ଆକାଶରୁ ଏକ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ

ନୂଆଦିଲ୍ଲୀ: ଏମିତି ଏକ ସମୟ ଥିଲା, ଆକାଶରୁ ଜହ୍ନ ନିଖୋଜ ହୋଇଗଲା। ଦିନେ ଗଲା, ଦୁଇଦିନ ଗଲା…ଜହ୍ନ ଆସିଲାନି। ଭାଳେଣି ପଡ଼ିଗଲା ଲୋକଙ୍କ ଭିତରେ। କି ବିପର୍ଯ୍ୟୟ ଆସିଲା ? ଏମିତି ଆଶଙ୍କା ଭିତରେ ଏକମାସ ବିତିଗଲା। ହେଲେ ନିଖୋଜ ଜହ୍ନର ଠିକଣା ମିଳିଲାନି।

ଏହା କୌଣସି ଗପ ନୁହେଁ। ଏକଦମ୍‌ ସତ କଥା। ଏକାଦଶ ଶତାବ୍ଦୀରେ ଘଟିଥିଲା ଏମିତି ଏକ ଘଟଣା। ପ୍ରାୟ ୧ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ। ଖାଲି ଜହ୍ନ ନୁହେଁ, ସୂର୍ଯ୍ୟଙ୍କ କିରଣ ମଧ୍ୟ ଖୁବ୍ ହାଲ୍‌କା ଭାବେ ପୃଥିବୀ ଉପରେ ପଡୁଥିଲା। ଐତିହାସିକଙ୍କ କହିବା ଅନୁଯାୟୀ, ୧୧୦୮ ମସିହାରୁ ୧୧୦୯ ମସିହା ମଧ୍ୟରେ ଆସିଥିଲା ଏହି ଭୟଙ୍କର ସମୟ। ପ୍ରାୟ ଏକ ମାସ ଧରି କୁଆଡେ ପୃଥିବୀରେ ରାତି ଥିଲା ଘନ ଅନ୍ଧାର। ପ୍ରାୟ ମାସେ ପରେ ସବୁ ଠିକ୍‌ଠାକ୍‌ ହୋଇ ଯାଇଥିଲା।

ତେବେ ଏହି ଜହ୍ନ କୁଆଡେ ହଜି ଯାଇଥିଲା ? ତାହାର ଉତ୍ତର ଖୋଜି ପାଇଛନ୍ତି ସ୍ୱିଜରଲାଣ୍ଡ ୟୁନିଭର୍ସିଟି ଅଫ ଜେନେଭାର ବୈଜ୍ଞାନିକାମାନେ। ସେମାନେ ଦାବି କରିଛନ୍ତି, ଏକମାସ ଧରି ଜହ୍ନ ନିଖୋଜ ହେବାର କାରଣ ସେମାନେ ଖୋଜି ପାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ୧୧୦୪ରେ ଆଇଲାଣ୍ଡରେ ଥିବା ହେକ୍‌ଲା ଆଗ୍ନେୟଗିରିରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରୁ ପ୍ରଚୁର ପରିମାଣର ସଲ୍ଫର ଗ୍ୟାସ ଏବଂ ପାଉଁଶ ବାହାରିଥିଲା।

ଥଣ୍ଡା ଋତୁରେ ଏହି ପାଉଁଶ  ବାୟୁମଣ୍ଡଳରେ ମିଶି ଯାଇ ବାୟୁମଣ୍ଡଳକୁ ଜାମ୍ କରି ଦେଇଥିଲା। ଏହାର ୪ବର୍ଷ ପରେ ଏହି ପାଉଁଶ ବାୟୁ ମଣ୍ଡଳକୁ ସମ୍ପୂର୍ଣ୍ଣ ଜାମ କରି ଦେଇଥିଲା। ଏହି କାରଣରୁ ଜହ୍ନର କିରଣ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା। ଯେଉଁଥିପାଇଁ ରାତି ଘନ ଅନ୍ଧକାରମୟ ହୋଇଯାଇଥିବାବେଳେ ଦିନରେ ସୂର୍ଯ୍ୟଙ୍କ କିରଣରେ ଔଜ୍ଜଲ୍ୟ ନ ଥିଲା।

ଇଂଲଣ୍ଡର ଇତିହାସ ସମ୍ବନ୍ଧିତ ଏକ ପୁସ୍ତକ Peterborough Chronicleରେ ଉଲ୍ଲେଖ ରହିଛି, ୧୧୦୯ ମସିହାରେ ଖରାପ ପାଗ ଯୋଗୁ ଗଛଲତା ସବୁ ଶୁଖି ଯାଇଥିଲେ। ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗରମ ଦିନରେ ବି ତାପମାତ୍ରା ମାଇନସ୍‌ ୧ ଡିଗ୍ରୀ ହୋଇ ଯାଇଥିଲା।

ସାଇଣ୍ଟିଫିକ ରିପୋଟର୍ସ ଜଣ୍ଣାଲ୍‌ରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି, ବୈଜ୍ଞାନିକମାନେ ଯେତେବେଳେ ଗ୍ରୀନ୍‌ଲାଣ୍ଡରେ ବରଫ ଖଣ୍ଡର ଯାଞ୍ଚ କରିଥିଲେ, ସେତେବେଳେ ଏହି ଲାଭାର ପାଉଁଶ ମିଳିଥିଲା ଯେଉଁଥିରେ ଅଧିକ ପରିମାଣରେ ସଲ୍‌ଫେଟ ଥିଲା। ଏଥିରୁ ସେମାନେ ଏହି ନିଷ୍କର୍ସରେ ପହଞ୍ଚିଥିଲେ ଯେ, ଏକାଦଶ ଶତାବ୍ଦୀରେ ଜହ୍ନ ନିଖୋଜ ହେବାର କାରଣ ଥିଲା ଏହି ଅଗ୍ନେୟଗିରିର ବିସ୍ଫୋରଣ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like