ମାତ୍ର ୯୦ ଟଙ୍କାରେ ମିଳିବ ଘର !!  ଜାଣନ୍ତୁ କେଉଁଠାରେ ମିଳୁଛି ଘର

ମାତ୍ର ୯୦ ଟଙ୍କାରେ ମିଳୁଛି ଘର

ଇଟାଲୀ : ମାତ୍ର ୯୦ ଟଙ୍କାରେ ମିଳୁଛି ଘର ।  ହଁ ଆଜ୍ଞା ଆପଣଙ୍କ ବିଶ୍ୱାସ ହେଉନଥିଲେ ବି ସତ । ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ମାତ୍ର ୯୦ ଟଙ୍କାରେ ଘର ଯେ।ଗାଇ ଦିଆଯିବ ବେ।ଲି ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଯଦି ଆପଣ ସେହି ଘରକୁ କିଣିବା ଲାଗି ଇଚ୍ଛା ରଖିଛନ୍ତି ତେବେ ଆପଣ ପ୍ରଥମେ ୯୦ ଟଙ୍କା ଦେଇ ଘର କିଣିବେ ସତ କିନ୍ତୁ ଆପଣ ସେହି ଘରେ ରହିବା ପୂର୍ବରୁ ତାହାକୁ ମରାମତି କରିବା ନିହାତି ଦରକାର । ମରାମତି ପରେ ହିଁ ଆପଣ ସେହି ଘରେ ରହିପାରିବେ ।

ତେବେ ଦୁନିଆରେ ଏହା ସବୁଠାରୁ ଶସ୍ତାଘର ବେ।ଲି କୁହାଯାଉଛି ।୧୯୩୦ ମସିହାରେ ଏହି ସ୍ଥାନରେ ୨୫୦୦ ପାଖାପାଖି ଲେ।କ ରହୁଥିଲେ। କିନ୍ତୁ ଧୀରେ ଧୀରେ କୌଣସି କାରଣରୁ ଏହି ସ୍ଥାନରୁ ଲେ।କମାନେ ଯିବାକୁ ଲାଗିଲେ । ୧୯୬୦ ମସିହା ପରେ ଏହି ସ୍ଥାନରେ ରହୁଥୁବା ଯୁବକ ମାନେ ରେ।ଜଗାର ପାଇଁ ପ୍ରାୟତଃ ଗାଁ ଛାଡିଦେଇଥିଲେ । ଯଦି ଆପଣ ବର୍ତମାନ ସମୟରେ ଏହି ଗାଁକୁ ଆସିବେ ତେବେ ସ୍ପଷ୍ଟ ଭାବେ ଦେଖିପାରିବେ ଯେ, ୬୦ ପ୍ରତିଶତ ଲେ।କଙ୍କ ବୟସ ୭୦ ଉପରେ ହିଁ ରହିଛି ।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ପ୍ରଶାସନ ପୁଣି ଥରେ ଏହି ଗାଁରେ ଲେ।ମାନଙ୍କୁ ରଖିବାକୁ ଇଚ୍ଛା କରୁଛି । ତେଣୁ ଏତେ  ଶସ୍ତାରେ ଲେ।କମାନଙ୍କୁ ଘର ଯେ।ଗାଇ ଦେଉଛି ପ୍ରଶ।ସନ । ତେବେ ପୂର୍ବରୁ ଘର ମାଲିକମାନଙ୍କୁ ନେ।ଟିସ ଜାରି କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟ।ୟରେ ପାଖାପାଖି ୧୦୦ ଘର ଏମିତି ଦଖଲ କରାଯିବ ବେ।ଲି ସୂଚନା ରହିଛି। ତେବେ ସ୍ଥାନୀୟ ପ୍ରଶାସନର ନିୟମ ଅନୁସାରେ ଯେଉଁମାନେ ଘର କିଣିବେ ସେମାନେ ୩ ବର୍ଷ ମଧ୍ୟରେ ଘର ମରାମତି କରିବେ ।

ତେବେ ମରାମତି ସଠିକ ସମୟରେ ଆପଣ ସାରି ନପାରିଲେ ସ୍ଥାନୀୟ ପ୍ରଶାସନକୁ ଅର୍ଥ ମଧ୍ୟ ଦେବାକୁ ପଡିବ । କିନ୍ତୁ ମରାମତି ସରିବା ପରେ ଏହାକୁ ଫେରସ୍ତ କରାଯିବ ବେ।ଲି ସୂଚନା ମିଳିଛି । ଯଦି ଆପଣ ମାତ୍ର ୯୦ ଟଙ୍କାରେ ଘର କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ଇଟାଲୀ ହିଁ ଯିବାକୁ ପଡିବ । କାରଣ ଏହି ସୁବିଧା ଇଟାଲୀ ପ୍ରଶାସନ ପକ୍ଷରୁ ଯେ।ଗାଇ ଦିଆଯାଉଛି । ଇଟାଲୀର ମେ।ରିଜ ଅଂଚଳରେ ଏହି ଘର ଗୁଡିକ ମିଳୁଥିବା ସୂଚନା ରହିଛି ।

You might also like