ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ନୂଆଦିଲ୍ଲୀ  : ଜଣାଶୁଣା ସାଇକେଲ୍‌ କଂପାନୀ ଆଟଲସ୍‌ର ମାଲିକ ସଂଜୟ କପୁରଙ୍କ ପତ୍ନୀ  ନତାଶା କପୁର ଆତ୍ମହତ୍ୟା କରିଛନ୍ତି । ରହସ୍ୟଜନକ ଭାବେ ତାଙ୍କର ମୃତଦେହ ନିଜ ବେଡ୍‌ରୁମ୍‌ରୁ ଉଦ୍ଧାର ହୋଇଛି ।

ଦିଲ୍ଲୀ ପୁଲିସ୍‌ ପ୍ରାଥମିକ ଯାଂଚରୁ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଛି । ଖବର ଅନୁସାରେ , ଯେଉଁ ଘରେ ନତାଶା କପୁରଙ୍କ ମୃତଦେହ ଝୁଲିଥିଲା , ସେଠାର କବାଟ ଖୋଲାଥିଲା । ଯେଉଁଥିପାଇଁ ପୁଲିସ୍‌କୁ ଏହା ସନ୍ଦେହ ଜନକ ମନେହୋଇଛି ଏବଂ ଘଟଣାର ଅନେକ ଦିଗକୁ ନେଇ ଯାଂଚ ପ୍ରକ୍ରିୟା ଚାଲୁ ରଖିଛି ।

ଉଲ୍ଲେଖନୀୟ ଯେ, ଗତ ମଙ୍ଗଳବାର ଦ୍ୱିପହର ୩ଟା ବେଳେ ପୁଲିସ୍‌ ଏହି ଘଟଣା ବିଷୟରେ ଖବର ପାଇଥିଲା। ଏହାପରେ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଶବକୁ ପୋଷ୍ଟମର୍ଟମ ପାଇଁ ଦିଲ୍ଲୀର RML ହସ୍ପିଟାଲକୁ ପଠାଇଥିଲା । ଏହାପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ବୁଧବାର ଲୋଧି ରୋଡ୍‌ସ୍ଥିତ ଶ୍ମଶାନରେ ନତାଶାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଦିଲ୍ଲୀର ଔରଙ୍ଗଜେବ୍‌ ଲେନ୍‌ରେ ଥିବା  ଏକ କୋଠାରେ ନତାଶାଙ୍କର ଶବ ଫ୍ୟାନ୍‌ରେ ଝୁଲି ଥିବାର ମିଳିଥିବା । ପୁଲିସ୍‌ ଘଟଣା ସ୍ଥଳରୁ ଏକ ସୁଇସାଇଡାଲ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ଲେଖା ହୋଇଛି କି, ସେ ନିଜର ଜୀବନକୁ ନେଇ ଖୁସି ନଥିଲେ ।  ପୁଲିସ୍‌ ଅଧିକାରୀଙ୍କ ଅନୁମାନ  ନତାଶା ବୋଧ ହୁଏ ଆର୍ଥିକ ମାମଲାକୁ ନେଇ ଆତ୍ମହତ୍ୟା କରିଥାଇପାରନ୍ତି । ପୁଲିସ୍‌ ଏଇ ମାମଲାକୁ ଗୁରୁତର ସହ ନେଇ ଯାଂଚ ଚଳେଇଛି ।

You might also like