କିଏ ଏହି ରହସ୍ୟମୟ ଜୀବ ? ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କିଏ ଏହି ରହସ୍ୟମୟ ଜୀବ ? ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଏବେ ଦ୍ୱନ୍ଦ୍ୱରେ ପକାଇଛି।  ପ୍ରକୃତରେ କଥାଟା ହେଲା, ଏବେ ସୋଶାଲ ମିଡିଆରେ ଏମିତି ଏକ ରହସ୍ୟମୟ ଜୀବର ଭିଡିଓ ଭାଇରାଲ୍ ହୋଇଛି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ବେଶ ଆକର୍ଷିତ କରିଛି। 

କଳା ରଙ୍ଗର ଏହି ଜୀବକୁ ଦେଖି କିଛି ଲୋକ କହିଛନ୍ତି ଯେ, ସତେ ଯେମିତି ମାର୍ଭଲ ଭିଲେନ୍ ଭେନୋମ୍ ଗ୍ରହରେ ଅବତରଣ କରିଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  ଭେନୋମ ହେଉଛି ମାର୍ଭଲ କମିକ୍ସ ଦ୍ୱାରା ପ୍ରକାଶିତ ଆମେରିକୀୟ କମିକ୍ସ ବୁକରେ ଏକ କାଳ୍ପନିକ ଚରିତ୍ର। ଭେନୋମ ଏକ alien, ଯିଏକି ଅନ୍ୟ ଗ୍ରହରୁ ଆସିଛି। ଏହାର କୌଣସି ଆକୃତି ନାହିଁ ଓ ଏହା ପିଚୁ ଭଳି ଦେଖିବାକୁ। ଏହା ବଞ୍ଚିବା ପାଇଁ ମଣିଷ ଶରୀରର ଆବଶ୍ୟକ କରିଥାଏ।

ଅନ୍ୟପକ୍ଷରେ, ସପ୍ତାହକ ପୂର୍ବରୁ ସୋଶାଲ ମିଡିଆରେ ଏହି କଳା ରଙ୍ଗର ଜୀବର ଭିଡିଓ ଭାଇରାଲ ହୋଇଥିଲା। ଏହା ପରଠୁ ଏହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସ୍ପାଇଡର୍-ମ୍ୟାନ୍ ଓ ଭେନୋମ୍ ଚଳଚ୍ଚିତ୍ରରେ ପ୍ରଦର୍ଶିତ alien ଜୀବ ସହ ଏହି ରହସ୍ୟମୟ ପ୍ରାଣୀର ସାମଞ୍ଜସ୍ୟ ଥିବା ଦେଖି ଇଣ୍ଟରନେଟ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

14 ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ପଥର ଉପରେ ଏହି ବିଚିତ୍ର କଳା ରଙ୍ଗର ଜୀବ ପଡ଼ି ରହିଛି।

ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା 19.5 ମିଲିୟନ୍ ଲୋକ ଦେଖିଥିବା ବେଳେ ଏବଂ ହଜାର ହଜାର ଲୋକ ମଜାଳିଆ କମେଣ୍ଟସ ଦେଇଛନ୍ତି ।

ସିବିଆର ଅନୁଯାୟୀ, ଏହି ପ୍ରାଣୀଟି ପ୍ରକୃତରେ ଏକ କୃମି ଜାତୀୟ କୀଟ। ଏହା ବିଶ୍ୱର ସବୁଠାରୁ ଲମ୍ବା କୀଟ ଯାହା 180 ଫୁଟ ଲମ୍ବ ପର୍ଯ୍ୟନ୍ତ ବଢ଼ି ପାରେ। ଏହି କୀଟ ନିକଟରେ ଏମିତି ଏକ ବିଷ ଅଛି ଯାହାର ବିଷ କ୍ରିୟା ଯୋଗୁ ଲୋକଙ୍କୁ ପକ୍ଷାଘାତ ମଧ୍ୟ ହୋଇପାରେ।

You might also like