ସୋଶାଲ ମିଡିଅାରେ ଭାଇରାଲ ଭିଏତନାମର ଗୋଲଡେନ୍ ବ୍ରିଜ୍

ଭୁବନେଶ୍ୱର : ସୋଶାଲ ମିଡିଅାରେ ଭାଇରାଲ ହୋଇଛି ଭିଏତନାମର ଗୋଲଡେନ୍ ବ୍ରିଜ୍। ଡାନାଙ୍ଗରେ ରହିଛି ଏହି ବିଶାଳକାୟ ପୋଲ। ପାହାଡ ଉପର ଦେଇ ଯାଇଛି ଏହି ସୁନ୍ଦର ବ୍ରିଜ୍। ପାହାଡରେ ଥିବା ଜଙ୍ଗଲ ମଧ୍ୟରୁ ବାହାରିଥିବା ଦୁଇଟି କଂକ୍ରିଟ୍ ହାତ ଉପରେ ରହିଛି ଏହି ସୁନ୍ଦର ପୋଲ।

ଭିଏତନାମର ଏହି ଗୋଲଡେନ୍ ବ୍ରିଜ୍ ଦେଖିବାକୁ ସାରା ବିଶ୍ୱରୁ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରୁଛି। ୧୫୦ ମିଟର ଲମ୍ବ ଏହି ବ୍ରିଜ୍ ଜଙ୍ଗଲ ମଧ୍ୟରେ ଦୁଇ ହାତ ମଧ୍ୟରେ ଏକ ସାପ ସଦୃଶ ଦେଖାଯାଉଛି।

ଗତବର୍ଷ ଏହି ଗୋଲଡେନ୍‌ ବ୍ରିଜ୍‌କୁ ପ୍ରାୟ ୩୦ ଲକ୍ଷ ଲୋକ ପରିଦର୍ଶନ କରିଥିଲେ। ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ଭିଏତନାମ ସରକାରଙ୍କ ପକ୍ଷରୁ ଏଠାରେ ମନୋରଂଜନ ପାଇଁ ଅନ୍ୟାନ୍ୟ ସୁବିଧାସୁଯୋଗ ସୃଷ୍ଟି କରାଯାଉଛି। ସୋଶାଲ ମିଡିଅାରେ ଏହି ବ୍ରିଜ୍‌ ଭାଇରାଲ ହେବାପରେ ଏହାର ସ୍ଥାପତ୍ୟକାର ବେଶ୍‌ ଖୁସି ପ୍ରକଟ କରିଛନ୍ତି। ଗୋଲଡେନ୍ ବ୍ରିଜ୍‌କୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଥିବାରୁ ଏହାକୁ ନେଇ ସେ ଗର୍ବ ଅନୁଭବ କରୁଥିବା କହିଛନ୍ତି।

You might also like