ବିବାହର ୨ ଘଣ୍ଟା ପରେ ଥାନାକୁ ଗଲା ମାମଲା, କନ୍ୟାପକ୍ଷ କହିଲେ କାହିଁକି ଏମିତି କଲ ?

ଗୋରଖପୁର- ସାତ କଳସ ଆଠ ଦୀପ, ପବିତ୍ର ସାହାନାଇ, ବାହାବେଦି ଏମିତି କିଛି ପାରମ୍ପରିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ବିବାହର ୨ ଘଣ୍ଟା ବିତିଲା ପରେ ଘଟିଗଲା ଅବିଶ୍ୱସନୀୟ ଘଟଣା । ବଦଳିଗଲା ୨ଟି ମଣିଷର ବୈବାହିକ ଜୀବନ।  ସାତ ଜନମର ସାଥୀ ହେବାର ସ୍ନପ୍ନ ହେଲା ଚୂରମାର ।

କ’ଣ ଥିଲା ଘଟଣାକ୍ରମ ଆସନ୍ତୁ ଜାଣିବା- ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ହେମଚ୍ଛାପୁର ନିବାସୀ ଭୂଆଲ ନିଷାଦଙ୍କ ଘରକୁ ହୈଦରଗଞ୍ଜରୁ ବରଯାତ୍ରୀ ଆସିଥିଲା । ପାରମ୍ପରିକ ନୀତିରେ ବିବାହ ସମ୍ପନ୍ନ ହେଲା । ଭୋଜିଭାତ ଆସର ଜମିଲା, ବରଯାତ୍ରୀ ଧୁମ୍ ନାଚିଲେ , ଗାଇଲେ ; ମାତ୍ର ଏକ ଅଘଟଣ କ୍ରମେ ମୂର୍ଚ୍ଛା ହୋଇପଡ଼ିଲେ ବର । ସେପଟେ ଘର ଆଗରେ ନବବଧୂ ଗାଡ଼ିରେ ଅପେ‍କ୍ଷା କରିଥାନ୍ତି । ବରର ଏପରି ଶାରୀରିକ ଅସୁସ୍ଥତାରେ ଭାଙ୍ଗି ପଡ଼ିଲେ କନ୍ୟା ଘର । ଯଦି କୌଣସି ରୋଗ ଥିଲା ତେବେ ଆଗରୁ କାହିଁକି ଜଣାଇଲ ନାହିଁ ବୋଲି କନ୍ୟାର ପିତାମାତା କହି କାନ୍ଦି ପକାଇଲେ ।

ସେମାନଙ୍କ ଝିଅ ଜୀବନ ନଷ୍ଟ ହୋଇଗଲା ଜାଣି ବାପାମାଆଙ୍କ ମୁଣ୍ଡରେ ବଜ୍ର ପଡ଼ିଲା । କିଛି ସମୟ ପରେ କଥା ଗଲା ଥାନାକୁ । ଝିଅକୁ ଆଉ ସେଠି ଅର୍ଥାତ ଗୋରଖପୁର ପିପରାଇଚ୍ ଥାନା ଅଧୀନ ହେମଚ୍ଛାପୁର ଗଁ।ରେ ବିବାହ ଦେବାକୁ ରାଜି ହେଲେନି ପିତାମାତା । ଅଜଣା ରୋଗରେ ପୀଡ଼ିତ ବ୍ୟକ୍ତି ହାତରେ ଝିଅକୁ ଟେକି ଦେବାକୁ ଚାହିଁଲେନି । ତେବେ ଥାନାରେ ଅଭିଯୋଗ ପରେ ପୁଅ ଘରକୁ ଦିଆ ହୋଇଥିବା ସବୁ ସାମଗ୍ରୀ ଫେରାଇ ଆଣିବାକୁ ଝିଅ ଘର ଅଡ଼ି ବସିଲେ । ଆଉ ତାହା ହିଁ ହେଲା । ବାହାଘର ବନ୍ଦ ହେଲା । ଝିଅ ଘରୁ ଯାଇଥିବା ବାହାଘର ଜିନିଷ ଫେରିଆସିଲା । ଆଉ ଅଧାରେ ରହିଗଲା ଦୁଇଟି ହୃଦୟ ମିଳନର ନୂଆ ଆଶା । ଏବେ ବର ସାଜିଥିବା ବ୍ୟକ୍ତି ଜଣକ ଅସୁସ୍ଥତା ଯୋଗୁଁ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

You might also like