ମତ୍ସଜୀବି ପରିବାରରୁ ମିସାଇଲ୍‌ ମ୍ୟାନ୍‌: କାହିଁକି ବିବାହ କରିନଥିଲେ ଅବଦୁଲ୍ କଲାମ୍‌?

ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍‌ ମ୍ୟାନ୍‌ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍‌ କଲାମ। ବେଶ୍‌ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍‌ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ ଏବଂ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିବା ଡକ୍ଟର କଲାମଙ୍କ ପାଇଁ ଆଜି ବି ଭାରତବାସୀଙ୍କ ହୃଦୟରେ ରହିଯାଇଛି ଏକ ସ୍ୱତନ୍ତ୍ର ସ୍ଥାନ।

ରାମେଶ୍ୱରମ୍‌ର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍‌। ତାଙ୍କ ବପା ଡଙ୍ଗା ଚାଳନ କରୁଥିଲେ ଏବଂ ମାଛ ଧରୁଥିଲେ। ଅବ୍‌ଦୁଲ୍‌ଙ୍କ ମାଆ ଜଣେ ଗୃହିଣୀ ଥିଲେ। ପିରବାରର ଅର୍ଥିକ ସ୍ଥିତି ଭଲ ନଥିଲା ଯେଉଁଥିପାଇଁ ଅବଦୁଲ୍‌ ପେପର୍‌ ବିକି ପାଠ ପଢୁଥିଲେ।

୨୦୦୨ରେ ଦେଶର ଏକାଦଶ ରାଷ୍ଟ୍ରପତି ଭାବରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ଦେଶର ପ୍ରଥମ ଅବିବାହିତ ରାଷ୍ଟ୍ରପତି କଲାମଙ୍କ ହେୟାର ଷ୍ଟାଇଲକୁ ନେଇ ସେ ସମୟରେ ବେଶ୍‌ ଚର୍ଚ୍ଚା ହେଉଥିଲା। ୧୯୯୨ରୁ ୧୯୯୯ ପର୍ଯ୍ୟନ୍ତ କଲାମ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରତିରକ୍ଷା ପରାମର୍ଶଦାତା ଥିଲେ। ଏହି ସମୟ ମଧ୍ୟରେ ବାଜପେୟୀ ସରକାର ମଧ୍ୟ ଦ୍ୱିତୀୟ ଥର ପାଇଁ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲେ ଏବଂ ଭାରତ ପରମାଣୁ ଅସ୍ତ୍ର ତିଆରି କରୁଥିବା ଦେଶମାନଙ୍କରେ ଯୋଗ ଦେଇଥିଲେ। କଲାମ ଭିଜନ ୨୦୨୦ ଦେଇଥିଲେ। ଏହା ଅଧୀନରେ କଲାମ ବିଜ୍ଞାନର ଅଗ୍ରଗତି ମାଧ୍ୟମରେ ୨୦୨୦ ସୁଦ୍ଧା ଭାରତକୁ ଅତ୍ୟାଧୁନିକ କରିବା ପାଇଁ ବିଶେଷ ଚିନ୍ତା କରିଥିଲେ। କଲାମ ମଧ୍ୟ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଥିଲେ।

କଲାମଙ୍କୁ ୧୯୯୦ରେ ପଦ୍ମବିଭୂଷଣ ଏବଂ ୧୯୯୭ରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତର ସର୍ବୋଚ୍ଚ ପଦବୀରେ ନିଯୁକ୍ତ ହେବା ପୂର୍ବରୁ ଭାରତ ରତ୍ନ ଗ୍ରହଣ କରିଥିବା କଲାମ ଦେଶର ତୃତୀୟ ରାଷ୍ଟ୍ରପତି ଅଟନ୍ତି। ଏହାପୂର୍ବରୁ ସର୍ବପାଲ୍ଲୀ ରାଧାକ୍ରିଷ୍ଣନ୍ ଏବଂ ଜାକିର ହୁସେନ୍ ଏହାକୁ ହାସଲ କରିଥିଲେ।

୨୦୧୬ରେ ସିଙ୍ଗାପୁରର ଭାରତୀୟ ବିଦ୍ୟା ଭବନ ଇଣ୍ଟନ୍ୟାସନାଲ୍‌ ସ୍କୁଲ୍‌ରେ ବକ୍ତା ଭାବେ ଯୋଗଦେଇଥିଲେ ଅବଦୁଲ୍‌ କଲାମ୍‌। ସେଠାରେ ଜଣେ ଛାତ୍ର ତାଙ୍କୁ କାହିଁକି ବିବାହ କରିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଶୁଣି ମିସାଇଲ୍‌ ମ୍ୟାନ୍‌ ଦୀର୍ଘ ନିଶ୍ୱାସ ନେଇଥିଲେ ଏବଂ ସେ ଜଣେ ଭଲ ଜୀବନ ସାଥୀ ପାଆନ୍ତୁ ବୋଲି କାମନା କରିଥିଲେ।

ଅବଦୁଲ୍‌ କଲାମ୍‌ ସବୁବେଳେ କହୁଥିଲେ ପ୍ରଥମ ଉପଲବ୍ଧି ପରେ କେବେ ଆରାମ କରନି। ନହେଲେ ଲୋକେ କହିବେ ଯାହା କିଛି ମିଳିଛି ସେ ସବୁ ଭାଗ୍ୟରେ ଥିଲା। ୨୦୧୫ ଜୁଲାଇ ୨୭ରେ ସିଲଙ୍ଗରେ ପ୍ରାଣ ହରାଇଥିଲେ କଲାମ୍‌।

 

 

 

ଆହୁରି ପଢ଼ନ୍ତୁ

ଏକାଧିକ ଲଗ୍‌ଜୁରୀ କାର୍‌କୁ ଘାଇରେ ଫିଙ୍ଗିଦେଲା ଭୋଲ୍‌ଭୋ କମ୍ପାନୀ

ଲଞ୍ଚ ହେଲା ପୃଥିବୀର ଦାମୀ ପର୍ସ; ମୂଲ୍ୟ‌ କେତେ ଜାଣନ୍ତି ?

୬ ମହିଳା ଗର୍ଭବତୀ, ସ୍ୱାମୀ କହିଲେ-ସବୁ ପିଲାଙ୍କର ବାପା……

କର୍ମଚାରୀଙ୍କୁ କୋଟିପତି କରିଦେଲେ ମାଲିକ

କାହିଁକି ଶରୀରରୁ ମାଛ ପରି ଗନ୍ଧ ବାହାରିଥାଏ ? ଫିଶ୍‌ ଓଡର ସିଣ୍ଡ୍ରୋମ ରୋଗ ବିଷୟରେ ଜାଣିଛନ୍ତି କି ?

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

You might also like