କରୋନା ରୋଗୀଙ୍କ ସେବା କରୁଥିଲେ, କିନ୍ତୁ ବାପାଙ୍କୁ ବଞ୍ଚାଇ ପାରିଲେନି

ବ୍ରିଟେନ୍‌: ମହାମାରୀ କରୋନା ପାଇଁ ଅନେକ ପରିବାର ଉଜୁଡ଼ି ଯାଉଛି। ଆପଣାର ମଣିଷଙ୍କୁ ହରାଇ ଅନେକ ଅସହାୟ ହୋଇ ପଡୁଛନ୍ତି।  ତା ଭିତରେ ବି ଏମିତି ଲୋକ ଅଛନ୍ତି ଯେଉଁମାନେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସେବାରେ ଲାଗିଛନ୍ତି। ଏମିତି ଜଣେ ବ୍ୟକ୍ତି ଡେନ୍ ବେଭିସ୍‌। ବୁଲି ବୁଲି କରୋନା ଆକ୍ରନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଉଥିଲେ। ଲୋକଙ୍କୁ ସଚେତନ କରାଉଥିଲେ। ହେଲେ କରୋନାରେ ତାଙ୍କ ବାପାଙ୍କୁ ବଞ୍ଚାଇ ପାରିଲେ ନାହିଁ। ବାପାଙ୍କ ମୃତ୍ୟୁରେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ବେଭିସ୍‌।  ସେ ତାଙ୍କ ଟ୍ୱିଟର ହାଣ୍ଡଲରେ ନିଜର ଦୁଃଖ ପ୍ରକାଶ କରିବା ସହ ଲୋକଙ୍କୁ ସଚେତନ ହେବାପାଇଁ ନିବେଦନ କରିଛନ୍ତି।

‘ମହାମାରୀ କରୋନା ଭାଇରସ ହେତୁ ଗତକାଲି ମୁଁ ମୋ ବାପାଙ୍କୁ ହରାଇଥିଲି। ମୁଁ, ମୋ ମା’ ଏବଂ ମୋର ପୁରା ପରିବାର ଏହା ଦ୍ୱାରା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛୁ। ମୋ ବାପା ପୂର୍ବରୁ ଅନେକ ରୋଗ ସହ ଲଢ଼ି  ଜିତିଥିଲେ, କିନ୍ତୁ କରୋନାରେ ସେ ହାରିଗଲେ। ‘ ବ୍ରିଟେନର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ କରୋନା ରୋଗୀଙ୍କୁ ପହଞ୍ଚାଇବା ଥିଲା ଡେନ୍ ବେଭିସ୍‌ଙ୍କ କାମ। କିନ୍ତୁ ତାଙ୍କ ବାପାଙ୍କର ଏଭଳି ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଡେନ୍‌ ବେଭିସ୍ ଲୋକଙ୍କୁ ଲକଡାଉନ୍ ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ। ଯେତେବେଳେ ଡେନ ବେଭିସ୍ ଟ୍ୱିଟରରେ ନିଜର ଦୁଃଖକୁ ପ୍ରକାଶ କରିଥିଲେ, ପ୍ରାୟ ୧୦,୦୦୦ ଲୋକ ତାଙ୍କ ଟ୍ୱିଟ୍‌କୁ ଲାଇକ୍‌ କରିବା ସହିତ ସାନ୍ତ୍ୱନା ମଧ୍ୟ ଦେଇଥିଲେ।

ସେ କହିଛନ୍ତି, ‘କରୋନା ଭାଇରସ ଆମ ପ୍ରିୟ ଲୋକଙ୍କୁ ଆମଠାରୁ ଦୂରେଇ ଦେଉଛି’। ଦୟାକରି ସରକାରଙ୍କ ପରାମର୍ଶକୁ ମାନନ୍ତୁ। ମୁଁ ମୋ ବାପାଙ୍କୁ ବଞ୍ଚାଇ ପାରିଲି ନାହିଁ, ଯାହାଙ୍କୁ ମୁଁ ବହୁତ ଭଲ ପାଏ।’

ଡେନ୍‌ ବେଭିସ୍‌ଙ୍କ ଟ୍ୱିଟ୍‌ରେ ହଜାର ହଜାର ଲୋକ ବାର୍ତ୍ତା ପଠାଇଥିଲେ। ଯେଉଁମାନେ ତାଙ୍କୁ ବାର୍ତ୍ତା ପଠାଇଥିଲେ ସେମାନଙ୍କ ମଧ୍ୟରେ ‘ଗୁଡ୍ ମର୍ନିଂ ବ୍ରିଟେନ’ ହୋଷ୍ଟ ସୁଜେନ ରିଡ ମଧ୍ୟ ଥିଲେ।

ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ‘ଗତ ସପ୍ତାହରେ ମୁଁ କରୋନା ଭାଇରସ ହେତୁ ମୋର ଦିବ୍ୟାଙ୍ଗ ଭାଇଙ୍କୁ ହରାଇଥିଲି। ତେଣୁ, ଆମ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଯାହାଦ୍ୱାରା ଆମେ ଆମର ନିକଟତମ ଏବଂ ପ୍ରିୟ ଲୋକଙ୍କୁ ହରାଇବା ନାହିଁ“ କରୋନା ଭାଇରସ ଯୋଗୁ ବ୍ରିଟେନ୍‌ରେ ୧୧ହାଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ ୮୮ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

 

You might also like