ଏମତି ଗାଁ, ଯେଉଁଠି ଝିଅ ଦେବାକୁ ଅନ୍ୟ ଗାଁ ଲୋକେ ଅରାଜି

ବାଲେଶ୍ୱର:ଗ୍ରାମାଞ୍ଚଳର ବିକାଶ ପାଇଁ ହେଉଛି ଗୋଟିଏ ପରେ ଗୋଟିଏ ସରକାରୀ ଯୋଜନା। ହେଲେ ଏଭଳି ଅନେକ ଗାଁ ଅଛି ଯେଉଁଠି ଏସବୁ ଯୋଜନା କେବଳ କାଗଜ କଲମରେ ସୀମିତ। ଏଭଳି ଏକ ଗାଁ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ର ସିନ୍ଦୁରିଆ ଗାଁ। ଗାଁକୁ ନାହିଁ ପକ୍କା ରାସ୍ତା। ତେଣୁ ଏହି ଗାଁରେ କେହି ଝିଅ ବାହା ଦେବାକୁ ରାଜି ହେଉନଥିବା ଅଭିଯୋଗ ହୋଇଛି। ପୁଣି ସବୁଦିନିଆ ରାସ୍ତା ନଥିବାରୁ ଖଟିଆ ଓ ଭାରରେ ବୁହା ହୁଅନ୍ତି ରୋଗୀ।

ଏହି ଗାଁର ମୁଖ୍ୟ ସଦମସ୍ୟା ହେଉଛି ରାସ୍ତା। ଖାସ୍ ସେଇଥିପାଇଁ ଏହି ଗାଁରେ ଝିଅ ଦେବାକୁ ରାଜି ହୁଅନ୍ତି ନାହଁ। କାହାର ଦେହ ଖରାପ ହେଲେ ଆବଡ଼ା ଖାବଡ଼ା ରାସ୍ତାରେ ରୋଗୀଙ୍କୁ ଖଟିଆରେ ନିଆଯାଏ ୩ କିଲୋମିଟର। ପରେ ଆମ୍ବଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଏ। ଏହା କେବେଳ ଗୋଟିଏ ଦିନର ଘଟଣା ନୁହେଁ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସିନ୍ଦୁରିଆ ଗାଁ ପାଇଁ ଏହା ନିତିଦିନିଆ। ଗାଁକୁ ଭଲ ରାସ୍ତା ନଥିବାରୁ ଦୁର୍ଦ୍ଦିନରେ ଲୋକେ ଦିନ କାଟୁଛନ୍ତି। ଚିକିଟା କାଦୁଅରେ ଗାଡି ତ ଦୂରର କଥା ଚାଲି  ଯିବା ବି କଷ୍ଟକର। ଆଶ୍ଚର୍ଯ୍ୟର କଥା ଗାଁରେ ବିଜୁଳି ଅଛି। ହେଲେ ଗମନାଗମନ ପାଇଁ ରାସ୍ତାଟିଏ ନାହିଁ। ରାସ୍ତା ନଥିବାରୁ ନିଜ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଲୋକେ ମନବଳାଉନାହାଁନ୍ତି।

ଏ ସମସ୍ୟା ନେଇ ନୀଳଗିରି ବିଡିଓଙ୍କୁ ପଚରାଯିବାରୁ ସେ ନିଜ ମତ ରଖିଛନ୍ତି କୁଲଡିହା ଅଭୟାରଣ୍ୟ ନିକଟରେ ଗାଁ ରହିଥିବାରୁ ରାସ୍ତା ପାଇଁ ସମସ୍ୟା ହେଉଥିବା ସେ କହିଛନ୍ତି। ଜଙ୍ଗଲ ବିଭାଗ ଠାରୁ ଅନୁମତି ଆଣିବା ପରେ ପଲ୍ଲୀସଭା କରି ରାସ୍ତା ତିଆରି ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।

( ନୀଳଗିରିରୁ ବିଶ୍ୱମ୍ବର ଦାସଙ୍କ ରିପୋର୍ଟ)

 

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like