ଜାଣନ୍ତି, ରେଡିଓରେ କେବେ ପ୍ରସାରିତ ହୋଇଥିଲା ନିଉଜ ବୁଲେଟିନ୍‌ ?

ନୂଆଦିଲ୍ଲୀ: ଆଜି ରେଡିଓ ଦିବସ। ରେଡିଓ ଦିନେ ଥିଲା ଗାଁ ଗହଳିର ଯୁବକଙ୍କଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତର ଥିଲା ଅତି ଆପଣାର ଥିଲା। ଘର କ’ଣର ମହିଳାଙ୍କ ଅବସର ବିନୋଦନର ମାଧ୍ୟମ ଥିଲା। ସୁଖ ହେଉ ବା ଦୁଃଖ, ବିପଦ ହେଉ ବା ସଂପଦ,  ଆପଣାର ମଣିଷଙ୍କୁ କହିବା ପରି ସବୁ କଥା କହୁଥିଲା।  ସେଥିପାଇଁ ତ ହାଲି ଫ୍ଲାନାଗାନ୍‌ କହନ୍ତି,  ରେଡିଓର କ୍ଷମତା ଏହା ନୁହେଁ ଯେ ସେ ଖାଲି ଳକ୍ଷଧିକ ଲୋକଙ୍କ ସହ କଥା ହୁଏ, ବରଂ ସେ ପ୍ରତ୍ୟେକଙ୍କ ସହ ଖୁବ୍‌ ବ୍ୟକ୍ତିଗତ ଏବଂ ଅନ୍ତରଙ୍ଗ ଭାବେ କଥା ହୋଇଥାଏ।’

ଆଜି ରେଡିଓର ସାଇ ଲୋକପ୍ରିୟତା ମଉଳି ଯାଇଛି କିନ୍ତୁ ହଜିଯାଇନି। ଆପଶର ମଣିଷ ଯେମିତି ବିପଦ ଆପଦରେ ଠିଆ ହୋଇଥାଏ ସେମିତି ସବୁ ଆପତ୍ତି ସମୟରେ ନିରବଚ୍ଛିନ୍ନ ବାର୍ତ୍ତା ଦେଇ ରେଡିଓ ତା’ର ବିଶ୍ୱସନୀୟତା ପ୍ରମାଣ କରିପାରିଛି।

୧୮୯୬ ମସିହାରେ ଯେତେବେଳେ ମାର୍କୋନି ରେଡିଓର ପ୍ରଥମ ଏଡିସନ ବାହାର କଲେ ସେବେଠାରୁ ତା’ର ସେବା ଯୋଗାଇ ଆସୁଛି। ସେବେଠାରୁ ରେଡିଓ ଆମ ଜୀବନର ଗୋଟିଏ ଅଂଶ ହୋଇଯାଇଛି।

ବିଶ୍ୱର ସର୍ବାଧିକ ଅଞ୍ଚଳରେ ପହଞ୍ଚି ପାରିଥିବା ଲୋକପ୍ରିୟ ଗଣମାଧ୍ୟମ ରେଡିଓ ଅଧିକ ଜନାଦୃତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୧୩ ତାରିଖ ଦିନ ବିଶ୍ୱ ପାଳନ କରି ଆସୁଛି ବିଶ୍ୱ ରେଡିଓ ଦିବସ। ଏହି ଅବସରରେ ଆସନ୍ତୁ ଜାଣିବା ଭାରତର ଐତିହ୍ୟ, ସଂସ୍କୃତି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ କେମିତି ଅଲ ଇଣ୍ଡିଆ ରେଡିଓ (All India Radio) ତା’ର ଯାତ୍ରା ଆରମ୍ଭ କରିଥିଲା।

୧୯୨୦ ମସିହାରେ ରେଡିଓ କ୍ଲବ ଦେଶରେ ପ୍ରଥମ ଥର ପାଇଁ ତା’ର କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା। ୧୯୨୩ ଜୁନରେ ରେଡିଓ କ୍ଲବ ବମ୍ବେ ତା’ର ପ୍ରଥମ କାର୍ଯ୍ୟ ପ୍ରସାରଣ କରିଥିଲା। ୧୯୨୭ ପର୍ଯ୍ୟନ୍ତ ଏହା ତାର କାର୍ଯ୍ୟକ୍ରମ ପ୍ରସାରଣ କରି ଚାଲିଥିଲା। ୧୯୨୭ ନଭେମ୍ବରରେ  କଲିକତା ରେଡିଓ କ୍ଲବ ତା’ର କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା।

୧୯୨୭ ମସିହା ଜୁଲାଇ ୨୩ ତାରିଖରେ ଭାରତର ତତ୍କାଳୀନ ଭାଇସରାୟ ଲର୍ଡ ଇରୱିନ ଭାରତୀୟ ବ୍ରୋଡକାଷ୍ଟ କମ୍ପାନୀ (IBC) ବମ୍ବେରେ ଏବଂ ୧୯୩୦ ଅଗଷ୍ଟ ୨୬ ତାରିଖରେ କଲିକତାରେ ଉଦ୍‌ଘାଟନ କରିଥିଲେ। ଯେତେବେଳେ ଶିଳ୍ପ ଓ ଶ୍ରମିକ ବିଭାଗ ଅଧୀନରେ ଥିବା ଇଣ୍ଡିଆନ ଷ୍ଟେଟ ବ୍ରଡକାଷ୍ଟି ସର୍ଭିସ (ISBS) ଏହାର ଯାତ୍ରା ପରୀକ୍ଷାମୂଳକଭାବେ ଆରମ୍ଭ କଲା ସେତେବେଳେ ସାରା ଦେଶରେ ରେଡିଓ ଆଭିମୁଖ୍ୟ ଅଧିକ ଦୃଢ ହୋଇଥିଲା।  ୧୯୩୦ ଅଗଷ୍ଟ ୩୦ରେ  ଲିଓନେଲ ଫ୍ଲିଡେନ ବ୍ରଡକାଷ୍ଟଂ ଅଫ ଇଣ୍ଡିଆର ପ୍ରଥମ କଣ୍ଟ୍ରୋଲର ଭାବେ ନିଯୁକ୍ତି ପାଇଥିଲେ।

ରେଡିଓର ଆଦୃତି ବଢିବା ପରେ ଘରୋଇ ରେଡିଓ ଷ୍ଟେସନମାନ ଖୋଲିବାକୁ ଆରମ୍ଭ କଲେ। ଘରୋଇ ଷ୍ଟେଶନ ମଧ୍ୟରେ ଆକାଶବାଣୀ ମହୀଶୂର ସେତେବେଳେ ବେଶ ଲୋକପ୍ରିୟ ହୋଇପାରିଥିଲା। ସେତେବେଳେ ଅର୍ଥାତ୍‌ ୧୯୩୫ ସେପ୍ଟେମ୍ବର ୧୦ ତାରିଖ ଏହା ଏକ ଛୋଟ ଭଡ଼ାଘରେ ଚାଲିଥିଲା।

୧୯୩୬ ଜାନୁଆରୀ ୧୯ ତାରିଖରେ ଅଲ ଇଣ୍ଡିଆ ରେଡିଓ ତା’ର ପ୍ରଥମ ନିଉଜ ବୁଲେଟିନ୍‌ ପ୍ରସାର କରିଥିଲା। ଏହାର ୫ ମାସ ପରେ ଅର୍ଥାତ୍‌ ଜୁନ୍‌ ୮ ତାରିଖରେ ISBS (Indian State Broadcasting Service) ଅଲ ଇଣ୍ଡିଆ ରେଡିଓରେ ନାମିତ ହୋଇଥିଲା।

ଏହାପରେ ଅଲ ଇଣ୍ଡିଅ ରେଡିଓ ବା AIR ଅନେକ ପରିବର୍ତ୍ତନ ଆଣିଲା। ପରବର୍ତ୍ତୀ ସମୟରେ ଏହା ଇନ୍‌ଫର୍ମେଶନ ଆଣ୍ଡ ବ୍ରଡ କାଷ୍ଟିଂ ବିଭାଗ ଅଧୀନକୁ ଆସି ଯାଇଥିଲା । ଦେଶ ସ୍ୱାଧୀନ ହେବା ପରେ ୧୯୫୨ରେ ଅଲ ଇଣ୍ଡିଆ ରେଡିଓ ବା AIR ପ୍ରଥମ ଥର ପାଇଁ ଜାତୀୟ ସଙ୍ଗୀତ ପ୍ରଥମ ଥର ପାଇଁ ପ୍ରସାରଣ କରିଥିଲା। ଏହାପରେ ୧୯୫୭ ଅକ୍ଟୋବର ୩ ତାରିଖରୁ ତାହାର ସେବା ଆରମ୍ଭ କରିଥିଲା।

ଏହି ସମୟରେ ଅଲ ଇଣ୍ଡିଆ ରେଡିଓ ବିଭିନ୍ନ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ପ୍ରସାରଣ କରିଥିଲା। ଯେମିତି ସଂଗୀତ କାର୍ଯ୍ୟକ୍ରମ, ରେଡିଓ ସଙ୍ଗିତ ସମ୍ମେଳନ, ଜାତୀୟ ନଟକ କାର୍ଯ୍ୟକ୍ରମ ଇତ୍ୟାଦି। ପରବର୍ତ୍ତୀ ସମୟରେ ୧୯୫୯ ନଭେମ୍ବର ୧ରେ ପ୍ରଥର ଥର  ପାଇଁ ଅଲ ଇଣ୍ଡିଆ ରେଡିଓର ଅଂଶ ଭାବେ ଦିଲ୍ଲୀରେ ପ୍ରଥମେ ଦିଲ୍ଲୀଠାରେ ଟିଭି ଷ୍ଟେଶନ ସ୍ଥାପନ କରାଗଲା।

୧୯୩୭ ଅଗଷ୍ଟ ୧ ତାରିଖରେ ସେଣ୍ଟ୍ରାଲ ନିଉଜ ଅର୍ଗାଜାଇସେନ (CNO) ସ୍ଥାପିତ ହେଲା। ସ୍ୱାଧୀନତାର ଏକ ବର୍ଷ ପରେ CNO ଦୁଇ ଭାଗରେ News Service Division ଏବଂ  External Service Division (ESD) ବିଭକ୍ତ ହୋଇଥିଲା ଦେଶ ବିଭାଜନ ସମୟରେ ଦେଶରେ ୬ଟି ରେଡିଓ ଷ୍ଟେଶନ ଭାରତରେ ଯଥା ଦିଲ୍ଲୀ, ବମ୍ବେ, କଲିକତା, ମାଡ୍ରାସ, ତିରୁଚିରାପାଲି ଏବଂ ଲକ୍ଷ୍ନୌରେ ପ୍ରତିଷ୍ଠା ହୋଇ ସାରିଥିଲା। ସେହିପରି ପାକିସ୍ତାନରେ ପେଶୱର, ଲାହୋର ଏବଂ ଢାକାରେ ମଧ୍ୟ ୩ଟି ପ୍ରତିଷ୍ଠା ହୋଇଥିଲା।

୬୦ ଏବଂ ୭୦ ଦଶକରେ ଭାରତରେ ରେଡିଓ ସଂସ୍କୃତି ପାଇଁ ପରିବର୍ତ୍ତନର ଏକ ଯୁଗ ଥିଲା । ୧୯୬୭ ମସିହା ନଭେମ୍ବର ୧ରେ  ବିବିଧ ଭାରତୀ ବିଜ୍ଞାପନ ଆରମ୍ଭ କରିଥିଲା । ଶ୍ରୋତାମାନଙ୍କ ମଧ୍ୟରେ ରେଡିଓକୁ ଲୋକପ୍ରିୟ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା,  ଯେଉଁଥିପାଇଁ ରେଡିଓ ଷ୍ଟେସନରେ ନ୍ୟୁଜ୍ ବୁଲେଟିନ୍ ବ୍ୟତୀତ ମନୋରଞ୍ଜନ କାର୍ଯ୍ୟକ୍ରମମାନ ପ୍ରସାରଣ  କରାଯାଇଥିଲା।  ୧୯୭୬ ଏପ୍ରିଲ୍ ୧ରେ  ଦୂରଦର୍ଶନ ଅଲ ଇଣ୍ଡିଆ ରେଡିଓରୁ ଅଲଗା ହୋଇଗଲା ।

ବର୍ତ୍ତମାନ ଦେଶରେ ୪୨୦ AIR ଷ୍ଟେସନ୍ ଅଛି ଯାହା ପାଖାପାଖି ୯୯% ଲୋକଙ୍କ ପାଖରେ ପହଞ୍ଚି ପାରିଛି। ସେବେଠାରୁ ରେଡିଓର ଯାତ୍ରା ଚାଲିଛି। କେତେବେଳେ ତଳକୁ ଖସିଛି ତ  କେତେବେଳେ ଉପରକୁ ଉଠିଛି। ଭାରତର ସ୍ୱାଧୀନ ହେବା ସମୟରୁ ଏ ପର୍ଯ୍ୟନ୍ତ  ଯେତେବେଳେ ଭାରତ ଡିଜିଟାଲାଇଜେସନ୍ ରାସ୍ତାରେ ଚାଲୁଛି, ରେଡିଓ ଜରୁରୀକାଳୀନ ପରିସ୍ଥିତିରେ ସୂଚନା ପ୍ରଦାନ କରି ଆସୁଛି। ସଂଯୋଗୀକରଣ ଏବଂ ନିରବଚ୍ଛିନ୍ନ ଯୋଗାଯୋଗର ବିକାଶ ଜାରି ରଖିଛି |

You might also like