କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‌ଙ୍କ ମୁଣ୍ଡବଥାର କାରଣ ସାଜିଛନ୍ତି ଜଣେ ମହିଳା। ଏହି ଅଭିଯୁକ୍ତ ମହିଳାଙ୍କୁ ଖୋଜିବାରେ ରାତିଦିନ ଏକ୍‌ କରିଦେଇଛି ଦିଲ୍ଲୀ ପୁଲିସ୍‌। ଜଣେ ମହିଳା କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ହୋଇଯାଇଛନ୍ତି ଏହି ଅଭିଯୁକ୍ତ ମହିଳା ଜଣଙ୍କ ।

ସୂଚନା ମୁତାବକ , ପଡୋଶୀଙ୍କ ସହ ମାଡ଼ପିଟି କରିବା ଓ ଅନ୍ୟର ଘରେ ଜବରଦସ୍ତ ପଶିବା ନେଇ ପୁଲିସ୍‌ ବିମଳା ନାମକ ମହିଳାଙ୍କୁ ଗିରଫ କରିଥିଲା । ମେଡିକଲ ଟେଷ୍ଟ ପାଇଁ ଏହି ମହିଳା କନେଷ୍ଟବଳ କୋମଳଙ୍କ ସହ ଡାକ୍ତରଖାନା ଯାଇଥିଲେ। ବିମଳା ଶୌଚାଳୟ ଯିବାକୁ କହିବାରୁ ତାଙ୍କୁ ସାଥିରେ ନେଇ ଯାଇଥିଲେ କନେଷ୍ଟବଳ କୋମଳ । ସେଠାରେ ପୂର୍ବରୁ ଦୁଇ ଜଣ ଯୁବକ ଛିଡ଼ା ହୋଇଥିଲେ।

କନେଷ୍ଟବଳ କୋମଳଙ୍କ କହିବାନୁସାରେ , ସେହି ଯୁବକ ଦୁଇ ଜଣ ଅଭିଯୁକ୍ତ ମହିଳାଙ୍କର ସହଯୋଗୀ ଥିଲେ । ମହିଳା ଜଣଙ୍କ ସେମାନଙ୍କ ସହ ମିଶି କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ହୋଇଯାଇଥିଲେ । କନେଷ୍ଟବଳ କୋମଳ ଆଲାର୍ମ ବଜାଇଥିଲେ ବି କେହି ଶୁଣି ଆସିନଥିଲେ । ପରେ ଅନେକ ବିଳମ୍ବ ହେବା ଦେଖି କୋମଳଙ୍କର ଅନ୍ୟ ଷ୍ଟାପ୍‌ ଆସି ଶୌଚାଳୟରୁ ତାଙ୍କୁ ବାହାର କରିଥିଲେ ।

ଜିଟିବି ମେଡିକାଲରୁ ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ମହିଳା ଓ ତାଙ୍କର ଦୁଇ ସାଥିଙ୍କୁ ପୁଲିସ୍‌ ଖୋଜିବା ଜାରି ରଖିଛି ।

ଆହୁରି ପଢ଼ନ୍ତୁ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ଶେଷ ଭିଡିଓ ବାର୍ତ୍ତାରେ ‘ବାଏ…ଡାଡି…ବାଏ’ କହି ଆଖି ବୁଜିଲେ ପୁଅ

ମହାରାଣୀ ଏଲିଜାବେଥଙ୍କ ଏଇ ଜିନିଷରେ ହାତ ଲଗାଇବାର ଅଧିକାର କାହାର ନାହିଁ

ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ପକେଟ ମନିରୁ ଫେସ୍‌ ସିଲ୍ଡସ୍ ମାସ୍କ ତିଆରି କଲେ ଦଶମ ଶ୍ରେଣୀର ଛାତ୍ର

ଚା’ ବିକାଳୀଙ୍କ ଝିଅ ହେଲେ ଫ୍ଲାଇଙ୍ଗ୍‌ ଅଫିସର

ଅଣ୍ଡାରେ କଲେ ଏମିତି ଟ୍ରିକ୍, ଜିତିଲେ ଗିନିଜ ବୁକ୍‌ ରେକର୍ଡ, ଭିଡିଓ ଭାଇରାଲ

You might also like