ମଣିଷ ଭଳି ଆପଣ ନିଜ ପଶୁଙ୍କର କରି ପାରିବେ ବୀମା…ଜାଣନ୍ତୁ କେମିତି?

ଆଜିକାଲି ସମୟରେ ସମସ୍ତେ ପ୍ରାୟ ନିଜ ଘରେ ପୋଷା କୁକୁର ରଖିବାକୁ ବେଶ ପସନ୍ଦ କରୁଛନ୍ତି । କେବଳ ଯେ, ପସନ୍ଦ କରୁଛନ୍ତି ତାହା ନୁହେଁ ବରଂ ଅଧିକାଂଶ ଲୋକ ରଖୁଛନ୍ତି । ଆମେ ନିଜେ ନିଜର ଯେପରି ନୀତିଦିନ ନିଜର ଯତ୍ନ ନିଅନ୍ତି ସେମାନଙ୍କର ମଧ୍ୟ ଆମେ ମାନେ ସେମିତି ଭାବରେ ଯତ୍ନ ନିଅନ୍ତି । ବର୍ତ୍ତମାନ ସମୟରେ ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଯତ୍ନବାନ ହେଉଛନ୍ତି ।

ଶରୀରରେ କିଛି ବି ସମସ୍ୟା ଦେଖାଗଲେ ସାଙ୍ଗେ ସାଙ୍ଗେ ବଡ ବଡ ମେଡିକାଲ ଯାଇ ଚିକିତ୍ସା କରାନ୍ତି । କେବଳ ବଡ ମେଡିକାଲ ଗଲେ ତ ହେବ ନାହିଁ ବରଂ ସେଠାକୁ ଗଲେ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ତେଣୁ ସମସ୍ତେ ନିଜ ନିଜ ଶରୀରର ସ୍ୱାସ୍ଥ୍ୟ ବୀମା କରାଇ ନିଅନ୍ତି । ଏହି ବୀମା ଟଙ୍କାରେ ହିଁ ବଡବଡ ମେଡିକାଲରେ ଆମେ ନିଜ ଶରୀରର ଚିକିତ୍ସା କରାଇ ନିଅନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆପଣ ଚାହିଁଲେ ନିଜ ଘରେ ରଖିଥିବା ପଶୁଙ୍କ ପାଇଁ ବି ସ୍ୱାସ୍ଥ୍ୟ ବୀମା କରାଇପାରିବେ ।

ମଣିଷଙ୍କ ଭଳି ପଶୁଙ୍କର ବି ହେବ ବୀମା

ବଡ ବଡ ମେଡିକାଲରେ ଚିକିତ୍ସା ହେବେ ଆପଣଙ୍କ ପ୍ରିୟ ପଶୁ

କେମିତି ଗୃହପାଳିକ ପଶୁଙ୍କ କରିବେ ବୀମା?

ଅନ୍ତର୍ଜାତୀୟ ସ୍ତରର ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାଯାଇଛି ଭାରତୀୟ ମାନେ କୁକୁରକୁ ଗୃହ ପାଳିତ ପଶୁ ଭାବେ ଅଧିକ ସଂଖ୍ୟାରେ ରଖିଥାଆନ୍ତି । କେବଳ ଏତିକି ନୁହେଁ ବରଂ ଭାରତରେ ଲଗାତାର ଭାବରେ ପେଟ୍ କେୟାର ମାର୍କେଟର ସଂଖ୍ୟା ବି ବଢିବାରେ ଲାଗିଛି ।

ତେଣୁ ବୀମା କମ୍ପାନୀମାନେ ଏବେ ପଶୁଙ୍କ ଲାଗି ବୀମା ପ୍ରସ୍ତୁତ କରିବାକୁ ମନ ବଳାଉଛନ୍ତି । ବର୍ତମାନ ସମୟରେ ଦେଶର ବୀମା କମ୍ପାନୀମାନେ କୁକୁର ସହ ଅନେକ ଗୃହପାଳିତ ପଶୁଙ୍କ ଲାଗି ବୀମା ସୁବିଧା ଆରମ୍ଭ କରୁଛନ୍ତି । ଯଦି ଆପଣ ଚାହିଁବେ ତେବେ ଆପଣ ମଧ୍ୟ ନିଜ ପ୍ରିୟର ପଶୁ ଲାଗି ବୀମା କରାଇ ପାରିବେ ।

ବୀମା ପାଇଁ ବୟସକୁ ଦିଆଯାଇଛି ଅଗ୍ରାଧିକାର

ମଣିଷ ଯେପରି ନିଜର ବୀମା କରାଇବା ସମୟରେ ବୟସ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଠିକ ସେହିପରି ଭାବରେ ପଶୁ ମାନଙ୍କ ବୀମା କରାଇବା ସମୟରେ ସେମାନଙ୍କ ବୟସକୁ ବି ଗୁରୁତ୍ୱ ଦିଆଯାଉଛି । ମିଳିଥିବା ସୂଚନା ଅନୁସାରେ, ବିଲେଇ ଓ କୁକୁରଙ୍କ ଲାଗି ଯଦି ଆପଣ ବୀମା କରୁଛନ୍ତି ତେବେ ସେମାନଙ୍କ ବୟସ ୮ ସପ୍ତାହରୁ ୮ ବର୍ଷ ମଧ୍ୟରେ ରହିବା ଆବଶ୍ୟକ ।

ସେହିପରି ଛେଳି ଓ ମେଣ୍ଢା କ୍ଷେତ୍ରରେ ୧ ରୁ ୭ ବର୍ଷ ହୋଇଥିବା ଦରକାର ଏବଂ ଗାଇମାନଙ୍କ କ୍ଷେତ୍ରରେ ୨ ରୁ ୧୦ ବର୍ଷ ହୋଇଥିବା ଦରକାର । ପୂର୍ବରୁ ୟୁନାଇଟେଡ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ ଓ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ଗୃହପାଳିତ ପଶୁ ମାନଙ୍କ ଲାଗି ବୀମା ପ୍ରସ୍ତୁତ କରୁଥିଲେ ।

କିନ୍ତୁ ଏବେ ଅନେକ କମ୍ପାନୀ ବୀମା ଦୌଡରେ ସାମିଲ ହୋଇଛନ୍ତି । ପ୍ରଥମକରି ୨୦୦୮ ମସିହାରେ ବେଟିନା ହେଲ୍ଥ କେୟାର ଡିଜିଟ୍ ଇନସ୍ୟୁରାନ୍ସ କମ୍ପାନୀ ବୀମା ଯୋଜନା ଆରମ୍ଭ କରିଥିଲା । ତେବେ ବୀମା କରିବା ପରେ ପଲିସି ଅବଧି ସମୟରେ ପଶୁ ପ୍ରାଣ ହରାଏ ତେବେ ମାଲିକକୁ ବୀମାର ଟଙ୍କା ମିଳିଯାଏ । ତେବେ ବର୍ତମାନ ବୀମା କମ୍ପାନୀ ମାନେ ସର୍ଜରୀ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଜଣାଯାଇଛି ।

You might also like