ଗରିବ ଭୂମିହୀନଙ୍କୁ ଜମି ପଟ୍ଟା ମିଳୁନଥିବା ଅଭିଯୋଗ

ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାର ହରିଜନ ଓ ଅାଦିବାସୀ

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲାରେ ଅାଦିବାସୀ, ହରିଜନ ପରିବାରଙ୍କୁ ମିଳୁନି ନ୍ୟାୟ। ଦୀର୍ଘ ଦିନ ଧରି ଜମି ପଟ୍ଟା ଲାଗି ଅାବେଦନ କଲେ ବି ସରକାର କାହାରିକୁ ଜମି ପଟ୍ଟା ପ୍ରଦାନ କରିନାହାଁନ୍ତି। ସହର ଉପକଣ୍ଠ ମନ୍ତ୍ରାଗାଁ କେନାଳବନ୍ଧ କଡ଼ ବସ୍ତିରେ ରହୁଥିବା ଭୂମିହୀନଙ୍କୁ ମିଳିନି ଜମିପଟ୍ଟା କି ରାଜୀବ ଅାବାସରେ ଘର ଖଣ୍ଡେ। ପ୍ରମାଣପତ୍ର ଅଭାବରୁ ସେମାନଙ୍କ ସନ୍ତାନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଅନେକ ପରିବାର ସ୍ୱାସ୍ଥ୍ୟ ଓ ସରକାରୀ ଯୋଜନାରୁ ବି ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଠିକ୍‌ ସମୟରେ ପଟ୍ଟା ପ୍ରଦାନ କରାଯିବ ବୋଲି କହିଛନ୍ତି। କାମର ତଦାରଖ ଲାଗି ସେ ସ୍ଥାନୀୟ ତହସିଲଦାରଙ୍କ ସହ କଥା ହୋଇଛନ୍ତି। ତଥ୍ୟ ପ୍ରଦାନ ପରେ ପଟ୍ଟା ପ୍ରଦାନ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଉପଜିଲ୍ଲାପାଳ।

ଗରିବ ଓ ଭୂମିହୀନଙ୍କୁ ଜମି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର। ତେବେ ଜଗତସିଂହପୁର ଜିଲ୍ଲାରେ ତାହା ଅାଦୌ କାର୍ଯ୍ୟକାରୀ ହୋଇନି। ତୁରନ୍ତ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

 

You might also like