ଆଜି କ୍ୟାଲେଣ୍ଡରର ଏକ ବିଶେଷ ଦିନ; କ’ଣ ବିଶେଷତା ରହିଛି ଜାଣନ୍ତି ?

ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଛି। ଏ ବର୍ଷ କ୍ୟାଲେଣ୍ଡରରେ ବାକି ରହିଛି ଆଉ ମାତ୍ର ୮୩ ଦିନ । ତେବେ ୨୦୨୦ର ଆଜି ଦିନଟି ଅର୍ଥାତ୍‌ ୧୦ ଅକ୍ଟୋବର ୧୦-୧୦-୨୦୨୦ ଏକ ବିଶେଷ ଦିନ। ଏମିତି ଦିନ କ୍ୟାଲାଣ୍ଡରରେ କେବେ ଆସି ନ ଥିଲା କିମ୍ବା ଆସିବ ନାହିଁ। ତେବେ ଜ୍ୟୋତିଷ ବିଷାରଦ ତଥା ନ୍ୟୁମରୋଲଜି ଏକ୍ସପର୍ଟମାନେ ଆଶା କରିଛନ୍ତି, ଆଜିର ଦିନଟି ଏକ ନୂଆ ଆରମ୍ଭର ଦିନ ହେବ।

ଏହି ଦିନକୁ ନେଇ ଅନେକ ଅଙ୍କକଷା ଆରମ୍ଭ ହୋଇଛି। ଏକ ଭିନ୍ନ ତାରିଖ କ’ଣ ବାର୍ତ୍ତା ନେଇ ଆସିବ ସେଥିପାଇଁ ଆକଳନ ଚାଲିଛି।  ଅକ୍ଟୋବର ୧୦ ସଫଳତାର, ଶକ୍ତିର ଦ୍ୱାର ଖୋଲିବ। ସମସ୍ତେ ଏକ ନୂଆ ଦିଗରେ ପାଦ ରଖିବେ ବୋଲି କହିଛନ୍ତି ନ୍ୟୁମରୋଲଜିଷ୍ଟ ଶ୍ରଦ୍ଧା ଶାଲା।

ଗଣନାକାରୀଙ୍କ କହିବା ଅନୁଯାୟୀ, ନ୍ୟୁମରୋଜିକାଲ ଚାର୍ଟରେ ୧ ଏବଂ ୨ ଦୁଇଟି ଶକ୍ତିଶାଳୀ ସଂଖ୍ୟା। ଉଭୟ ସଂଖ୍ୟାରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ଶକ୍ତି ରହିଛି। ଜ୍ୟୋତିଷବିଦ୍‌ଙ୍କ କହିବା ଅନୁଯାୟୀ, ୬ ଏକ ପାୱାରଫୁଲ ସଂଖ୍ୟା।  ଯଦି ଏହି ଦୁଇ ସଂଖ୍ୟାକୁ ଦୁଇ ଥର ଯୋଗ କରାଯାଏ ତେବେ ଏହା ଆହୁରି ଶକ୍ତିଶାଳୀ ହୋଇଯିବ।

ତା’ଛଡା ଏହି ବିଶେଷ ତାରିଖ ଶନିବାରରେ ପଡୁଛି ଯେଉଁବାରରେ ଶନିଗ୍ରହଙ୍କ ପ୍ରଭାବ ରହିଛି। ସେଥିପାଇଁ ଏହି ଦିନଟି ଆହୁରି ଶକ୍ତିଶାଳୀ ଏବଂ ଶୁଭଦାୟକ ହେବ ବୋଲି ଆଶା କରିଛନ୍ତି ଜ୍ୟୋତିଷ ବିଷାରଦ। କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଏହି ଦିନ ବହୁତ ଶୁଭଦାୟକ ହେବ ବୋଲି କୁହାଯାଉଛି।

ଶ୍ରଦ୍ଧା ଶାଲାଙ୍କ କହିବା ଅନୁଯାୟୀ, ନୂଆ ବିଜିନେସ୍ ଲଞ୍ଚ କରିବା ପାଇଁ ଶନିବାର ଶୁଭ ଦିନ । ଏପରିକି ନୂଆ ପ୍ରୋଜେକ୍ଟ ଆରମ୍ଭ, ନୂଆ କାର କିଣିବା ପାଇଁ ଏହା ଶୁଭ ଦିନ। ହେଲେ ବିବାହ ପାଇଁ ଏହି ବାର ଭଲ ନୁହେଁ ବୋଲି ଶ୍ରଦ୍ଧା କହିଛନ୍ତି।

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like