କାହିଁକି ଗୋଟିଏ ଦିନ ଘୁଞ୍ଚିଥିଲା ସହିଦ ମଙ୍ଗଳ ପାଣ୍ଡେଙ୍କ ଫାଶୀ ତାରିଖ

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା଼ ଇତିହାସର ଏକ ସ୍ୱର୍ଣ୍ଣିମ ନାମ ସହିତ ମଙ୍ଗଳ ପାଣ୍ଡେ। ଏପ୍ରିଲ ୮ ତାରିଖ ଥିଲା ମଙ୍ଗଳ ପାଣ୍ଡେଙ୍କ ଜୀବନର ଶେଷ ଦିନ। ଏହି ଦିନ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ହେଲେ ମଙ୍ଗଳ ପାଣ୍ଡେଙ୍କୁ ଏପ୍ରିଲ ୭ ତାରିଖ ଅର୍ଥାତ୍‌ ଗୋଟିଏ ଦିନ ପୂର୍ବରୁ ଫାଶି ଦଣ୍ଡ ଦିଆଯିବାର ଥିଲା। ଅତର୍କିତ ଭାବେ ଗୋଟିଏ ଦିନ ଗଡ଼ାଇ ଦିଆଯାଇଥିଲା। ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶଙ୍ଖନାଦ କରିଥିବା ମଙ୍ଗଳ ପାଣ୍ଡେ ବ୍ରିଟିଶ ଶାସନ ସମୟରେ କୋଲକାତା ନିକଟ ବାରାକପୁର ସେନାର ପଦାତିକ ବହିନୀର ୧୪୪୬ ନମ୍ବର ସିପାହୀ ଥିଲେ। ମଙ୍ଗଳ ପାଣ୍ଡେଙ୍କ ବୀରତ୍ୱର କାହାଣୀ, ତାଙ୍କର ବଳିଦରନ ଆଜି ବି ସମସ୍ତ ଭାରତୀୟଙ୍କ ସ୍ମୃତିରେ ଜୀବନ୍ତ ହୋଇ ରହିଛି।

ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଦେବା ପାଇଁ ୧୮୫୭ ଏପ୍ରିଲ ୧୮ ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ ଏପ୍ରିଲ ୭ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ। ହେଲେ ସେ ଦିନ ମଧ୍ୟ ଫାଶୀ ଦିଆଯାଇ ନ ଥିଲା। ତେବେ କାହିଁକି ମଙ୍ଗଳ ପାଣ୍ଡେଙ୍କ ଫାଶୀକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା ? ଏପରି କରିବା ପଛରେ କି ରାଜନୈତିକ ଉଦ୍ଦେଶ୍ୟ ନିହିତ ଥିଲା ?

ମଙ୍ଗଳପାଣ୍ଡେ  ବିଚାର ମଞ୍ଚ ପ୍ରବକ୍ତା ବବ୍ବନ ବିଦ୍ୟାର୍ଥୀ ଲେଖିଛନ୍ତି, ଏପ୍ରିଲ ୭ ତାରିଖ ଦିନ ମଙ୍ଗଳ ପାଣ୍ଡେଙ୍କୁ ବାରାକ ପୁରରେ ଫାଶୀ ଦେବା ପାଇଁ ଧାର୍ଯ୍ୟ କରିଥିଲେ। ଏଥିପାଇଁ ଜଲ୍ଲାଦକୁ ମଧ୍ୟ ଡକାଯାଇଥିଲା। ହେଲେ ସେ ଯେମିତି ଜାଣିଲେ ଯେ ମଙ୍ଗଳ ପାଣ୍ଡେଙ୍କୁ ଶୁଳି ଚଢାଯିବ ସେତେବେଳେ ସେ ଏହି କାମ କରିବାକୁ ମନା କରି ଦେଇଥିଲେ।

ବାସ୍ତବ କଥା ହେଲା, ପାଣ୍ଡେଙ୍କ ଦେଶଭକ୍ତି ଜଲ୍ଲାଦକୁ ମଧ୍ୟ ପ୍ରଭାବିତ କରିଥିଲା। ଇଂଗ୍ରେଜମାନେ ଅସୁବିଧାରେ ପଡି ଯାଇଥିଲେ। ଅନ୍ୟ ଜଲ୍ଲାଦଙ୍କୁ କୋଲକାତାରୁ ଡକା ଯାଇଥିଲା। ହେଲେ ସେ ଆସିବା ପାଇଁ ବିଳମ୍ବ କରିଥିଲେ। ସେଥିପାଇଁ ମଙ୍ଗଳ ପାଣ୍ଡେଙ୍କ ଫାଶି ଦିନକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଏପ୍ରିଲ ୮ ତାରିଖ  ସକାଳେ ମଙ୍ଗଳ ପାଣ୍ଡେଙ୍କୁ ବାରାକପୁର ପରେଡ ଗ୍ରାଉଣ୍ଡରେ ଫାଶୀ ଦିଆଯାଇଥିଲା। ସେହିଦିନଠାରୁ ଏପ୍ରିଲ ୮ ତାରିଖକୁ ସହୀଦ ଦିବସ ଭାବେ ପାଳନ କରାଯାଉଛି।

କାହିଁକି ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଦିଆଗଲା ?

ଇତିହାସ କହେଏ ମଙ୍ଗଳ ପାଣ୍ଡେ ଇଂଗ୍ରାଜୀ ଫୌଜରେ ସିପାହୀ ଥିଲେ। ଇଂଗ୍ରେଜମାନେ ଏନଫିଲ୍‌ଡ ନାମକ ଏକ ରାଇଫଲ ସହ ଏକ ନୂଆ କାଟ୍ରିଜ ଲଞ୍ଜ କରିଥିଲେ ଯେଉଁଥିରେ ପଶୁଙ୍କ ଚର୍ବି ବ୍ୟବହାର କରାଯାଉଥିଲା। ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଗାଈ ଓ ଘୁଷୁରୀ ଚର୍ବିରେ ନିର୍ମିତ ଏହି କାଟ୍ରିଜକୁ ବ୍ୟବହାର କରିବାକୁ ସିପାହୀମାନେ ମନା କରି ଦେଇଥିଲେ। କାରଣ ଏହି କାଟ୍ରିଜକୁ ପାଟିରେ ଛିଣ୍ଡାଇ ବନ୍ଧୁକରେ ଭର୍ତ୍ତି କରିବାକୁ ପଡ଼ିଥାଏ।

 

You might also like