ହାତୀଙ୍କ ସୁରକ୍ଷା ପାଇଁ ରାଖୀ ବାନ୍ଧିଲେ ମହିଳା

ମନୁଷ୍ୟ ଓ ହାତୀ ମଧ୍ୟରେ ଯୋଡି ହେଲା ନିଅାର ସମ୍ପର୍କ

ପଶ୍ଚିମବଙ୍ଗ : ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । ଏହା ଭାଇ-ଭଉଣୀଙ୍କ ମଧ୍ୟରେ ନିଆରା ଅନୁଭବ ଆଣିଥାଏ। ସ୍ନେହପ୍ରୀତିର ରଜ୍ଜୁରେ ବାନ୍ଧିଥାଏ ରାଖୀ। ସେଥିପାଇଁ ପ୍ରତିବର୍ଷ ଭାଇର ହାତରେ ରାଖୀ ବାନ୍ଧିବାକୁ ଭଉଣୀଟିଏ ଅନେଇ ବସିଥାଏ।

ହେଲେ ପଶ୍ଚିମବଙ୍ଗରେ ରାଖୀ ପୂର୍ଣ୍ଣିମା ଅବସରେ ମଣିଷ ଓ ହାତୀ ମଧ୍ୟରେ ଥିବା ନିଅାର ସମ୍ପର୍କର ଦୃଶ୍ୟ ସାମ୍ନାକୁ ଅାସିଛି। ହାତୀମାନଙ୍କ ସୁରକ୍ଷା ପାଇଁ ରାଖୀ ବାନ୍ଧିଛନ୍ତି ମହିଳା ମାନେ । ମହିଳାମାନେ ବିରାଟକାୟ ରାଖୀ ଅାଣି ପାଳିତ ହାତୀ ମାନଙ୍କୁ ବାନ୍ଧିଥିଲେ। ରକ୍ଷା ବନ୍ଧନ ଦିବସ ଅବସରରେ ଏଭଳି ନିଅାର ରାଖୀ ଉତ୍ସବକୁ ନେଇ ବେଶ ଚର୍ଚ୍ଚା।

You might also like