଣା ନ ପଡ଼ିବାରୁ ଠିକ୍‌ ସମୟରେ ରୋଗ ନିରୂପଣ ହୋଇପାରେ ନାହିଁ। ଫଳରେ ଏହା ଭୟଙ୍କର ରୂପ ନେଇଥାଏ। ଯାହା ଫଳରେ ଏହା ରୋଗୀକୁ ନିଜ କବ୍‌ଜାକୁ ନେଇ ଯାଇଥାଏ।

ତେବେ ଠିକଣା ସମୟରେ ଉପଚାର କଲେ କର୍କଟ କବଳରୁ ମୁକ୍ତି ପାଇବା ସମ୍ଭବ ।  ଏହି ମାରାତ୍ମକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪କୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଏ । ଏହି ରୋଗରେ କୋଷଗୁଡ଼ିକର ଅସ୍ୱାଭାବିକ ବୃଦ୍ଧି ଘଟିଥାଏ ଯାହା ସୁସ୍ଥ ଶରୀରକୁ ନଷ୍ଟ କରିଦିଏ। କିଛି କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ସ୍ଥାନ଼କୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ଆଶଙ୍କା ଥାଏ ।  କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିବା ସହ ଶରୀରରେ କ୍ଷତିକାରକ ଘା’ ସୃଷ୍ଟି କରିଥାଏ ।

ଦେଶରେ ୨୦୨୦ ମସିହା ଜାନୁଆରୀରୁ ଡିସେମ୍ବର ମଧ୍ୟରେ ପାଖାପାଖି ୩୩୩ ପ୍ରତିଶତ କର୍କଟ ରୋଗ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି। ଏହାରି ମଧ୍ୟରୁ ୪୦ ପ୍ରତିଶତ ଅଣ ମେଟ୍ରୋ ସହରରୁ ଆସିଥିବା ବେଳେ ୬୦ ପ୍ରତିଶତ ମେଟ୍ରୋ ସହରରୁ ଆସିଛି। ଅଣ-ମେଟ୍ରୋଗୁଡିକ ଅନଲାଇନ୍ ପରାମର୍ଶ ସଂଖ୍ୟାରେ ୯୩୨ ପ୍ରତିଶତ ବୃଦ୍ଧି ରେକର୍ଡ କରିଥିବାବେଳେ ମେଟ୍ରୋ ସହରଗୁଡିକ ୪୧୦ ପ୍ରତିଶତ ବୃଦ୍ଧି ପାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ରୋଗ ବିଷୟରେ ସଚେତନତା ବୃଦ୍ଧି ହୋଇଛି ଏବଂ ଅନଲାଇନରେ କର୍କଟ ବିଶେଷଜ୍ଞଙ୍କ ପରାମର୍ଶ – ୨୦୧୮ ରେ ୫% ଏବଂ ୨୦୧୯ ରେ ୨୦ % ରୁ ୨୦୨୦ ରେ ୪୦% କୁ ବୃଦ୍ଧି କରାଯାଇଛି।

CANCER
କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିବା ସହ ଶରୀରରେ କ୍ଷତିକାରକ ଘା ସୃଷ୍ଟି କରିଥାଏ

 ୨୦୨୦ରେ ଏକ ନୂତନ ପର୍ଯ୍ୟବେକ୍ଷଣ କରାଯାଇଥିଲା – ଦେଶରେ ରହୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା। ମେଟ୍ରୋ ସହରରେ ରହୁନଥିବା ଲୋକମାନେ, ବ୍ଲାଡର, ଥାଇରଏଡ୍, ଓଭାରି ଏବଂ ଆନାଲ୍ ଭଳି କର୍କଟ ରୋଗ ବିଷୟରେ ଅଧିକ ପଚାରିଥିଲେ। ଅନ୍ୟପକ୍ଷରେ ମେଟ୍ରୋ ସହରଗୁଡିକରେ ରହୁଥିବା ଅଧିକାଂଶ ଲୋକଙ୍କ ପ୍ରଶ୍ନ ଥିଲା ଯେ, କେତେ ପ୍ରକାର କର୍କଟ ରୋଗ ରହିଛି ? ରକ୍ତ, ସ୍ତନ, ଗର୍ଭାଶୟ କର୍କଟ ଆଦି ସମ୍ପର୍କରେ ଅଧିକ ପ୍ରଶ୍ନ ଆସିଥିଲା।

ମନେରଖନ୍ତୁ, କର୍କଟ ଆରମ୍ଭ ହେବା ବେଳକୁ ଯନ୍ତ୍ରଣା ହୁଏ ନାହିଁ । ତେଣୁ ରୋଗୀ ଏବଂ ଡାକ୍ତରମାନେ ମଧ୍ୟ ଏହାକୁ ଅଣଦେଖା କରନ୍ତି।  ତେବେ କର୍କଟ ପରି ଭୟାବହ ରୋଗର ଲକ୍ଷଣ ଆରମ୍ଭରୁ ଜଣା ପଡ଼ିଲେ, ରୋଗମୁକ୍ତ ହେବା ସମ୍ଭାବନା ରହିଥାଏ। ତେଣୁ ଶରୀରରେ ଏହିସବୁ ଲକ୍ଷଣ ଦେଖା ଯାଉଥିଲେ, ଅଣଦେଖା କରନ୍ତୁ ନାହିଁ।

ଥକ୍କାପଣ ଓ ରକ୍ତହୀନତା: କର୍କଟ ରୋଗର ଲକ୍ଷଣ ହେଉଛି ଥକ୍କାପଣ ଓ ରକ୍ତହୀନତା। ଏହା ଶରୀର ମଧ୍ୟରେ ଖୁବଶୀଘ୍ର ବଢି ଯାଇଥାଏ। ଟିସୁରୁ ରକ୍ତସ୍ରାବ ହେବା ଦ୍ୱାରା ରକ୍ତହୀନତା ସୃଷ୍ଟି କରେ। ତେବେ ଆଜିର ଦିନରେ ଅଧିକାଂଶ ଲୋକ କର୍କଟ ରୋଗର ଶିକାର ହେଲେଣି।

ଝାଡ଼ାରେ ରକ୍ତ ପଡ଼ିବା: ପାଇଲ୍‌ସ କିମ୍ବା ସେହିପରି କିଛି କାରଣରୁ ଝାଡାରେ ରକ୍ତ ପଡ଼ୁଥିଲେ ଅବହେଳା କରନ୍ତୁ ନାହିଁ। କାରଣ କୋଲୋନ କ୍ୟାନ୍ସର କିମ୍ବା ମଳଦ୍ୱାର କ୍ୟାନ୍ସର ହୋଇଥିଲେ ଝାଡ଼ାରେ ରକ୍ତ ପଡ଼ିଥାଏ। ତେଣୁ ଝାଡ଼ାରେ ରକ୍ତ ପଡ଼ିବା ଦେଖିଲେ ତୁରନ୍ତ କୋଲୋନସ୍କପି କରିନେବା ଉଚିତ୍‌। କୋଲୋନସ୍କପି ଦ୍ୱାରା କୋଲୋନରେ କ’ଣ ହେଇଛି ଜାଣି ହେବ।

ପରିସ୍ରାରେ ରକ୍ତ: ପରିସ୍ରାରେ ରକ୍ତ ପଡ଼ୁଥିଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ। କୀଡ୍‌ନି କିମ୍ବା ୟୁରିନାରି ବ୍ଲାଡରରେ କ୍ୟାନ୍ସର ହେଲେ ଏପରି ଲକ୍ଷଣ ଦେଖା ଦେଇଥାଏ। ହେଲେ ଏହି ରକ୍ତସ୍ରାବ ନିୟମିତ ଭାବେ ହୋଇ ନ ଥାଏ । ତେଣୁ ରୋଗୀ ସାଧାରଣତଃ ଏହାକୁ  ଅଣଦେଖା କରନ୍ତି ।

ମହିଳାଙ୍କ ରକ୍ତସ୍ରାବ: ମହିଳାମାନେ ମନେ ରଖିବା ଉଚିତ୍‌ ଯେ, ଯେ କୌଣସି ରକ୍ତସ୍ରାବ ଋତୁସ୍ରାବ ନୁହେଁ। ଅନେକ ସମୟରେ ୟୁଟ୍ରସ(uterus) କିମ୍ବା ସରଭିକ୍ସ (cervix) କ୍ୟାନ୍ସର କାରଣରୁ ବି ରକ୍ତସ୍ରାବ ହୋଇଥାଏ। ହେଲେ ରୁତୁସ୍ରାବର ସାଧାରଣ ଢାଞ୍ଚାକୁ ଅନୁସରଣ କରେ ନାହିଁ। ଏହା ଏକ ଚେତାବନୀ ସଙ୍କେତ ଅଟେ । ଅନେକ ସମୟରେ ମହିଳାଙ୍କ ସମ୍ଭୋଗ ପରେ ରକ୍ତସ୍ରାବ ହୋଇଥାଏ ଯାହା ସର୍ଭିକାଲ କ୍ୟାନ୍ସରର ଏକ ଲକ୍ଷଣ। ତେଣୁ ଏପରି ଲକ୍ଷଣକୁ ଅବେହେ କରନ୍ତୁ ନାହିଁ।

ପାଟି ଭିତରେ କ୍ଷତ: ଭାରତରେ ମୁଖ କର୍କଟ ସାଧାରଣତଃ ଅଧିକ ଦେଖାଯାଇଥାଏ। ଏହି କର୍କଟଗୁଡିକ ଏକ ପ୍ୟାଚ୍ କିମ୍ବା କ୍ଷତ ଭାବରେ ଆରମ୍ଭ ହୁଏ ଏବଂ ମାସକ ମଧ୍ୟରେ ଅଗ୍ରଗତି ହୁଏ। ଯଦି ଶୀଘ୍ର ଚିହ୍ନଟ କରାଯାଏ ତେବେ ସେମାନଙ୍କୁ ଫଳପ୍ରଦ ଚିକିତ୍ସା କରାଯାଇପାରିବ ।

ତ୍ୱଚା ଫଳିଯିବା ବା ଫୁଲିବା: ଅନେକ ସମୟରେ ସ୍ତନରେ ଗେଟି ପଡ଼ିବା ପରି ଦେଖାଯାଏ ଏବଂ ତ୍ୱଚାର କେତେକ ଅଂଶ ଫଳି ଯାଏ। ମାସକ ମଧ୍ୟରେ ଏହା ଶରୀରରେ ବ୍ୟାପିଯାଏ। ତେଣୁ ଶରୀରର ଗେଟା ପଡିଲେ କିମ୍ବା ଫଳି ଯାଇଥିଲେ ତୁରନ୍ତ ଡାକ୍ତରୀ ପରାମର୍ଶ କରନ୍ତୁ।

ଅସ୍ୱାଭାବିକ ଓଜନ ହ୍ରାସ: ଓଜନ କମାଇବା ପାଇଁ ଅନେକେ ଡାଏଟିଂ କରନ୍ତି। କିନ୍ତୁ ବେଳେବେଳେ ଏମିତି ହୁଏ, ବିନା ଡାଏଟିଂରେ  ହଠାତ୍ ଶରୀରର ଓଜନ କମିଯାଏ। ଏମିତି ହେଉଥିଲେ ତୁରନ୍ତ ଡାକ୍ତର ପରୀକ୍ଷା କରାନ୍ତୁ। ଆପଣ ଗ୍ରହଣ କରୁଥିବା ଅଧିକାଂଶ ପୁଷ୍ଟିକର ଖାଦ୍ୟ କର୍କଟର ଜୀବାଣୁ ହିଁ ଖାଇ ଦେଇଥାଆନ୍ତି। ତେଣୁ ଆପଣ ଯେତେ ଖାଦ୍ୟ ଗ୍ରହଣ କଲେ ବି ଓଜନ ହ୍ରାସ ହୋଇଥାଏ।

ଭୋକ ନ ଲାଗିବା: ଭୋକ ନ ହେବା ଏକ ସାଧାରଣ ରୋଗ । କିନ୍ତୁ ବେଳେବେଳେ ଏହା ଭୟାନକ ରୂପ ନେଇଥାଏ। ଏପରିକି ଏହା ଅନେକ ସମୟରେ କ୍ୟାନ୍ସରର କାରଣ ବି ହୋଇପାରେ। ବେଳେବେଳେ ଅନ୍ତନଳୀରେ ବାଧା ସୃଷ୍ଟି ହେଲେ ଭୋକ ଲାଗି ନ ଥାଏ। ଅନେକ ସମୟରେ କର୍କଟ ଭାଇରସ ଯୋଗୁ ବିଷାକ୍ତ ପଦାର୍ଥ କ୍ଷରଣ ହୋଇଥାଏ। ଏହାଦ୍ୱାରା ଖାଦ୍ୟ ହଜମ ହୋଇ ପାରେନି । ଖାଦ୍ୟ ଗ୍ରହଣ କରିବା ପରେ ବାନ୍ତି ହୋଇଥାଏ। ଏହାର ତୁନ୍ତର ପରୀକ୍ଷା କରାଇ ନେବା ଉଚିତ।

ତେଣୁ ଏପରି ଲକ୍ଷଣ ଥିଲେ, ଆପଣ ସଚେତନ ହୁଅନ୍ତୁ ଓ ଠିକ ସମୟରେ ପରୀକ୍ଷା କରାଇ ନିଅନ୍ତୁ।

 

You might also like