ଆମେ ଟୋଲଗେଟରେ କାହିଁକି ଦେବା ଟ୍ୟାକ୍ସ?

ଟୋଲଗେଟରେ ଆମେ କାହିଁକି ଟ୍ୟାକ୍ସ ଦିଅନ୍ତି?

ନୂଆଦିଲ୍ଲୀ: ଟୋଲଗେଟ୍। ଏହି ନାଁ ସହ ଆପଣମାନେ ସମସ୍ତେ ପରିଚିତ। କାରଣ ରାସ୍ତାରେ ଗଲାବେଳେ ଏଠାରେ ଆମେ ସମସ୍ତେ ଟିକସ ଦେଇଥାଆନ୍ତି। କହିବାକୁ ଗଲେ, ରାସ୍ତାରେ ଯା’ଆସ ଲାଗି ସରକାର ଆମମାନଙ୍କଠାରୁ ଏଠାରେ ଟ୍ୟାକ୍ସ ଆଦାୟ କରନ୍ତି। ସୂଚନା ଅନୁସାରେ, ଜାତୀୟ ରାଜପଥରେ ପ୍ରାୟ ୬୦ କିଲୋମିଟର ବ୍ୟବଧାନରେ  ଗୋଟିଏ ଗୋଟିଏ ଟୋଲ ଗେଟ୍ ଦେଖିବାକୁ ମିଳିଥାଏ। ଜରୁରୀ କାଳୀନ କାର୍ଯ୍ୟରେ ଥିବା ଗାଡି, ରାଜନେତା ଓ ବାଇକ, ଅଟୋକୁ ଛାଡି ଦେଲେ ସମସ୍ତେ ଟୋଲ ଦେୟ ଦେଇଥାଆନ୍ତି।

ଟୋଲଗେଟରେ ଆମେ କାହିଁକି ଟ୍ୟାକ୍ସ ଦିଅନ୍ତି? କେଉଁ ଗାଡି ଲାଗି କେତେ ଟଙ୍କା ଆଦାୟ କରାଯାଏ ସେନେଇ ଆପଣ ଜାଣିଛନ୍ତି କି? ଏହାସହ ଏହି ଦେୟ ବଦଳରେ ଆମେ କି କି ସୁବିଧା ପାଉଛନ୍ତି? ଏମିତି ଅନେକ କଥା ମନରେ ପ୍ରଶ୍ନ ଆସେ….ତେବେ ଜାଣନ୍ତୁ ଟୋଲ ସମ୍ପର୍କରେ କିଛି ତଥ୍ୟ…

ଆପଣ ଜାଣିଥିବେ ସାଧାରଣତଃ ଜାତୀୟ ରାଜପଥ ହେଉ ଅବା ରାଜ୍ୟ ରାଜପଥ ହେଉ। ବିଭିନ୍ନ ସ୍ଥାନରେ ଟୋଲ୍ ଗେଟ ରହିଥାଏ । ଯେଉଁଠି ଟ୍ୟାକ୍ସ ଆଦାୟ ହୋଇଥାଏ । ତେବେ ଆପଣ ଯାଉଥିବା ରାସ୍ତାରେ ଯଦି ଟନେଲ, ବ୍ରିଜ କିମ୍ବା ବାଇପାସ ପଡିଥାଏ ତେବେ ଏଠାରେ ଟୋଲ ଅଧିକ ଦେବାକୁ ପଡିଥାଏ। କାରଣ ଏହି ସବୁ ତିଆରି କରିବାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ମୋଟ ଉପରେ କହିବାକୁ ଗଲେ ଗାଡ଼ି ଅନୁସାରେ ଦେବାକୁ ପଡିଥାଏ ଟୋଲ ଟ୍ୟାକ୍ସ।

ଟୋଲ ଦେବା ପରେ କେଉଁ ସୁବିଧା  ମିଳିଥାଏ ?

ଆମେ ରାସ୍ତାରେ ଯାଉଥିବା ବେଳେ ଟୋଲ ଟ୍ୟାକ୍ସ ଦିଅନ୍ତି । ତେଣୁ ସେଥିପାଇଁ ଆମକୁ କିଛି ସୁବିଧା ମିଳିଥାଏ। ଯେପରି ପୋଲିସ ପାଟ୍ରୋଲିଂ ହେଉ କିମ୍ବା ଆମ୍ବୁଲାନ୍ସ ଓ ଦମକଳର ସୁବିଧା ହେଉ। କେବଳ ଏତିକି ନୁହେଁ, ଯଦି ରାସ୍ତାରେ କୌଣସି ସ୍ଥାନରେ ଗାଡି ଦୁର୍ଘଟଣାଗ୍ରସ୍ତ ହୁଏ ତାହାକୁ ମଧ୍ୟ ଉଠାଇବାକୁ ଟୋଲପ୍ଲାଜା ବ୍ୟବସ୍ଥା କରିଥାଏ।

କେବଳ ଏତିକି ନୁହେଁ, ଟୋଲ ନିକଟରେ ଆପଣ ମାଗଣା ଶୌଚାଳୟର ଲାଭ ପାଇପାରିବେ। ଦେଶର ଅନେକ ସ୍ଥାନରେ ଟୋଲପ୍ଲାଜା ମଧ୍ୟ ଗ୍ୟାରେଜର ବ୍ୟବସ୍ଥା କଲେଣି। ତେଣୁ  ଆମେ ଯେଉଁ ଟ୍ୟାକ୍ସ ଦିଅନ୍ତି ତାହା ପ୍ରତିବଦଳରେ ଆମକୁ ସରକାର ହୁଅନ୍ତୁ କିମ୍ବା କୌଣସି ଠିକା ସଂସ୍ଥା ଏପରି କିଛି  ସୁବିଧା ଯୋଗାଇ ଥାଆନ୍ତି।

କିନ୍ତୁ ଯଦି ଆପଣ ଟୋଲ ପ୍ଲାଜାରେ ଟ୍ୟାକ୍ସ ନଦେଇ ଖସି ପଳାଇବାକୁ ଚେଷ୍ଟା କରନ୍ତି ତେବେ ଆପଣଙ୍କ ଉପରେ ମାମଲା  ମଧ୍ୟ ହୋଇପାରେ। ଏହାସହ ମୋଟା ଅଙ୍କର ଜୋରିମାନ ଦେବାକୁ ମଧ୍ୟ ପଡିପାରେ। ତେଣୁ  ରାସ୍ତାରେ ଯାଉଥିବା ସମୟରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମ ମାନନ୍ତୁ, ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟକୁ ସୁରକ୍ଷା ଦିଅନ୍ତୁ।

You might also like