କେଉଁଠି ସରୁଛି ପୃଥିବୀ?
ନୂଆଦିଲ୍ଲୀ: ପୃଥିବୀ, ସୃଷ୍ଟି, ପ୍ରକୃତି ଏ ସବୁକୁ ନେଇ ଅନେକ ଗବେଷଣା ହେଉଛି। ଆଉ ତା ସହ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି। ତଥାପି ଏଭଳି ବି କିଛି ରହସ୍ୟ ଆଉ ପ୍ରଶ୍ନ ରହିଯାଇଛି ଯାହା ଆମକୁ ସବୁବେଳେ ଆଶ୍ଚର୍ଯ୍ୟ କରେ। ସେ ପ୍ରଶ୍ନର ସମାଧାନ ତ ମିଳିପାରିନି ତଥାପି କିଛି କଳ୍ପନା ଜଳ୍ପନା ଚାଲିଛି। ତେବେ ଅନେକ କହନ୍ତି କି ଇଂଲଣ୍ଡର ଏକ ସ୍ଥାନରେ ପୃଥୀବି ସରିଛି। ତେବେ ପ୍ରକୃତରେ କେଉଁଠି ସରିଛି ପୃଥିବୀ ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ମଧ୍ୟ ଉଠେ…..
ସବୁ ସ୍ଥାନର କୌଣସି ଶେଷ ସୀମା ତ ନିଶ୍ଚୟ ଥାଏ। ତେବେ ଆମ ପୃଥିବୀର ଶେଷସୀମା କେଉଁଠି ଓ କେଉଁ ସ୍ଥାନରେ ପୃଥିବୀ ସରୁଛି କେବେ ଚିନ୍ତା କରିଛନ୍ତି କି? କାରଣ ପୃଥିବୀ ତ ଗୋଲାକାର, ତେବେ ତାହାର ଅନ୍ତିମ ସ୍ଥାନ କିଭଳି ରହିବ? ଆମର ଏ ପ୍ରଶ୍ନର ବି ଏକ କାଳ୍ପନିକ ଉତ୍ତର ରହିଛି। ଆଉ ସେ ସ୍ଥାନଟି ହେଉଛି ଇଂଲଣ୍ଡର ସସେକ୍ସ୍। ସୋସିଆଲ ମିଡିଆରେ ଏ ସ୍ଥାନଟିର ଏକ ଫଟୋ ବେଶ ଭାଇରାଲ ହୋଇଥିଲା। ଆଉ କୁହାଯାଉଥିଲା ଯେ, ଏହି ସ୍ଥାନଟି ହେଉଛି ପୃଥିବୀର ଶେଷସୀମା ।
ଏହି ସ୍ଥାନ ସସେକ୍ସଟି ବାସ୍ତବରେ ବହୁତ ସୁନ୍ଦର। ପ୍ରକୃତି ଏଠି ନିଜର ଅପରୂପ ସୌନ୍ଦର୍ଯ୍ୟକୁ ବିଚ୍ଛୁରିତ କରିଛି। ଏଠାରେ ଆପଣଙ୍କୁ ଦୂର ଦୂର ଯାଏଁ କେବଳ ବାଦଲ ହିଁ ବାଦଲ ଦେଖିବାକୁ ମିଳିବ। ତେଣୁ ପୃଥିବୀର ଶେଷ ଭଳି ଲାଗେ ଏହି ସ୍ଥାନଟି। ଏହି ସ୍ଥାନଟି ହେଉଛି ବିଚି ହେଡର। ଯାହା ଇଂଲଣ୍ଡର ସସେକ୍ସରେ ଅବସ୍ଥିତ ।
ଆଉ ଏଠାରେ ଏକ ବିଚ୍ ମଧ୍ୟ ରହିଛି। ଆଉ ତା ସହ ଏକ ଲାଇଟ୍ ହାଉସ୍ ଅଛି। ଏହି ସ୍ଥାନର ସୌନ୍ଦର୍ଯ୍ୟ ଏତେ ରହିଛି ଯେ, ପର୍ଯ୍ୟଟକ ଏଠାକୁ ଆସିବାକୁ ବେଶ୍ ଆକର୍ଷିତ ହୁଅନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ଏହି ସ୍ଥାନକୁ ଏକ ସୁଇସାଇଡ୍ ପଏଣ୍ଟ ବି କୁହନ୍ତି ।ତେଣୁ ଏଠାରେ ସବୁବେଳେ ପୋଲିସ ପହରା ଦେଇଥାଆନ୍ତି। ତେବେ ଏହି ସ୍ଥାନକୁ ଶେଷ ସୀମା ଏଥିପାଇଁ କୁହାଯାଏ, କାରଣ ଏହା ଆଗକୁ ଆଉ କୌଣସି ସ୍ଥଳଭାଗ ଆପଣ ଦେଖିବାକୁ ପାଇବେନି। ବରଂ ମିଳିବ କେବଳ ସମୁଦ୍ର ତେଣୁ କାଳ୍ପନିକ ଭାବେ ଏହି ସ୍ଥାନଟି ପୃଥିବୀର ଶେଷସୀମା ହୋଇପାରେ । କିନ୍ତୁ ଏହାକୁ ନେଇ କୌଣସି ତଥ୍ୟ ଭିତ୍ତିକ ପ୍ରମାଣ ନାହିଁ। ଏପରିକି ବୈଜ୍ଞାନିକ ଗବେଷଣା ବି ଏହି ତଥ୍ୟକୁ ସ୍ୱୀକାରୋକ୍ତି ଦେଇପାରିନାହିଁ ।
ପଢନ୍ତୁ : ଏଣିକି ପ୍ଲାଷ୍ଟିକ ଦେଲେ ମିଳିବ ମାଗଣା ଖାଇବା: ଜାଣନ୍ତୁ କେଉଁଠାରେ ମିଳୁଛି ଏମିତି ସୁବିଧା