ମଦ୍ୟପାନ ପରେ କାହିଁକି ଇଂଲିସରେ ଅନର୍ଗଳ ଗପେ ମଦୁଆ?
ଆଜିକାଲି ମଦ ପିଇବା ଗୋଟିଏ ସାଧାରଣ କଥା ହୋଇଗଲାଣି। ପାର୍ଟି ହେଉ ଅବା ଯେକୌଣସି ଉତ୍ସବରେ ସେଲିବ୍ରେସନ୍ କରିବାକୁ ମଦର ଆସର ଜମେ। କିନ୍ତୁ ଅନେକ ଲୋକ ମାତ୍ରାଧିକ ମଦ୍ୟପାନ କରିସାରିବା ପରେ ନିଜର ସତ୍ତା ହରାଇ ହରାଇ ବସନ୍ତି। ଏପରିକି କିଛି ଅପରାଧିକ କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ହେଲେ ଅନେକ ଲୋକ ମଦ ପିଇସାରିବା ପରେ ନିଜର ସତ୍ତା ହରାଇବସନ୍ତି କିନ୍ତୁ ଜ୍ଞାନ ବଢିଯାଏ। ନିଜ ପାଖରେ ବସିଥିବା ଲୋକଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବା ଆରମ୍ଭ କରିଦିଏ। ଏପରି ଦୃଶ୍ୟ ଆପଣ ଅନେକ ଥର ଦେଖିଥିବେ, ଏବେ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ମଦ୍ୟପାନ ପରେ ଏତେ ଜ୍ଞାନ ଆସେ କୁଆଡୁ? ଏନେଇ କଣ କହୁଛନ୍ତି ଗବେଷକ, ଆସନ୍ତୁ ଜାଣିବା..
ଆଜିକାଲି ମଦ୍ୟପାନ ଫ୍ୟାଶନ୍ରେ ପରିଣତ ହୋଇଗଲାଣି। କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରାପ୍ତ ବୟସ୍କର ବ୍ୟକ୍ତିମାନେ ମଦ୍ୟପାନ କରୁଛନ୍ତି। ପେଟରେ ନାଲିପାଣି ପଡ଼ିବା ମାତ୍ରକେ ମଣିଷ ଗୁଣ ଓ ଠାଣି ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦିଏ। କିଏ ଖୁସିରେ ଡ୍ୟାନ୍ସ କରନ୍ତି ତ ଆଉ କିଏ ନିଜର ମନ କଥାକୁ ସେୟାର କରନ୍ତି। ତଥାପି ଏତେ ସବୁ ଭିତରେ ପାଟିରୁ ବାହାରି ଆସେ ଅନର୍ଗଳ ଇଂଲିସ୍। ସେ ଜ୍ଞାନୀ ହେଉ ଅବା ଅଜ୍ଞାନୀ ମଦ୍ୟପାନ କରୁଥିବା ପ୍ରାୟତଃ ଲୋକ ଇଂରାଜୀ ଭାଷାରେ ଅଜବ କଥା କୁହନ୍ତି। ଯାହା ସମସ୍ତଙ୍କୁ ଚକିତ କରିଦେବ। ମଦ୍ୟପାନ ସମୟରେ ଓ ପରେ ଇଂରାଜୀ ଭାଷା କଥା କହିବା ନେଇ ଏକ ଗବେଷଣା କରାଯାଇଥିଲା।
ଏହି ରିସର୍ଚ୍ଚ ସମୟରେ ଜଣାପଡ଼ିଥିଲା ଯେ ଯେତେବେଳେ ଜଣେ ବ୍ୟକ୍ତି ମଦ ପିଇବା ଆରମ୍ଭ କରୁଛି, ସେତେବେଳେ ବିନା ଦ୍ୱିଧା ଓ ଦ୍ୱନ୍ଦ୍ୱରେ ଇଂରାଜୀ କହିବା ଆରମ୍ଭ କରିଦେଉଛି। ଯଦି ଇଂରାଜୀ ଭାଷା ଉପରେ ଅଳ୍ପ ଜ୍ଞାନ ଥାଏ, ତାହା ହେଲେ ମଦ ପିଇବା ସମୟରେ ସେ ଇଂରାଜୀ ଭାଷାରେ କହିବା ପାଇଁ ନରେ ଦ୍ୱନ୍ଦ୍ୱ କିମ୍ବା ଭୟ ରଖେ ନାହିଁ। ଆଉ ନିର୍ଭୟ କାରଣରୁ ସମ୍ପୃକ୍ତ ବ୍ୟକ୍ତି ଅନର୍ଗଳ ଇଂରାଜୀ ଭାଷାରେ କହିଥାଏ।
ୟୁକେର ୟୁନିଭରସିଟି ଅଫ୍ ଲିଭରପୁଲ୍ ଓ ନେଦରଲ୍ୟାଣ୍ଡର ୟୁନିଭରସିଟି ଅଫ୍ ମାଷ୍ଟ୍ରିଚିଟ୍ ଗବେଷକ ଏହା ଗବେଷଣା କରିଛନ୍ତି। ଏନେଇ ୫୦ ଜଣକୁ ମନୋନିତ କରାଯାଇ ଏକ ଗ୍ରୁପ୍ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଅଳ୍ପ ପରିମାଣର ଆଲକହଲ୍ ପିଇଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଆଲକହଲ୍ ପିଇନଥିଲେ। ପରେ ସେମାନଙ୍କୁ ଡଚ୍ ଭାଷା(ନେଦରଲ୍ୟାଣ୍ଡ୍ ଭାଷା)ରେ କଥାବାର୍ତ୍ତା କରିବାକୁ କୁହାଯାଇଥିଲା। ଯେଉଁମାନେ ମଦ୍ୟପାନ କରିଥିଲେ, ସେମାନେ ଉକ୍ତ ଭାଷାରେ ଅନର୍ଗଳ ଓ ନିର୍ଭୁଲ ଭାବେ କହିଥିଲେ।
ଏଥିରୁ ଗବେଷକ ଜଣାପଡ଼ିଥିଲା ଯେ, ଆଲକହଲ୍ ପିଇବା ଦ୍ୱାରା ମଣିଷର ଭାଷାଗତ ଜ୍ଞାନ ଉପରେ ଜାଣିବା ଓ କହିବା ନେଇ ଅଧିକ ଆଗ୍ରହ ବଢିଥାଏ। ଅର୍ଥାତ୍ ଶରୀରରେ ଆଲକହଲ୍ ପରୋକ୍ଷରେ ଭାଷାଜ୍ଞାନର ପରିପ୍ରକାଶ କରିଥାଏ। କିନ୍ତୁ ଅତ୍ୟଧିକ ମଦ୍ୟପାନ ଶରୀର ପାଇଁ ହାନିକାରକ।