କ’ଣ ପାଇଁ ୪୨ କୋଟି ଗ୍ରାହକଙ୍କୁ ସାବଧାନ କଲା SBI

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ସାଇବର ଠକେଇର ଶିକାର ହେଉଛନ୍ତି ଗ୍ରାହକ। ବିଭିନ୍ନ ସାଇବର ଥାନାରେ ରୁଜୁ ହେଉଛି ସଂଖ୍ୟାଧିକ ମାମଲା। ସାଇବର ଠକମାନେ ନୂଆ ନୂଆ ତରିକା ଆପଣାଇ ଗ୍ରାହକଙ୍କୁ କରୁଛନ୍ତି ଶୋଷଣ । ଫେକ୍ ଇ-ମେଲ୍ ଗ୍ରାହକଙ୍କ ପାଖକୁ ପଠାଇ ଅନଲାଇନ୍ ଦ୍ୱାରା ଟଙ୍କା ଉଠାଇ ନେଉଛନ୍ତି। ଏ ନେଇ ଦେଶର ୪୨ କୋଟି ଗ୍ରାହକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି SBI । ତେବେ ଏମିତି କୌଣସି ଇ-ମେଲ ଗ୍ରାହକମାନଙ୍କ ପାଖକୁ ପଠାଯାଉନଥିବା ନିଜେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ଏସବିଆଇ କର୍ତ୍ତୃପକ୍ଷ ।

ସାଇବର ଠକେଇରୁ ବର୍ତ୍ତିବାକୁ କି କି ସାବଧାନତା ଅବଲମ୍ବନ କରିବାକୁ କହିଲା SBI

  • ବ୍ୟାକିଂ ସେବା ପାଇଁ ଗ୍ରାହକମାନେ ଏସବିଆଇର ପ୍ରାଧିକୃତ ପୋର୍ଟାଲ ବ୍ୟବହାର କରିବେ।
  • ଅନଲାଇନରେ କାରବାର କରୁଥିଲେ ଏସବିଆଇର ବୈଧ ୱେବସାଇଟ୍ ଲଗଇନ କରିବେ।
  • ଏସବିଆଇର ବୈଧ ୱେବସାଇଟରେ ଆପଣଙ୍କ ନାମ ପ୍ରଥମେ ପଞ୍ଜୀକରଣ କରିବେ, ନୂଆ ଯୁଜର୍ସ ମଧ୍ୟ ପଞ୍ଜୀକରଣ କରାଇନେବା ଉଚିତ୍ ।
  • ଅସାବଧାନତାବଶତଃ ଠକାମିର ଶିକାର ହୋଇଥିଲେ ସ୍ଥାନୀୟ ସାଇବର ଥାନାରେ ଅଭିଯୋଗ କରିପାରିବେ।
  • ସାଇବର ଥାନା ପୋଲିସକୁ ଅଭିଯୋଗ କରିବା ପାଇଁ ଆପଣ ଆପଣଙ୍କ ରାଜ୍ୟର ନାମ, ଲଗଇନ୍ ଆଇଡି, ମୋବାଇଲ୍ ନମ୍ବର, ପଠାଯାଇଥିବା ଓଟିପି ପ୍ରଭୃତି ତଥ୍ୟ ଦେବେ।
  • କାହାରିକୁ ବ୍ୟାଙ୍କ ସଂପର୍କିତ କୌଣସି ତଥ୍ୟ ଆଦୌ ସେୟାର କରିବେ ନାହିଁ। ଆପଣଙ୍କର ଏଟିଏମ୍ ପିନ୍, କାର୍ଡ ନମ୍ବର, ଆକାଉଣ୍ଟ ନମ୍ବର, ଓଟିପି ସେୟାର କରିବେ ନାହିଁ।
  • ସବୁବେଳେ ବ୍ୟାଙ୍କର ଗ୍ରାହକ ସେବା ନମ୍ବରରେ ଯୋଗାଯୋଗ କରି ଅପଡେଟ୍ ରହିବେ । ଆପଣ ସୁବିଧାରେ ବ୍ୟାଙ୍କ କାରବାର କରିପାରିବେ ।
You might also like