ପୁଣି ନୂଆ ଫିଚର୍‌ ଆଣିବ ହ୍ୱାଟ୍ସଆପ୍। ଜାଣନ୍ତୁ କଣ ସୁବିଧା ପାଇବେ ଆପଣ?

ମନ ଜିଣିବ ହ୍ୱାଟ୍ସଆପ୍‌

  • ମନ ଜିଣିବ ହ୍ୱାଟ୍ସଆପ୍‌
  • ଆସିବ ନୂଆ ଫିଚର, ରହିବ ଲଗାଆଉଟ୍‌ ସିଷ

ନୂଆଦିଲ୍ଲୀ: ପୁଣି ନୂଆ ଫିଚର୍‌ ଆଣିବ ହ୍ୱାଟ୍ସଆପ୍। ଏଣିକି ଫେସବୁକ ପରି ହ୍ୱାଟ୍ସଆପରେ ଆପଣ ଲଗଆଉଟ କରିପାରିବେ ବୋଲି ଜଣାପଡିଛି। ୟୁଜର୍ସ ନିଜ ହିସାବରେ ଯେତେବେଳେ ଚାହିଁବେ ଲଗ ଇନ କରିପାରିବେ ଏବଂ ଏଥିରୁ ବ୍ରେକ ନେବାକୁ ହେଲେ ‘ଲଗ ଆଉଟ’ କରିପାରିବେ ବୋଲି ସୂଚନା ରହିଛି। ହାଟ୍ସଆପ ତାର ୟୁର୍ଜସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଓ ଅପଡେଟ ଉପରେ କାମ କରିଆସୁଛି। ଏଥର ଲଗ ଆଉଟର ନୂଆ ଫିଚର ଆଣିବାକୁ ଯୋଜନା କରୁଛି । ଯାହା ଫଳରେ ହ୍ୱାଟ୍ସଆପରୁ ମୁହଁ ଫେରାଉଥିବା ଗ୍ରାହକ ପୁଣି ଥରେ ଏହି ଆପରେ ବାନ୍ଧି ହୋଇ ରହିବେ।

ଲୋକମାନେ ବର୍ତ୍ତମାନ ସମୟରେ ହ୍ୱାଟ୍ସଆପରୁ ମୁହଁ ଫେରାଇ ଟେଲିଗ୍ରାମ ମୁହାଁ ହେଲେଣି। ତେଣୁ ଏହାର ପ୍ରଭାବ ସିଧାସଳଖ କମ୍ପାନୀ ଉପରେ ପଡିଛି। ତେଣୁ ପୁଣି ଥରେ ନୂଆ ନୂଆ ଫିଚର ଆଣି ଗ୍ରାହକଙ୍କ ମନ ଜିତିବା ଲାଗି ଚେଷ୍ଟା କରୁଛି କମ୍ପାନୀ। ହ୍ୱାଟ୍ସଆପ୍ ଏହାର ଗୋପନୀୟତା ନୀତିକୁ ପରିବର୍ତ୍ତନ କରିବା ଲାଗି ଚାହିଁଥିଲା। ଜନସାଧାରଣଙ୍କ ବିରୋଧ ହେତୁ ଯଦିଓ ଏ ନୀତି ଲାଗୁ ହୋଇ ନାହିଁ କିନ୍ତୁ ଏହା କୌଣସି ବି ମୁହୂର୍ତ୍ତରେ ଲାଗୁ ହେବାର ଆଶଙ୍କା ରହିଛି। ତେବେ ଏହି ନୂଆ ନିୟମ ଦ୍ୱାରା ଜନସାଧାରଣଙ୍କ ଭିତରେ ହେଉଥିବା କଥାବାର୍ତ୍ତା ଏବଂ ଚାଟ୍ ବାର୍ତ୍ତା ଅନ୍ୟମାନଙ୍କୁ ସେୟାର ହେବାର ଆଶଙ୍କା ରହିଛି।

କିନ୍ତୁ ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖୁଛି ଯେ, ହ୍ୱାଟ୍ସଆପ ନିଜର ଗୋପନୀୟତା ନୀତିର ପରିବର୍ତ୍ତନ କରିବାକୁ ଇଚ୍ଛା କରିଥିଲା। କିନ୍ତୁ ଲୋକଙ୍କ ବିରୋଧ ପରେ ହ୍ୱାଟ୍ସଆପ ଏହାକୁ ଲାଗୁ କରିବାରେ ପଛ ଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା । ତେବେ ଏହାରି ମଧ୍ୟରେ  ପୁଣି ଥରେ ଏକ ନୂଆ ଫିଚର ଆଣିବାକୁ ଯୋଜନା କରିଛି ଏହି ମେସେଜିଂ ଆପ ।

ଅନେକ ସମୟରେ ଦେଖାଯାଏ କି ଲୋକମାନେ ନିଜେ ହ୍ୱାଟ୍ସଆପରେ ଅନଲାଇନ ଅଛନ୍ତି ବୋଲି କେହି ନଜାଣନ୍ତୁ ବୋଲି ଚାହାଁନ୍ତି ତେଣୁ ସେମାନଙ୍କୁ ନଜରରେ ରଖି ହ୍ୱାଟ୍ସଆପ ଲଗଆଉଟ୍ ଫିଚର ବିଶେଷ କରି ଆଣୁଛି। ସୂଚନାଯୋଗ୍ୟ କିଛି ଦିନ ତଳେ ହ୍ୱାଟ୍ସଆପ୍ ଏହାର ଗୋପନୀୟତା ନୀତିକୁ ପରିବର୍ତ୍ତନ କରିବା ଲାଗି ଯେଉଁ ଉଦ୍ୟମ କରିଥିଲା ତାକୁ ନେଇ ବାଦ ବିବାଦ ଦେଖାଦେବା ସହ ଭାରତର ସୁପ୍ରିମକୋର୍ଟରେ ଏନେଇ ଣୁଣାଣି ହୋଇଥିଲା ଓ କମ୍ପାନୀକୁ ମଧ୍ୟ ନୋଟିସ ଜାରି ହୋଇଥିଲା। ତେବେ ଏହା କେବେଠୁ କାର୍ଯ୍ୟକାରୀ ହେବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

You might also like