ନବଜାତ ସନ୍ତାନକୁ କୋଳକୁ ନେଇ ପାରିଲେନି, ଫଟୋକୁ ଚାହିଁ ଆଖି ବୁଜିଲେ ମା’

ବ୍ରିଟେନ:  ସନ୍ତାନକୁ ଜନ୍ମ ଦେଲେ, ହେଲେ ମାତୃତ୍ୱର ଆନନ୍ଦ ତାଙ୍କ ଭାଗ୍ୟରେ ନ ଥିଲା । ସେ ଏମିତି ଏକ ଅସହାୟ ମା’, ନବଜାତ ଶିଶୁ କୁଆଁ କୁଆଁ କାନ୍ଦୁଥିଲେ ମଧ୍ୟ ଛାତିରେ ଜାକି ପାରିଲେନି, ତାଙ୍କ ବକ୍ଷରୁ ଅମୃତର ଧାରା ଦେଇ ତାର କ୍ଷୁଧା ନିବାରଣ କରିପାରିଲେନି।  ମହାମାରୀ କରୋନା ତାଙ୍କଠାରୁ ସବୁକିଛି ଛଡେଇ ନେଲା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବ୍ରିଟେନ୍‌ରେ।

ଭାଇରସ ଯୋଗୁ  ସାରା ବିଶ୍ୱରେ ପ୍ରାୟ ୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ମହାମାରୀରେ କେତେକ ଲୋକ ନିଜର ପ୍ରିୟଜନମାନଙ୍କୁ ହରାଇଛନ୍ତି। ଏଭଳି ଦୁଃଖଦ ସମୟରେ ଆଉ ଏକ ଦୃହୟବିଦାରକ ଘଟଣା ଦେଖିବାକୁ ମିଳିଛି ବ୍ରିଟେନର ବର୍ମିଂହମ ସହରରେ।

ଏଠାରେ ଜଣେ ମହିଳା ସନ୍ତାନ ଜନ୍ମଦେଲେ। ଶିଶୁଟି କୁଆଁ କୁଆଁ କାନ୍ଦୁଥିବା ଆଖି ଆଗରେ ଦେଖୁ ଥିଲେ ମଧ୍ୟ ତାକୁ କୋଳକୁ ଉଠାଇ ନେଇ ପାରି ନ ଥିଲେ।  ସେମିତି ଶିଶୁସନ୍ତାନର ଫଟୋକୁ ଚାହିଁ ଚାହଁ ଶେଷରେ ଆଖି ବୁଜି ଦେଲେ।  ମହାମାରୀ କରୋନା ସବୁଦିନ ପାଇଁ ଦୁହିଁଙ୍କୁ ଅଲଗା କରିଦେଇଥିଲା। ଜନ୍ମ ଦେବାର କିଛି ଦିନପରେ କରୋନାରେ ସଂକ୍ରମିତ ହୋଇ ସେ ମୃତ୍ୟୁବରଣ କରିଥିଲେ।

ମୃତ୍ୟୁବରଣ କରିଥିବା ଏହି ମହିଳାଙ୍କ ନାଁ ଫୋଜିଆ ହନିଫ(୨୯)। ଫୋଜିଆ ଯେତେବେଳେ ଏକ ଶିଶୁକୁ ଜନ୍ମଦେଲେ ଶିଶୁକୁ ତାଙ୍କଠାରୁ ଅଲଗା କରାଯାଇଥିଲା।  ତାଙ୍କୁ ମେଡିକାଲର ଏକ ଆଇସୋଲେସନ ୱାଡ଼ରେ ରଖାଯାଇଥିଲା। ମେଡିକାଲରେ ୬ଦିନର ସଂଘର୍ଷ ପରେ କରୋନାରେ ତାଙ୍କର ମୃତ୍ୟୁ ଘଟିଲା।

ଖବର ଅନୁଯାୟୀ, ମୃତ ଫୋଜିଆଙ୍କ ସ୍ୱାମୀ ୱାଜିଦ୍ କହିଛନ୍ତି ଯେ, ଯେତେବେଳେ ଫୋଜିଆଙ୍କ ରିପୋର୍ଟ କରୋନାରେ ପଜିଟିଭ ଥିବା ଜଣାପଡିଥିଲା, ସେତେବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ଯେ ତାଙ୍କ ପାଖରେ କରୋନାର ଲକ୍ଷଣ ବହୁତ କମ୍‌ ରହିଛି। ଆପଣମାନେ ଘରେ ରହି ଚିକିତ୍ସା କରିପାରିବେ। ପରେ ଆମେମାନେ ଘରକୁ ଆସିଥିଲୁ। କିନ୍ତୁ ଘରେ ଫୋଜିଆ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ତାଙ୍କୁ ପୁର୍ନବାର ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା।

ୱାଜିଦ୍ କହିଛନ୍ତି ଯେ, ‘ଫୋଜିଆ ମେଡିକାଲରେ ଶିଶୁର ଏକ  ଫଟୋ ଦେଖି କହିଥିଲେ, ଏ ହେଉଛି ଆମର ସନ୍ତାନ ‘। ମୁଁ ଶୀଘ୍ର ସୁସ୍ଥ ହୋଇଗଲେ ଆମେ ଘରକୁ ଯିବା।’

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନାରେ ୨,୮୩୧,୭୮୫ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୧୯୭,୩୦୬ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନରେ ୧୪୩,୪୬୪ ଜଣଙ୍କର କରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଛି ଏବଂ ୧୯,୫୦୬ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନରେ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ କୁହାଯାଇଛି। ବିଟ୍ରେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like